ବିଜେଡିରେ ଯୋଗଦେଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଚନ୍ଦନ


ନିର୍ବାଚନୀ ତାରିଖ ଦିନକୁ ଦିନ ଯେତେ ପାଖେଇ ଆସୁଛି ସେତେ ହାଇଭୋଲଟେଜ ରାଜନୈତିକ ଡ୍ରାମ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ୟପଟେ ଟାଣ ଖରାକୁ ସାଙ୍ଗକୁ ନେତାଙ୍କର ଦଳ ଅଦଳବଦଳ ନୀତିକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଉଷ୍ମ ବାତାବରଣ ଖେଳିଯାଇଛି । ତେବେ ଏହାକୁ ପ୍ରସଙ୍ଗ କରି ଓଡିଶାରେ ବିଜେପିର ମଙ୍ଗ ଧରିଥିବା ତଥା ଓଡିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ‘ହରିଚନ୍ଦନ ପଣ୍ଡା’ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ହରିଚନ୍ଦନଙ୍କୁ ବିଜେଡିରେ ଯୋଗ ଦେବାର କାରଣ ସଂପର୍କରେ ପଚରାଯିବା ପରେ ସେ କହିଥିଲେ ଯେ, “ଦାଦା ବସନ୍ତ ପଣ୍ଡା କେବଳ ଦଳର ସ୍ୱାର୍ଥ ପାଇଁ କାମ କରୁଛନ୍ତି ଏବଂ ନିଜ ଅଞ୍ଚଳବାସୀ କିଛି ବି କରୁ ନାହାନ୍ତି ।” ସେ ଆହୁରୀ ମଧ୍ୟ କହିଥିଲେ ଯେ, “ମୁଁ ନବୀନଙ୍କ ଆଦର୍ଶ ଏବଂ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ବିଜେଡିରେ ଯୋଗ ଦେଇଛି । ଯାହାକି ମୋତେ ମୋ ଅଞ୍ଚଳବାସୀଙ୍କର ସେବା କରିବା ପାଇଁ ପ୍ରେରଣା ଦେବ ।”
ପ୍ରକାଶ ଥାଉକି ପୂର୍ବରୁ ହରିଚନ୍ଦନ ବିଜେଡିରେ ଯୋଗଦେବା ନେଇ ଖବର ପ୍ରସାରିତ ହେଇଥିବାବେଳେ ସେ ଆଜି ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।


Share It

Comments are closed.