କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ, ୦ ରେ ଅଲଆଉଟ ହେଲେ ସମସ୍ତ ଖେଳାଳୀ


୦,୦,୦,୦,୦,୦,୦,୦,୦,୦! ଏହାକୁ ଦେଖି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବା । କିନ୍ତୁ କେରଳସ୍ଥିତ ‘କସାରୋଗୋଡ’ରେ ଖେଳୁଥିବା ଏକ ମହିଳା ଅଣ୍ଡର-୧୯ ଟିମ ଏହି ସ୍କୋର କରି ଅଲଆଉଟ ହୋଇଯାଇଥିଲେ । ଏହାକୁ ଶୁଣି, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଏହି ସ୍କୋର ଅନ୍ତଃ ଜିଲ୍ଲା ମହିଳା ଅଣ୍ଡର-୧୯, ‘କସାରୋଗୋଡ’ ଏବଂ ‘ୱାୟନାଡ’ ମଧ୍ୟରେ ଖେଳାଯାଉଥିବା ସମୟରେ ହୋଇଥିଲା । ଉଭୟ ଟିମ ମଧ୍ୟରେ ଖେଳାଯାଉଥିବା ଏହି ମ୍ୟାଚଟି ବୁଧବାର ଦିନ ମଲ୍ଲାପୁରମସ୍ଥିତ ‘ପେରିନଥଲମନ୍ନା’ ଷ୍ଟାଡିୟମରେ ଆୟୋଜିତ ହେଇଥିଲା ।
କେବଳ ଏତିକି ନୁହେଁ ୦ କରି ଅଲଆଉଟ ହୋଇଥିବା ଦଳର ସମସ୍ତ ଖେଳାଳୀ ସମାନ ଢଙ୍ଗରେ କ୍ଲିନ ବୋଲ୍ଡ ହୋଇଥିଲା, ଯାହାକି କ୍ରିକେଟ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ଏହି ମ୍ୟାଚରେ ‘କସାରୋଗୋଡ’ ଟିମର ସମସ୍ତ ଖେଳାଳୀ ୦ ରନରେ ଅଲଆଉଟ ହୋଇଯିବା ସତ୍ତେ୍ୱ ମଧ୍ୟ ଦଳ ୪ ରନ ସଂଗ୍ରହ କରିଥିଲା, ଯାହାକି ବିପକ୍ଷୀ ଦଳଙ୍କର ଅତରିକ୍ତ ରନ ଦେବା ଯୋଗୁଁ ହୋଇଥିଲା ।
ଏହି ମ୍ୟାଚକୁ ବିଜୟ ପାଇଁ ‘ୱାୟନାଡ’ ଟିମକୁ ୫ ରନର ଆବଶ୍ୟକତା ରହିଥିବାବେଳେ ଦଳ ଅତି ସହଜରେ ଏହାକୁ ହାସଲ କରି ୧୦ ୱିକେଟରେ ବିଜୟ ହୋଇଥିଲା ।


Share It

Comments are closed.