ଆମେରିକା ରାଷ୍ଟ୍ରପତି ପଦ ପାଇଁ ଜୋ ବାଇଡେନ୍‌ଙ୍କୁ ସମର୍ଥନ କଲେ ଓବାମା

ବାଇଡେନଙ୍କୁ ସଙ୍କଟମୋଚନ କହି ସମ୍ବୋଧିତ କଲେ ଓବାମା


ୱାଶିଂଟନ,୧୫ ଏପ୍ରିଲ ୨୦୨୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜୋ ବାଇଡେନ୍‌ଙ୍କ ରାଷ୍ଟ୍ରପତି ପଦ ପାଇଁ ଦାବିଦାରିକୁ ସମର୍ଥନ କରି କହିଛନ୍ତି ଯେ, ବାଇଡେନ ଜଟିଳ ପରିସ୍ଥିତିରେ ଆମେରିକାର ସଙ୍କଟମୋଚନ ହୋଇପାରନ୍ତି । ବାଇଡେନ୍‌, ଓବାମାଙ୍କ ଶାସନକାଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିଲେ । ଓବାମାଙ୍କ ମତରେ, ବାଇଡେନଙ୍କ ପାଖରେ ଦୀର୍ଘ ସମୟର ଅନୁଭବ ଓ ଚରିତ୍ର ରହିଛି, ସେ ଆମର କଠିନ ସମୟରେ ଆମର ମାର୍ଗଦର୍ଶନ କରିପାରିବେ ଏବଂ ଜଟିଳ ସ୍ଥିତିରୁ ବାହାରିବା ସମୟରେ ସେ ସଙ୍କଟମୋଚନର ଭୂମିକା ତୁଲାଇପାରିବେ । ମୋର ବିଶ୍ୱାସ ରହିଛି ଯେ, ରାଷ୍ଟ୍ରପତି ହେବା ପାଇଁ ଯେଉଁସବୁ ଗୁଣର ଆବଶ୍ୟକତା ରହିଛି ସେସବୁ ବାଇଡେନ୍‌ଙ୍କ ନିକଟରେ ଅଛି । ଉଲ୍ଲେଖଯୋଗ୍ୟ ଯେ, ଆମେରିକାରେ ଚଳିତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଜୋ ବାଇଡେନ୍ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ବାଇଡେନ୍ ପ୍ରାର୍ଥୀ ହେଲେ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ବର୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ।


Share It

Comments are closed.