ବିସି ଜିନ୍ଦଲ ଗ୍ରୁପର ଜେଆଇଆରଇ ପକ୍ଷରୁ ଏନଏଚପିସି ଠାରୁ ୧୮୦ ମେଗାୱାଟର ସୋଲାର-ବିଇଏସଏସ ବରାଦ ହାସଲ
ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟବସାୟିକ ଗ୍ରୁପ୍ ବିସି ଜିନ୍ଦଲ ଗ୍ରୁପର ଅକ୍ଷୟ ଶକ୍ତି ଶାଖା ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି (ଜେଆଇଆରଇ) ପକ୍ଷରୁ ରାଷ୍ଟ୍ରାୟତ ଉଦ୍ୟୋଗ ଏନଏଚପିସିଠାରୁ ୧୮୦ ମେଗାୱାଟର ସୋଲାର ସମେତ ଷ୍ଟୋରେଜ ପ୍ରକଳ୍ପ ପାଇଁ ୧୮ହଜାର କୋଟି ଟଙ୍କାର କାରବାର ସହିତ ବରାଦ ହାସଲ କରାଯାଇଛି। ଏହି ପ୍ରକଳ୍ପ ହେଉଛି ଏନଏଚପିସିର ୧୨୦୦ ମେଗାୱାଟ ଅନ୍ତଃ ରାଜ୍ୟ ସଂଚରଣ ବ୍ୟବସ୍ଥା ସହ ସଂଯୁକ୍ତ ସୌର ଶକ୍ତି ପ୍ରକଳ୍ପର ଅଂଶ।
ଏନଏଚପିସିଠାରୁ କେଡବ୍ଲୁଏଚ ପିଛା ୩.୦୯ ଟଙ୍କାର ଟାରିଫରେ ଜେଆଇଆରଇ ଏହି ୧୮୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ହାସଲ କରିଛି। ସର୍ତାବଳୀ ଅନୁସାରେ କମ୍ପାନି ଏହି ପ୍ରକଳ୍ପକୁ ନିର୍ମାଣ-ମାଲିକାନା-ପରିଚାଳନା ଭିତିରେ କାର୍ଯ୍ୟକାରୀ କରିବ। ଏଥି ସହିତ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ) ସ୍ୱାକ୍ଷରିତ ହେବାର ୨୪ ମାସ ମଧ୍ୟରେ ଏହି ନୂତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ।
ଏହି ଅବସରରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ ଏନର୍ଜିର ସିଇଓ ଅମିତ କୁମାର ମିତଲ କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ବିଡକୁ ହାସଲ କରିବା ଜେଆଇଆରଇର ଅକ୍ଷୟ ଶକ୍ତି କ୍ଷେତ୍ରରେ ରହିଥିବା ପାରଦର୍ଶିତା ଓ ଦକ୍ଷତାର ପ୍ରତିଫଳନ। ଆସନ୍ତା ଚାରି ବର୍ଷ ମଧ୍ୟରେ ୫ ମେଗାୱାଟର ସୌର, ପବନ, ହାଇବ୍ରିଡ, ହାଇଡ୍ରୋ ଓ ଏଫଡିଆରଇ ଶକ୍ତି ସମ୍ପ୍ରସାରଣ କରିବା ଲାଗି କମ୍ପାନିର ରହିଥିବା ଲକ୍ଷ୍ୟକୁ ଏହା ବଳ ପ୍ରଦାନ କରିବ। ଆଗାମୀ ତ୍ରୈମାସିକଗୁଡ଼ିକରେ ଆମେ ଏହି ଧାରାକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ।”
ଏନଏଚପିସି ପକ୍ଷରୁ ଜେଆଇଆରଇ ସହିତ ଏକ ୨୫ ବର୍ଷିଆ ଚୁକ୍ତି ସ୍ୱାକ୍ଷର କରାଯିବ। ଏହି ନବରତ୍ନ କମ୍ପାନି ଜେଆଇଆରଇ ଠାରୁ ବିଦ୍ୟୁତ କିଣିବ ଏବଂ ରାଜ୍ୟ ୟୁଟିଲିଟି ଓ ଅନ୍ୟମାନଙ୍କୁ ବିକ୍ରି କରିବ।
୨୦୨୫-୨୬ରେ ଜେଆଇଆରଇ ଦେଶ ଓ ବିଦେଶରେ ପରିଚାଳନା ସଂପତି ଅଧିଗ୍ରହଣ କରି ଏହାର କ୍ଷମତା ପୋର୍ଟଫୋଲିଓକୁ ସମ୍ପ୍ରସାରଣ କରିବାକୁ ଚାହୁଛି। କମ୍ପାନି ଏହାର ଉପସ୍ଥିତି ବଢ଼ାଇବା ଉପରେ ଏବଂ ଉଭୟ ଦେଶବିଦେଶରେ ସଂପତି ଅଧିଗ୍ରହଣ କରିବା ପାଇଁ ସୁଯୋଗ ଅନ୍ୱେଷଣ କରୁଛି। ଏହି ଅଧିଗ୍ରହଣଗୁଡ଼ିକ ୧-୨ ବର୍ଷ ମଧ୍ୟରେ ଚୂଡ଼ାନ୍ତ ହେବ। ଏଥିପାଇଁ କମ୍ପାନି ନିଜସ୍ୱ ଉତ୍ସ ଓ ଋଣ ଜରିଆରେ ପାଣ୍ଠି ସଂଗ୍ରହ କରିବ।
ଜେଆଇଆରଇ ୨୦୩୦ ସୁଦ୍ଧା ୫୦୦ ମେଗାୱାଟ ଅକ୍ଷୟ ଶକ୍ତି ଦକ୍ଷତା ହାସଲ କରିବାରେ ଭାରତର ରହିଥିବା ଲକ୍ଷ୍ୟକୁ ହାସଲ କରିବା ଲକ୍ଷ୍ୟରେ ନିଜର ଭାଗିଦାରୀ ପ୍ରଦାନ କରୁଛିି।
Comments are closed.