ବିସି ଜିନ୍ଦଲ ଗ୍ରୁପ୍ ପକ୍ଷରୁ ୫ ଗିଗାୱାଟ୍ ଲକ୍ଷ୍ୟ ସହ ଭାରତୀୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ


ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ବିସି ଜିନ୍ଦଲ ଗ୍ରୁପ୍ ଭରତୀୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନି ଆସନ୍ତା ୫ ବର୍ଷରେ ୨.୫ ବିଲିୟନ ଡଲାର ନିବେଶ କରିବାକୁ ଯୋଜନା ରହିଛି। ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏହାର ୧୨୦୦ ମେଗାୱାଟ୍‌ର ଥର୍ମାଲ୍ ପାୱାର ପ୍ଲାଂଟ୍ ରହିଥିବା ବେଳେ ଅକ୍ଷୟ ଶକ୍ତି କ୍ଷେତ୍ର ପାଇଁ କମ୍ପାନି ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛି। ଉକ୍ତ ସଂସ୍ଥା ଅକ୍ଷୟ ଶକ୍ତି ସୃଷ୍‌ଟି ଓ ସୋଲାର୍ ସେଲ୍ ତଥା ମଡ୍ୟୁଲ ଉତ୍ପାଦନ ପ୍ରକ୍ର୍ରିୟାର ଦେଖାଶୁଣା କରିବ।
ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ସୌର, ପବନ, ହାଇବ୍ରିଡ୍ ଓ ଏଫ୍‌ଡିଆର୍‌ଇ ମୋଡ୍ ଜରିଆରେ ୫ ମେଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବେଶ ପ୍ରତି ଦାୟିତ୍ୱ ଓ ଡିକାର୍ବନାଇଜେସନ୍ ହାସଲ କରିବାକୁ ଚାହୁଛି। ସୌର ଶକ୍ତିକ୍ଷେତ୍ରରେ ରହିଥିବା ଚାହିଦା ହାସଲ କରିବା ଲାଗି କମ୍ପାନି ପିଭି ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ କରିବ।
ଏହି ଅବସରରେ ବିସି ଜିନ୍ଦଲ ଗ୍ରୁପ୍ ଶ୍ରୀ ଶ୍ୟାମ ଜିନ୍ଦଲ କହିଛନ୍ତି ଯେ, “ଭାରତର ମହତ୍ୱକାଂକ୍ଷୀ ଅକ୍ଷୟ ଶକ୍ତି ଲକ୍ଷ୍ୟ ଅନୁସାରେ ଆମର ଲକ୍ଷ୍ୟ ହେଉଛି ସୌର, ପବନ, ହାଇବ୍ରିଡ୍ ଓ ଏଫ୍‌ଡିଆର୍‌ଇ ମୋଡ୍‌ରୁ ୫ ଗିଗାଓବାଟ୍ ଅକ୍ଷୟ ଶକ୍ତ ଉତ୍ପାଦନ କରିବା। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିବାକୁ ଭାରତ ଲକ୍ଷ୍ୟ ରଖିଥିବା ବେଳେ ଏହି କ୍ଷେତ୍ରରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜିର ପ୍ରବେଶ ଉକ୍ତ ମିସନକୁ ସୁଦୃଢ଼ କରିବ। ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମର ପ୍ରବେଶ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଅଭ୍ୟୁଦୟ।”
ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପୁନିତ ଗୁପ୍ତା କହିଛନ୍ତି ଯେ, “ଭାରତର ବର୍ତମାନର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଏବେବି ପ୍ରଦୂଷଣ କାରକ ଉତ୍ସରୁ ଉତ୍ପନ୍ନ ଶକ୍ତିର ଆଧିପତ୍ୟ ରହିଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିରେ ଉନ୍ନତି ହେବା ଓ ଚାହିଦାରେ ବୃଦ୍ଧି ହେଉଥିବାରୁ ଆମେ ଆମର ଥିବା ଶକ୍ତି କମ୍ପାନିର ଦୃଢ଼ତାକୁ ବ୍ୟବହାର କରି ଅକ୍ଷୟ ଶକ୍ତି କ୍ଷେତ୍ରର ଏକ ପ୍ରମୁଖ ସଂସ୍ଥା ହେବାକୁ ଲକ୍ଷ୍ୟ ରଖିଛୁ। ଏହା ଆମ ଶକ୍ତି ସୁରକ୍ଷା ବଢ଼ାଇବା ସହ ଆମ ପରିଚାଳନା ପାଇଁ ଏକ ସ୍ଥ।।ୟୀ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ।”
ଶ୍ରୀଯୁକ୍ତ ବି ସି ଜିନ୍ଦଲଙ୍କ ଦ୍ୱାରା ୧୯୫୨ରେ ସ୍ଥାପନ କରାଯାଇଥିବା ବିସି ଜିନ୍ଦଲ ଗ୍ରୁପ୍ ଅଧୀନରେ ଜିନ୍ଦଲ ଇଣ୍ଡିଆ ରିନୁଏବଲ୍ ଏନର୍ଜି ପରିଚାଳିତ ହେଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଏକ ଲୁହା ପାଇପ୍ ଓ ଫିଟିଙ୍ଗ୍‌ସ ନିର୍ମାତା ଥିଲା ଯାହା ଏବେ ଶକ୍ତି କ୍ଷେତ୍ର ସହ ଭାରତର ଏକ ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନରେ ପରିଣତ ହୋଇଛି। ଶକ୍ତି କ୍ଷେତ୍ରରେ ଥିବା ପରମ୍ପରା ଅନୁସାରେ ଜିନ୍ଦଲ ଇଣ୍ଡିଆ ରିନୁଏଲ୍ ଏନର୍ଜିକୁ ଗଠନ କରାଯାଇଛି।


Share It

Comments are closed.