ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ ହୋଇ ପାରନ୍ତି ଅନିଲ କୁମ୍ବଲେ


ଗତ କିଛି ଦିନର ବିରତି ପରେ ଭାରତୀୟ ଦଳକୁ କମବ୍ୟାକ୍ କରିବେ ଅଭିଜ୍ଞ ବୋଲର ଅନିଲ୍ କୁମ୍ୱଲେ । କୁହାଯାଉଛି ଭାରତୀୟ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ଅନିଲ୍ କୁମ୍ୱଲେ । ପୂର୍ବରୁ ମଧ୍ୟ ସେ ଦଳର ମୁଖ୍ୟ କୋଚ୍ ହୋଇଥିଲେ । ଟି -20 ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ନୂଆ କୋଚ୍ ମିଳିବାର ଚାନ୍ସ ଅଛି । ଏହାରି ଭିତରେ ରେସରେ ଅନେକ ଦାବିଦାର ଅଛନ୍ତି ।

ହେଲେ ପୂର୍ବତନ ଭେଟେରାନ କ୍ରିକେଟର ଅନିଲ କୁମ୍ବଲେଙ୍କୁ ଟିମ୍ ଇଣ୍ଡିଆର କୋଚ୍ ଭାବରେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଅଧିକ ରହିଛି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି -20 ବିଶ୍ୱକପ ପରେ ସମାପ୍ତ ହେବ । ଏହାପରେ ଦଳକୁ ନୂଆ କୋଚ୍ ମିଳିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ବିସିସିଆଇ ଅନିଲ କୁମ୍ବଲେ ଏବଂ ଭିଭିଏସ୍ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକଙ୍କ ପଦ ପାଇଁ ଆବେଦନ କରିବାକୁ କହିପାରେ ।

ଏହା ପୂର୍ବରୁ କୁମ୍ବଲେ ୨୦୧୬-୧୭ ବର୍ଷକ ପାଇଁ ଭାରତୀୟ ଦଳର କୋଚ୍ ଥିଲେ । ସେତେବେଳେ ସଚିନ ତେନ୍ଦୁଲକର, ଲକ୍ଷ୍ମଣ ଏବଂ ଗାଙ୍ଗୁଲିଙ୍କ ନେତୃତ୍ୱରେ କ୍ରିକେଟ୍ ପରାମର୍ଶଦାତା କମିଟି ତାଙ୍କୁ ଶାସ୍ତ୍ରୀଙ୍କ ସ୍ଥାନରେ ନିଯୁକ୍ତ କରିଥିଲେ । ହେଲେ ଅଧିନାୟକ ବିରାଟ କୋହଲିଙ୍କ ସହ ମତଭେଦ ହେବା ପରେ କୁମ୍ବଲେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନକୁ ହରାଇବା ପରେ ଇସ୍ତଫା ଦେଇଥିଲେ ।

ତେବେ ଏନେଇ ଅନିଲ କୁମ୍ବଲେ ରାଜି ଅଛନ୍ତି କି ନାହିଁ ତାହା ଜଣାପଡିନି । ନାମ ଗୋପନ ରଖିବା ସର୍ତ୍ତରେ ବିସିସିଆଇର ଜଣେ ବରିଷ୍ଠ ସୂତ୍ରରୁ ଜଣାପଡିଛି ଯେ ଅନିଲ କୁମ୍ବଲେଙ୍କ ବହିଷ୍କାର ମାମଲାକୁ ସଂଶୋଧନ କରାଯିବା ଆବଶ୍ୟକ । ତେବେ ଆହୁରି ମଧ୍ୟ କୋଚ୍ ପାଇଁ ଭିଭିଏସ ଲକ୍ଷ୍ମଣ ମଧ୍ୟ ଦୌଡରେ ସାମିଲ ଅଛନ୍ତି ।


Share It

Comments are closed.