ଖୁବଶୀଘ୍ର ପରଦାକୁ ଆସିବ ଅରିନ୍ଦମଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ’


ଖୁବଶୀଘ୍ର ବଡ ପରଦାକୁ ଆସିଯିବାକୁ ଯାଉଛି ଓଲିଉଡ କିଙ୍ଗ ଅରିନ୍ଦମ ରଏଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାବୁ ଭାଇଜାନ ’ । ଦୀର୍ଘ ଦିନ ପରେ ଅରିନ୍ଦମ ପୁଣିଥରେ ବଡ ପରଦାରେ ନିଜ ଜଲୱା ଦେଖାଇବାକୁ ଯାଉଥିବାବେଳେ ଏହାକୁ ଦେଖିବା ପାଇଁ ବର୍ତ୍ତମାନ ଠାରୁ ପ୍ରଶଂସଙ୍କ ମନରେ ଉତ୍ସାହ ମଧ୍ୟ ଭରିବାରେ ଲାଗିଲାଣି ।
ଏହି ଫିଲ୍ମଟି ବାଲେଶ୍ୱରର ଜଣେ ସଂଘର୍ଷମୟ ବ୍ୟକ୍ତିଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଥିବାବେଳେ କିପରି ସେହି ବ୍ୟକ୍ତି ଜଣକ ସାଧାରଣ ବ୍ୟକ୍ତିରୁ ବିଶିଷ୍ଟ ଉଦ୍ୟୋଗପତି ହୋଇପାରିଥିଲେ ତାହା ଉପରେ ଏହା ପର୍ଯ୍ୟବେଶିତ । ଖ୍ୱାଜା ଗରିବ ନୱାଜ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଓଲିଉଡ କିଙ୍ଗ ଅରିନ୍ଦମ ରଏ ଥିବାବେଳେ ବିପକ୍ଷରେ ରିହଛନ୍ତି ନବାଗତ ଅଭିନେତ୍ରୀ ଶିବାନୀ ।
ଏହି ଫିଲ୍ମଟିର ନିର୍ଦ୍ଦେଶନା ତାପସ ସରଗରିଆ ଦେଇଥିବାବେଳେ ଫିଲ୍ମରେ ଅରିନ୍ଦମ ଏବଂ ଶିବାନୀଙ୍କ ସମେତ ବବି ମିଶ୍ର, ମନୋଜ ମିଶ୍ର, ବିଦୁସ୍ମିତା ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟିର ସୁଟିଙ୍ଗ ଆରମ୍ଭ ହୋଇଯାଇଥିବାବେଳେ ଏହାର ଏକ ସଙ୍ଗୀତ ବିଦେଶରେ ମଧ୍ୟ ସୁଟିଙ୍ଗ ହେବାର ମଧ୍ୟ ବ୍ୟବସ୍ଥା ରହିଛି ।


Share It

Comments are closed.