ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ର ୧୫୦ ମେଗାୱାଟ୍ ଟେଣ୍ଡର ହାସଲ

Share It

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ବ୍ୟାବସାୟିକ ସଂସ୍ଥା ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ସୋଲାର ଏନର୍ଜି କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍‌ଇସିଆଇ)ର ୧୫୦ ମେଗାୱାଟ୍ ରାଉଣ୍ଡ୍ ଦି କ୍ଲକ୍ ପ୍ରକଳ୍ପକୁ ରିଭର୍ସ ନିଲାମରେ ହାସଲ କରିଛି। ଏସ୍‌ଇସିଆଇର ୧୨୦୦ ମେଗାୱାଟ୍‌ର ଆର୍‌ଟିସି ଅକ୍ଷୟ ଶକ୍ତି ପ୍ରକଳ୍ପର ଏକ ଅଂଶ ହେଉଛି ଏହି ପ୍ରକଳ୍ପ ଯାହାର ଟେଣ୍ଡର ଗତବର୍ଷ ନଭେମ୍ବରରେ ଆହ୍ୱାନ କରାଯାଇଥିଲା।
କମ୍ପାନି ୫.୦୭/କେଡବ୍ଲୁଏଚ୍ ଟାରିଫ୍‌ରେ ୧୫୦ ମେଗାୱାଟ୍ର ମୋଟ୍ କ୍ଷମତା ଆବଶ୍ୟକତା ହାସଲ କରିଛି। ଏହି ପ୍ରକଳ୍ପର ଅଂଶ ଭାବେ ଆନ୍ତଃ ରାଜ୍ୟ ସଂଚାରଣ ବ୍ୟବସ୍ଥା ସହ ସଂଯୁକ୍ତ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବ, ଯେଉଁଥିରେ ସଂଚାରଣ ନେଟ୍‌ୱର୍କ ଗଠନ କରାଯିବା ସହ ଆଇଏସ୍‌ଟିଏସ୍ ନେଟ୍‌ୱର୍କ ଓ ଡେଲିଭରି ପଏଂଟ୍ ସ୍ଥାପନ କରାଯିବ। ସର୍ତାବଳୀ ଅନୁସାରେ ବିସି ଜିନ୍ଦଲ ଗ୍ରୁପ୍ ଆର୍‌ଟିସି ପ୍ରକଳ୍ପ ପାଇଁ ଜମି ଚିହ୍ନଟ, ପ୍ରକଳ୍ପ ସ୍ଥାପନ, ଆବଶ୍ୟକ ମଂଜୁରୀ ଏବଂ ଏସ୍‌ଇସିଆଇ ଜରିଆରେ ବିଦ୍ୟୁ୍‌ତ କ୍ରୟ ବୁଜାମଣା ସହ ଡିସ୍‌କମ୍‌ଗୁଡ଼ିକୁ ବିଦ୍ୟୁତ ଯୋଗାଣ ପାଇଁ ଆଇଏସ୍‌ଟିଏସ୍ ନେଟ୍‌ୱର୍କକୁ ଆନ୍ତଃସଂଯୋଗ ପ୍ରଦାନ କରିବା ଦାୟିତ୍ୱରେ ରହିବ।
ଏ ସମ୍ପର୍କରେ ବିସି ଜିନ୍ଦଲ ଗ୍ରୁପ୍‌ର ପ୍ରବକ୍ତା କହିଛନ୍ତି ଯେ, “ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନିଲାମରେ ୧୫୦ ମେଗାୱାଟ୍ ଆର୍‌ଟିସି ପ୍ରକଳ୍ପ ହାସଲ କରିବା ଦୃଢ଼ ଓ ଭରସାଯୋଗ୍ୟ ଅକ୍ଷୟ ଶକ୍ତି ସମାଧାନ ପ୍ରତି ଆମର ରହିଥିବା ପ୍ରତିବଦ୍ଧତାକୁ ଦୋହରାଉଛି। ଭାରତର ସ୍ୱଚ୍ଛ ଶକ୍ତି ଆଡ଼କୁ ପରିବର୍ତନ ଏବଂ ୨୦୩୦ ସୁଦ୍ଧା ୫୦୦ ମେଗାୱାଟ୍ ଅକ୍ଷୟ ଶକ୍ତି ଲାଗି ଦେଶର ରହିଥିବା ଲକ୍ଷ ହାସଲ କରିବାକୁ ସମର୍ଥନ କରିବାରେ ଏହି ପ୍ରକଳ୍ପ ହାସଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।’’
ନିକଟରେ ଗ୍ରୁପ୍‌ର ଅକ୍ଷୟ ଶକ୍ତି ଶାଖା ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି (ଜିଆଇଆର୍‌ଇ) ଏସ୍‌ଜେଭିଏନ୍‌ଠାରୁ ୩୦୦ ମେଗାୱାଟ୍‌ର ସୋଲାର ସହ ଷ୍ଟୋରେଜ୍ ପ୍ରକଳ୍ପ ହାସଲ କରିଥିଲା। ତାହା ଥିଲା ଏସ୍‌ଜେଭିଏନ୍‌ର ୧୨୦୦ ମେଗାୱାଟ୍‌ର ଆନ୍ତଃ ରାଜ୍ୟ ସଂଚାରଣ ବ୍ୟବସ୍ଥା ସଂଯୁକ୍ତ ସୋଲାର ବିଦ୍ୟୁତ ପ୍ରକଳ୍ପ ଟେଣ୍ଡର୍‌ର ଅଂଶ ଯେଉଁଥିରେ ୬୦୦ ମେଗାୱାଟ୍‌/୨୪୦୦ ମେଗାୱାଟ୍‌ର ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ରହିଛି। ଏଥି ସହିତ ନିକଟରେ ଜେଆଇଆର୍‌ଇ ପକ୍ଷରୁ ଏନ୍‌ଏଚ୍‌ପିସିଠାରୁ ୩୦୦ ମେଗାୱାଟ୍‌ର ସୋଲାର୍ ପ୍ଲସ୍ ଷ୍ଟୋରେଜ୍ ପ୍ରକଳ୍ପ ହାସଲ କରାଯାଇଛି। ତାହା ମଧ୍ୟ ଏନ୍‌ଏଚ୍‌ପିସିର ୧୨୦୦ ମେଗାୱାଟ୍ ଆନ୍ତଃ ରାଜ୍ୟ ସଂଚାରଣ ବ୍ୟବସ୍ଥା ସଂଯୁକ୍ତ ସୋଲାର ବିଦ୍ୟୁତ ପ୍ରକଳ୍ପର ଅଂଶ ଯେଉଁଥିରେ ୬୦୦ ମେଗାୱାଟ୍‌/୨୪୦୦ ମେଗାୱାଟ୍‌ର ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ରହିଛି।
ଏହି ପ୍ରକଳ୍ପଗୁଡ଼ିକୁ ହାସଲ କରିବା ଗ୍ରୁପ୍‌ର ସୋଲାର, ପବନ, ହାଇବ୍ରିଡ୍‌, ଆର୍‌ଟିସି ଓ ଏଫ୍‌ଡିଆର୍‌ଇ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ କମ୍ପାନିର ବିଶେଷତା ଉପରେ ଆଲୋକପାତ କରୁଛି ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି।


Share It

Comments are closed.