ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପାଇଁ ବିସିସିଆଇ ରଖିଲା ସର୍ତ୍ତ


ପାକିସ୍ତାନ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ‘ୱାସିମ ଖାନ’, ଭାରତ ସହିତ ଚାଲିଥିବା ମତଭେଦ ମଧ୍ୟରେ ପୁଣିଥରେ କିପରି ଉଭୟ ଦେଶଙ୍କ ମଧ୍ୟରେ କ୍ରିକେଟ ଖେଳ ଆରମ୍ଭ ହୋଇପାରିବ, ସେଥିପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି । ଏହି କଥାକୁ ନେଇ ବିସିସିଆଇ ନିଜ ସ୍ପଷ୍ଟିକରଣ ରଖିଛନ୍ତି ଏବଂ କହିଛନ୍ତି ଯେ, “ପାକିସ୍ତାନ ସହ ଭାରତ ସେତେବେଳେ ମ୍ୟାଚ ଖେଳିବ ଯେବେ ଉଭୟ ଦେଶଙ୍କ ମଧ୍ୟରେ ଶତୃତା ଏବଂ ମତଭେଦର ଅନ୍ତ ଘଟିବ ।”
ମିଳିଥିବା ସୂଚନା ମୁତାବକ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମକୁ ପାକିସ୍ତାନ ସହ ମ୍ୟାଚ ଖେଳିବା ପାଇଁ କୌଣସି ଅସୁବିଧା ନାହିଁ କିନ୍ତୁ ଆମେ ଚାହୁଁ ନାହୁଁ ଯେ, ଏହାକୁ ନେଇ ଉଭୟ ସରକାରଙ୍କ ମଧ୍ୟରେ କୌଣସି ସମସ୍ୟା ନଉୁପୁଜୁ । ଯଦି ଏହି ସମସ୍ୟାର ସମାଧାନ ହୋଇଯିବ ତେବେ ଆଉ କୌଣସି ଅସୁବିଧା ହେବ ନାହିଁ ।
ପୂର୍ବରୁ ଉଭୟ ଦେଶ ମଧ୍ୟରେ ଥିବା ଏହି ସମସ୍ୟାକୁ ନେଇ ପାକିସ୍ତାନ କ୍ରିକେଟର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଥିଲେ ଯେ, “ଆମେ ଭାରତକୁ ବହୁ ପୂର୍ବରୁ ମ୍ୟାଚ ଖେଳିବା ପାଇଁ ଆମନ୍ତ୍ରଣ କରି ଆସୁଛି କିନ୍ତୁ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହେବା କଥା ଯାହା ଦ୍ୱାରା ଭାରତ ଆମ ସହ ମ୍ୟାଚ ଖେଳିବା ପାଇଁ କହିବ । ଏବଂ ମୋତେ ଲାଗୁଛି ଆମକୁ ଏହା କରିବା ନିହାତି ଆବଶ୍ୟକ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଏହା ଦୁଃଖର ବିଷୟ ଯେ, ଆମେ ତାଙ୍କ ସହ ମ୍ୟାଚ ଖେଳୁ ନାହୁଁ କିନ୍ତୁ ଜୀବନ ଏଭଳି ଆଗକୁ ଚାଲିବ । ଏବଂ ଆମକୁ ଏହାକୁ ଭୁଲି ଆଗକୁ ବଢିବାକୁ ଅଛି । ଆମେ କେବେବି ଭାରତ ସହ ଖେଳିବା ପାଇଁ ମନା କରି ନାହୁଁ ।”
ୱାସିମ ଖାନଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିସିସିଆଇ ଅଫିସିଆଲ କହିଛନ୍ତି ଯେ, “ଉଭୟ ଦେଶ ମଧ୍ୟରେ ମ୍ୟାଚ ଖେଳାଯିବା ପୂର୍ବରୁ ୱାସିମଙ୍କୁ ପାକିସ୍ତାନ ବୋର୍ଡ ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ନଜର ପକାଇବା ଉଚିତ ।”


Share It

Comments are closed.