ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଲେ ଧୋନୀ, ହାର୍ଦିକ


ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ବିସିସିଆଇ ରବିବାର ଦିନ ଭାରତୀୟ ଦଳର ଘୋଷଣା କରିଛି । ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଦଳରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ହାର୍ଦିକ ପାଣ୍ଡିଆଙ୍କୁ ବାଦ ଦିଆ ଯାଇଥିବାବେଳେ ଅନ୍ୟପଟେ ୱିକେଟ କିପର ସଞ୍ଜୁ ସାମସନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳି ନାହିଁ ।
ପ୍ରକାଶ ଥାଉକି, ଏହି ଗସ୍ତରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଟି-୨୦, ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଏଥିପାଇଁ ବିସିସିଆଇ ପକ୍ଷରୁ ଟି-୨୦ ସିରିଜ ଲାଗି ଭାରତୀୟ ଦଳର ଘୋଷଣା ହୋଇସାରିଥିବାବେଳେ ଅନ୍ୟପଟେ ଦିନିକିଆ ଏବଂ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା ହେବାକୁ ବାକି ରହିଛି ।
ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ । ଭାରତ, ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଉଭୟ ଦଳଙ୍କ ମଧ୍ୟ ପ୍ରଥମ ଦିନିକିଆ ୧୪ ଜାନୁଆରୀରେ ମୁମ୍ବାଇରେ ଖେଳାଯିବ । ସେହିଭଳି ଦ୍ୱିତୀୟ ରାଜକୋଟ(୧୭)ରେ ଏବଂ ତୃତୀୟ ବାଙ୍ଗାଲୋର(୧୯)ରେ ଖେଳାଯିବ । ଏହା ପରେ ଭାରତ, ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଟି-୨୦ ୨୪ ଜାନୁଆରୀରେ ଅକଲାଣ୍ଡରେ ଖେଳାଯିବ ।
ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ହୋଇଥିବା ଭାରତୀୟ ଦଳରେ ରହିଛନ୍ତି, ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାୱାନ, ଶ୍ରେୟସ ଆୟାର, ମନିଷ ପାଣ୍ଡେ, ରିଷଭ ପନ୍ତ, ଶିବମ ଦୁବେ, କୁଲଦୀପ ଯାଦବ, ୟୁଜବିନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର, ଜଶପ୍ରୀତ ବୁମରା, ମହମ୍ମଦ ଶାମୀ, ନବଦୀପ ସାଇନୀ, ରବିନ୍ଦ୍ର ଜାଡେଜା, ଶ୍ରଦ୍ଧାଲ ଠାକୁର ।


Share It

Comments are closed.