‘ଅର୍ଜୁନ’ ସମ୍ମାନ ପାଇଁ ବିସିସିଆଇ ସୁପାରିସ କଲା ଏହି ଭାରତୀୟ କ୍ରିକେଟରଙ୍କ ନାମ


କ୍ରିକେଟର ସିଖର ଧାବନ ଏବଂ ସ୍ମିତି ମନ୍ଧାନଙ୍କ ଅବଦାନକୁ ଦୃଷ୍ଟିରେ ରଖି ବିସିସିଆଇ ‘ଅର୍ଜୁନ’ ସମ୍ମାନ ପାଇଁ ଦୁହିଁଙ୍କ ନାମ ସିପାରିସ କରିଛି ବୋଲିିି ବିସିସିଆଇର କାର୍ଯ୍ୟକାରୀ ସଭାପତି ଅମିତାଭ ଚୌଦୁରୀ ସୂଚନା ଦେଇଛନ୍ତି । ଚଳିତ ଆଇପିଏଲ-୧୧ରେ ସନରାଇର୍ଜସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ସିଖର ଧାବନ ଜାତୀୟ ଦଳରେ ତିନୋଟି ଯାକ ଫର୍ମାଟରେ ସ୍ଥାୟୀ ସଦସ୍ୟ ରହିଛନ୍ତି । ସେ ଭାରତୀୟ ଦଳ ସଫଳତାରେ ଅନେକ ଥର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିସାରିଛନ୍ତି । ସେହିପରି ଭାରତୀୟ ମହିଳା କ୍ରିକେଟ ତାରକା ମନ୍ଧାନ ଜାତୀୟ ଦଳରେ ଅନ୍ୟତ୍ତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ଖ୍ୟାତି ଅର୍ଜନ କରିସାରିଛନ୍ତି । ଗତ ବର୍ଷ ଆଇସିସି ମହିଳା ଦିନିକିଆ ବିଶ୍ୱକପରେ ଭାରତକୁ ଫାଇନାଲରେ  ପହଞ୍ଚାଇବାରେ ତାଙ୍କର ଶ୍ରେଷ୍ଠ ଭୂମିକା ରହିଥିଲା ।

ସେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ୯ଟି ଇନିଂସ ଖେଳି ୫୩୧ ରନ ସଂଗ୍ରହ କରିଥିଲେ । ପୂର୍ବରୁ ୨୦୧୭ରେ କ୍ରିକେଟ ଖେଳାଳୀମାନଙ୍କ ମଧ୍ୟରେ ପୂର୍ବରୁ ମହିଳା କ୍ରିକେଟର ହରମନପ୍ରିତ କୋର, ଏବଂ ଚେତେଶ୍ୱର ପୂଜାରା ସମ୍ମାନିତ ହୋଇଥିବା ବେଳେ ବର୍ତ୍ତମାନ ବିସିସିଆଇ ମନ୍ଧାନ ଏବଂ ଧାବନଙ୍କ ନାମ ସୁପାରିସ କରିଛନ୍ତି । ଏହା ପୂର୍ବରୁ କ୍ରିକେଟର ମାନଙ୍କ ମଧ୍ୟରେ ବିରାଟ କୋହଲି, ଗୌତମ ଗାମ୍ଭୀର, ରୋହିତ ଶର୍ମା, ଅଜିନଙ୍କେ ରାହାଣେ, ସୌରଭ ଗାଙ୍ଗୁଲି, ରବିଚନ୍ଧ୍ର ଅଶ୍ୱିନି ଇତ୍ୟାଦି ସମ୍ମାନିତ ହୋଇସାରିଛନ୍ତି । ଅନ୍ୟ ପକ୍ଷରେ ବିସିସିଆଇ ପକ୍ଷରୁ ହେବାକୁ ଥିବା ଆଗାମୀ ୱେଷ୍ଟେଣ୍ଡିଜ-ବିଶ୍ୱ ଏକାଦଶ ଚ୍ୟାରିଟି ମ୍ୟାଚ ପାଇଁ ଭାରତୀୟ ଦଳର ୱିକେଟକିପର ଦୀନେଶ କାର୍ତ୍ତିକ ଏବଂ ହାର୍ଦ୍ଦିକ ପାଣ୍ଡିଆ ମନୋନିତ ହୋଇଛନ୍ତି । ଏଥି ପାଇଁ ଦୁଇ ଖେଳାଳି ବିଶ୍ୱ ଏକାଦଶ ପକ୍ଷରୁ ଖେଳିବାର ସମ୍ଭାବନା ରହିଛି


Share It

Comments are closed.