ଫ୍ରିଜରେ ଏହିସବୁ ଜିନିଷ ରଖି ଖାଉଥିଲେ ସାବଧାନ


ଫ୍ରିଜରେ ଅଧିକାଂଶ ଲୋକେ ସମସ୍ତ ପ୍ରକାର ଜିନିଷକୁ ଅଧିକ ଦିନ ଯାଏଁ ସତେଜ ରଖିବା ପାଇଁ ଏସବୁକୁ ଫ୍ରିଜରେ ରଖି ଦେଇଥାଆନ୍ତି । ମାତ୍ର ଏପରି କେତେକ ଜିନିଷ ରହିଛି,ଯାହାକୁ ଫ୍ରିଜରେ ରଖିବା ଦ୍ୱାରା ତାହାର ପୋଷକ ତତ୍ତ୍ୱ ନଷ୍ଟ ହୋଇ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ପିଆଜ : ତରକାରୀ ଠାରୁ ଆରମ୍ଭ କରି ସାଲାଡ଼ ପର୍ଯ୍ୟନ୍ତ ପିଆଜ ସବୁଥିରେ ଆବଶ୍ୟକ ଅଟେ। ଛୋପା ଲାଗିଥିବା ପିଆଜକୁ ସର୍ବଦା ଶୁଷ୍କ ଓ ସତେଜ ପବନରେ ଖୋଲା ବ୍ୟାଗରେ ରଖିବା ଉଚିତ। କିନ୍ତୁ ଏହାକୁ ଫ୍ରିଜରେ ରଖିବା ଅନୁଚିତ। କିନ୍ତୁ ବେଳେ ବେଳେ କଟା ପିଆଜ ଏବଂ ପିଆଜକୁ ବହୁ ଲୋକେ ଫ୍ରିଜରେ ରଖିଥାଆନ୍ତି। ମାତ୍ର ଏପରି ରଖିବା ଉଚିତ ନୁହେଁ। ପିଆଜକୁ ଫ୍ରିଜରେ ରଖିଲେ ଏହା ଆମ ପାଇଁ ଉପକାରୀ ହେବା ବଦଳରେ ଆମ ଶରୀରର କ୍ଷତି କରିଥାଏ।

କଟା ପିଆଜକୁ ଖାଲିରେ ଅଥବା ଫ୍ରିଜରେ ରଖିଲେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆର ବୃଦ୍ଧି ହୋଇଥାଏ। ସେହି ପିଆଜକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟର କ୍ଷତି କରିଥାଏ। ଆମ ଶରୀରର ଶକ୍ତିକୁ ତଥା କାର୍ଯ୍ୟ କରିବାର କ୍ଷମତାକୁ ଏହା ହ୍ରାସ କରିଥାଏ। ଶରୀରରେ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାଏ।

ଫ୍ରିଜରେ ଗୋଟା ପିଆଜକୁ ରଖିଲେ ଏହାର ଭିତର ଅଂଶ ଶୁଷ୍କ ହୋଇଯାଏ ଏବଂ ଏହାର ଭଲ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ଆମେ ଏହି ପିଆଜକୁ ଖାଇଲେ ଆମ ଶରୀରରେ ବିଭିନ୍ନ ରୋଗ ହୋଇଥାଏ। ଆଣ୍ଠୁଗଣ୍ଠି ଓ ହାଡ଼ ଜନିତ ବହୁ ସମସ୍ୟା ମଧ୍ୟ ହୋଇଥାଏ।

ଆଳୁ : ଆଳୁକୁ ଫ୍ରିଜରେ ରଖିବା ଦ୍ବାରା ସେଥିରେ ଥିବା ଷ୍ଟ୍ରାର୍ଚ୍ଚ ଚିନି ରୂପେ ବଦଳିଯାଏ। ଏହାର ସ୍ବାଦ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଘରର କୌଣସି ଥଣ୍ଡା ସ୍ଥାନରେ ପ୍ଲାଷ୍ଟିକ ବ୍ୟାଗରୁ ଆଳୁକୁ କାଢି ରଖନ୍ତୁ। ଆଳୁକୁ ସାଧାରଣ ତାପମାତ୍ରାରେ ରଖିବା ସବୁଠାରୁ ଉତ୍ତମ ଅଟେ।

କଖାରୁ : କଖାରୁକୁ ଅନେକ ଫ୍ରିଜରେ​‌ ରଖିଥାଆନ୍ତି। ଏହାକୁ ଫ୍ରିଜ ବଦଳରେ ବାହାରେ ରଖିବା ଉଚିତ। କାରଣ ପବନ ଯିବା ଆସିବା କରୁଥିବା ଓ ଶୁଖିଲା ସ୍ଥାନରେ କଖାରୁ ରଖିବା ଦ୍ବାରା ତାହା ଶୀଘ୍ର ନଷ୍ଟ ହୋଇନଥାଏ।

ରସୁଣ : ରସୁଣକୁ ଫ୍ରିଜରେ ରଖିବା ଅନୁଚିତ। କାରଣ ଏହାକୁ ଫ୍ରିଜରେ ରଖିବା ଦ୍ବାରା ସେଥିରୁ ଗଜା ବାହାରେ। ରସୁଣ ନଷ୍ଟ ମଧ୍ୟ ହୋଇଯାଏ।

ଖଟା ଫଳ : କମଳା, ଲେମ୍ବୁ ପରି ଖଟା ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାଦ୍ବାରା ତାର ଚୋପା କଳା ପଡିଯାଏ। ଏବଂ ସେଥିରୁ ରସ ମଧ୍ୟ ଶୁଖିଯାଏ।
ତରଭୂଜ –
ତରଭୂଜରେ ବହୁ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ନଷ୍ଟ ହୋଇଯାଏ। ମାତ୍ର କାଟିବା ପରେ ଏହାକୁ ଅଳ୍ପ ଦିନ ଫ୍ରିଜରେ ରଖି ପାରିବେ। ଖାଇବାର କିଛି ସମୟ ପୂର୍ବରୁ ଏହାକୁ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କରି ଖାଇପାରିବେ।

କଦଳୀ : କଦଳୀକୁ ଫ୍ରିଜରେ ରଖିବା ଉଚିତ ନୁହେଁ। କାରଣ କଦଳୀକୁ ଫ୍ରିଜରେ ରଖିବା ଦ୍ବାରା ତାହା କଳା ପଡିଯାଏ। ଏହାକୁ ଫ୍ରିଜରେ ରଖିବା ଦ୍ବାରା ସେଥିରୁ ଇଥାଲିନ ନାମକ ଏକ ଗ୍ୟାସ ନିର୍ଗତ ହୋଇଥାଏ। ଏହା ସମ୍ପୁର୍ଣ୍ଣ କଦଳୀକୁ ଖରାପ କରି ଦେଇଥାଏ।

କମଳା , ଲେମ୍ବୁ –
କମଳା , ଲେମ୍ବୁର ସ୍ୱାଦ ଖଟା। ଏଥିରେ ସିଟ୍ରିକ ଏସିଡ଼ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ। ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ।

ଅଙ୍ଗୁର –
ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ। ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ। ଆପଣ ଏକ ପ୍ଲାଷ୍ଟିକ ଜରିରେ ଏହାକୁ ଭର୍ତ୍ତି କରି ରଖି ପାରିବେ।

ସେଓ –
ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି। ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ।

ଆମ୍ବ –
ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ। କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ହ୍ରାସ ପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ।


Share It

Comments are closed.