କାଶ୍ମୀର ଭାରତର ଅଭିନ୍ନଅଙ୍ଗ ବୋଲି କହିଲେ ମୁସଲିମ ପଣ୍ଡିତ


ପୂର୍ବରୁ ହେଉ କିମ୍ବା ବର୍ତ୍ତମାନ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ପ୍ରସଙ୍ଗ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବର୍ତ୍ତମାନ ଏହାକୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ ମଧ୍ୟ ଲାଗି ରହିଛି । ତେବେ ଏହି ପ୍ରସଙ୍ଗକୁ ବର୍ତ୍ତମାନ ଜଣେ ମୁସଲିମ ବିଦ୍ୱାନ ନିଜ ମନ୍ତବ୍ୟ ଦେଇଛନ୍ତି । “କାଶ୍ମୀର କେବେବି ପାକିସ୍ତାନର ଅଂଶ ନଥିଲା ନା କେବେବି ହେବ” ଏଭଳି ଏକ ମନ୍ତବ୍ୟ ଜଣେ ଇସଲାମିକ ବିଦ୍ୱାନ କହିଥିବାବେଳେ ଏହି ନିରାଟ ସତ୍ୟକୁ ପାକିସ୍ତାନକୁ ସ୍ୱୀକାର କରିବାକୁ ପଡିବ ବୋଲି ସେ କହିଛନ୍ତି । ଏହି ଇସଲାମିକ ବିଦ୍ୱାନ ଜଣଙ୍କ ନାମ ‘ଇମାମ ମହମ୍ମଦ ତ୍ୱାହିଦି’ ଥିବାବେଳେ ସେ ପାକିସ୍ତାନକୁ ସତର ଆଇନା ଦେଖାଇ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “କାଶ୍ମୀର କେବେବି ପାକିସ୍ତାନର ଅଂଶ ନଥିଲା ନାକି ଆଗକୁ କେବେବି ହବ । ଉଭୟ ପାକିସ୍ତାନ ଏବଂ କାଶ୍ମୀର, ଭାରତର ଅଟନ୍ତି । ହିନ୍ଦୁ ଧର୍ମରୁ ମୁସଲିମକୁ ପରିବର୍ତ୍ତନ ହୋଇଥିବା ମୁସଲମାନମାନେ ଏହି ତଥ୍ୟକୁ କେବେବି ପରିବର୍ତ୍ତନ କରିପାରିବେ ନାହିଁ କ ସଂପୂର୍ଣ୍ଣ ଅଞ୍ଚଳ ହିନ୍ଦୁ ଭୂମି ଅଟେ । ଭାରତ ଇସଲାମ ଅତି ପ୍ରଚୀନ ଅଟେ ଏବଂ ପାକିସ୍ତାନକୁ ଏକା ଛାଡିଦିଅ । ”

ପ୍ରକାଶ ଥାଉକି ଏହା ପୂର୍ବ ଇମାମ କାଶ୍ମୀର ସଂପର୍କରେ କହିଥିଲେ ଯେ, କାଶ୍ମୀର ହେଉଛି ହିନ୍ଦୁ ଭୂମି ଏବଂ ଏହାର ପାକିସ୍ତାନ ସହ କୌଣସି ସମ୍ବନ୍ଧ ନାହିଁ । ସେ ଗତ ଭାରତ ଯାତ୍ରା ସମୟରେ ଏହି ସଂପର୍କରେ ଅଲୋକପାତ କରିଥିଲେ ।


Share It

Comments are closed.