ଖୁବ ଶୀଘ୍ର ଭାରତୀୟ ଦଳ ପାଇଁ ନିଯୁକ୍ତି ପାଇବେ ନୂଆ କୋଚ


ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଦଳର ମୁଖ୍ୟ କୋଚ ଏବଂ ସହଯୋଗୀ ଷ୍ଟାଫ ପଦବୀ ପାଇଁ ଖୁବ ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ନିୟମିତ କୋଚ ‘ରବି ଶାସ୍ତ୍ରି’ଙ୍କ କାର୍ଯ୍ୟକାଳ ବିଶ୍ୱକପ ପର୍ଯ୍ୟନ୍ତ ଥିବାବେଳେ ବର୍ତ୍ତମାନ ତାହା ଶେଷ ହୋଇଯାଇଛି । କିନ୍ତୁ ୱେଷ୍ଟଇଣ୍ଡିଜ ଗସ୍ତକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ତାଙ୍କର କାର୍ଯ୍ୟକାଳକୁ ଅତିରିକ୍ତ ୪୫ ଦିନ ପାଇଁ ବଢାଇ ଦିଆଯାଇଛି ।
ନିୟମ ଅନୁଯାୟୀ ଯଦି ଶାସ୍ତ୍ରୀ ପୁଣିଥରେ ଦଳର ମୁଖ୍ୟ କୋଚ ପଦବୀରେ ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ପୁଣି ଥରେ ଏହି ପଦବୀ ପାଇଁ ଆବେଦନ କରିବାକୁ ପଡିବ । ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ୩ ଅଗଷ୍ଟରୁ ୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଥିବାବେଳେ ଏହା ପରେ ବୋଲିଂ କୋଚ ଭରତ ଅରୁଣ, ବ୍ୟାଟିଙ୍ଗ କୋଚ ସଞ୍ଜୟ ବାଙ୍ଗର ଏବଂ ଫିଲ୍ଡିଙ୍ଗ କୋଚ ଆର. ଶ୍ରୀଧରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯିବ । ଏହି ସମସ୍ତ ପୁଣି ଥରେ ନିଜ ପଦବୀ ପାଇଁ ଆବେଦନ କରିପାରନ୍ତି ।
ଭାରତ, ୱେଷ୍ଟଇଣ୍ଡିଜ ଗସ୍ତ ପରେ ୧୫ ସେଷ୍ଟେମ୍ବରରରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ ଖେଳିବ । ଏହା ପୂର୍ବରୁ ନୂତନ କୋଚଙ୍କ ଚୟନ ହୋଇଯିବାର ଅନେକ ସମ୍ଭାବନା ରହିଛି ।
ପ୍ରକାଶ ଥାଉକି, ୨୦୧୭ରେ ଶାସ୍ତ୍ରୀ, ଅନିଲ କୁମ୍ବେଲେଙ୍କ ବଦଳରେ ଦଳର ମୁଖ୍ୟ କୋଚ ରୂପେ ନିଯୁକ୍ତି ପାଇଥିଲେ ।
ତାଙ୍କ ପ୍ରଶିକ୍ଷଣ ଦ୍ୱାରା ଭାରତୀୟ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିବାରେ ବିଫଳ ରହିଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ବିଶ୍ୱକପ ମଧ୍ୟ ସାମିଲ ରହିଛି ।


Share It

Comments are closed.