ବିଜେଡିର ତେଲ ବିରୋଧକୁ ପସନ୍ଦ କଲା ନାହିଁ ଅମାନିଆ ବଳଦ


କେନ୍ଦ୍ର ସରକାରଙ୍କ ଅପ୍ରତ୍ୟାଶିତ ତେଲ ବୃଦ୍ଧି ପ୍ରତିବାଦରେ ବିଜେଡି ରାଜଭବନ ସମ୍ମୁଖରେ ଧାରଣରେ ବସିଥିଲା । ଏହି ଦରବୃଦ୍ଧିକୁ ପ୍ରତିବାଦ କରି ରାଜ ଭବନ ସମ୍ମୁଖରେ ବିଜେଡିର ଛାତ୍ରନେତାଙ୍କ ଠାରୁ ଆରମ୍ଭ କରି ଯୁବନେତା, ଦଳର ବରିଷ୍ଠ ନେତାଙ୍କ ସହ ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଗଣ ଧାରଣାକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଭିନବ ଉପାୟରେ ବିରୋଧର ପ୍ରୟାସ କରାଯାଇଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।

ଆପଣ ଦେଖିପାରୁଥିବେ ଏହି ଭିଡିଓରେ ଜଣେ ଛାତ୍ରନେତା ବଳଦ ଶଗଡରେ ଏହ ବାଇକ ରଖି ଅଭିନବ ଉପାୟରେ ପ୍ରତିବାଦ କରୁଥିଲେ । କିନ୍ତୁ କୌଣସି କାରଣବଶତଃ ବଳଦ ଦୁଇଟି ଅଣାୟତ ହୋଇ ଦୌଡିବା ଆରମ୍ଭ କିରଥିଲେ । ସେମାନେ ରାସ୍ତା ସାଇଡିରେ ଥିବା ପାଦଚଳା ରାସ୍ତା ଉପରକୁ ଚଢିଯାଉଥିବା ବେଳେ ଶଗଡ ଗାଡି ଓଲଟି ଯାଇଥିଲା ଯାହା ଫଳରେ ଶଗଡ ଗାଡିରେ ସବାର ଥିବା ଛାତ୍ରନେତା ଜଣକ ବାଇକ ସହ ଓଲଟିପଡିଥିଲେ । ଯାହା ଫଳରେ ତାଙ୍କ ହାତ ଭାଙ୍ଗିଯିବା ଯାଇଥିଲା ।
ଶଗଡଗାଡିରେ ସବାର ଥିବା ଛାତ୍ରନେତା ଜଣକ ନାମ ହେଉଛି ଆସିଫ ଅମିଲ, ଯିଏକି କଟକ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ରହିଥିବାବେଳେ ରାଜ୍ୟ କାର୍ଯକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ଖାସ ବେଶ ଅନୁଗତ ଅଟନ୍ତି ।


Share It

Comments are closed.