ଇଡେନ ଗାର୍ଡେନରେ ଖେଳାଯିବ ପ୍ରଥମ ‘ଡେ-ନାଇଟ’ ଟେଷ୍ଟ ମ୍ୟାଚ !


ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚକୁ ବିସିସିଆଇ ‘ଡେ-ନାଇଟ’ ଟେଷ୍ଟ ମ୍ୟାଚ କରାଇବା ପାଇଁ ଚାହୁଁଥିବାବେଳେ ଏହି ମ୍ୟାଚ କୋଲକତା ଏøତିହାସିକ ଗ୍ରାଉଣ୍ଡ ‘ଇଡେନ ଗାର୍ଡେନ’ରେ ହେବାର ଅନେକ ସମ୍ଭାବନା ରହିଛି । ଏହି ‘ଡେ-ନାଇଟ’ ମ୍ୟାଚକୁ ନେଇ ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳିସାରିଥିବାବେଳେ ଅନ୍ୟପଟେ କେବଳ ବାଙ୍ଗଲାଦେଶ କ୍ରିକେଟ ବୋର୍ଡକୁ ଏହା ଉପରେ ନିଷ୍ପତି ନେବାର ବାକି ରହିଛି ।
ଏହି ସଂକ୍ରାନ୍ତରେ ବାଙ୍ଗଲାଦେଶ କ୍ରିକେଟ ବୋର୍ଡର କ୍ରିକେଟ ଅପରେସନ ଚେୟାରମ୍ୟାନ ଆକରମ ଖାନ କହିଛନ୍ତି ଯେ, “ବିସିସିଆଇ ପକ୍ଷରୁ ଆମକୁ ଏହି ପ୍ରସ୍ତାବ ଦିଆଯାଇଛି । ସେଥିପାଇଁ ଆମେ ଏହା ଉପରେ ଚର୍ଚ୍ଚା କରି ତାଙ୍କୁ ଖୁବ ଶୀଘ୍ର ଜଣାଇଦବୁ । ” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହି ସଂକ୍ରାନ୍ତରେ ତାଙ୍କୁ ଦୁଇ ତିନି ପୂର୍ବରୁ ଏକ ପତ୍ର ମିଳିଥିଲା ଏବଂ ଆମେ ଏହା ଉପରେ ଖୁବ ଶୀଘ୍ର ନିର୍ଣ୍ଣୟ ନେବୁ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହା ଉପରେ କୌଣସି ନିଷ୍ପତି ନେଇ ନାହୁଁ । ଆମେ ଖୁବ ଶୀଘ୍ର ଦୁଇ ତିନି ଦିନ ମଧ୍ୟରେ ଏହା ଉପରେ ନିଷ୍ପତି ନେଇ ବିସିସିଆଇକୁ ସୂଚୀତ କରିବୁ । ”
ଏହି ସଂକ୍ରାନ୍ତରେ ଗାଙ୍ଗୁଲୀ କହିଛନ୍ତି ଯେ, ଅଧିନାୟକ କୋହଲି ‘ଡେ-ନାଇଟ’ ଟେଷ୍ଟ ମ୍ୟାଚ ଖେଳିବା ଉପରେ ନିଜର ସହମତି ଜାହିର କରିଛନ୍ତି ସେଥିପାଇଁ ଭାରତ ଖୁବ ଶୀଘ୍ର‘ଡେ-ନାଇଟ’ ଟେଷ୍ଟ ମ୍ୟାଚ ଖେଳିପାରେ ।


Share It

Comments are closed.