ସାନ୍ତା ହୋଇ ରୋଗାଗ୍ରସ୍ତ ଶିଶୁଙ୍କୁ ଉପହାର ପ୍ରଦାନ କଲେ ଓବାମା


ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ‘ବାରକ ଓବମା’ ଏଭଳି କିଛି କାମ କରିଛନ୍ତି, ଯାହା ଦ୍ୱାରା ସେ ପୁଣି ଥରେ ଲୋକଙ୍କ ହୃଦୟକୁ ଜିତିବାରେ ସକ୍ଷମ ହୋଇପାରିଛନ୍ତି । ଓବମା ଗତ କାଲି ରୋଗାଗ୍ରସ୍ତ ଶିଶୁଙ୍କ ମଧ୍ୟକୁ ଫାଦର କ୍ରିସମାସ ହୋଇ ପହଞ୍ଚିଥିଲେ । ଓବାମା ମୁଣ୍ଡରେ ସାନ୍ତା କ୍ଲସର ଏକ ଟୋପି ପିନ୍ଧି ଓ ହାତରେ ଖେଳନା ଭର୍ତ୍ତି ଥିବା ଏକ ବ୍ୟାଗକୁ କାନେ୍ଧଇ ରୋଗାଗ୍ରସ୍ତ ଶିଶୁଙ୍କ ନିକଟରେ ପହଞ୍ଚିଥିଲେ ।
ରୋଗାଗ୍ରସ୍ତ ପିଲାମାନେ ଭର୍ତ୍ତିଥିବା ହସ୍ପିଟାଲରେ ଓବାମା ପହଞ୍ଚି ସେଠାରେ ପିଲାମାନଙ୍କ ପରିଜନଙ୍କୁ ଭେଟିଥିଲେ । ସେଠାରେ ଓବାମା ପିଲାମାନଙ୍କ ପରିଜନଙ୍କ ସହ ସାକ୍ଷାତ କରିବା ସହ ରୋଗାଗ୍ରସ୍ତ ଶିଶୁ ମାନଙ୍କୁ ଆଲିଙ୍ଗନ କରି ତାଙ୍କୁ ଉପହାର ମଧ୍ୟ ପ୍ରଦାନ କରିଥିଲେ ।

ଓବାମା ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, “ଆମକୁ କିଛି ଅଦ୍ଭୁତ ପିଲା ଏବଂ ତାଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିବା ପାଇଁ ସୁଯୋଗ ମିଳିଲା । ଦୁଇଟି ପିଲାଙ୍କ ବାପା ହୋଇଥିବା ହେତୁ ମୁଁ ଏହି କଳ୍ପନା କରିପାରୁଛି ଏମାନଙ୍କ ଦେଖାଶୁଣା କରୁଥିବା ନର୍ସ, ଷ୍ଟାପ ଏବଂ ଡାକ୍ତରଙ୍କ ଆବଶ୍ୟକତା ଏଠାରେ କେତେ ଜରୁରୀ । ”
ପ୍ରକାଶ ଥାଉକି ଓବାମା ଆମେରିକାର ୪୪ତମ ରାଷ୍ଟ୍ରପତି ଅଟନ୍ତି । ଏବଂ ସେ ବର୍ତ୍ତମାନ ୱାସିଂଟନରେ ରହୁଛନ୍ତି । ଚଳିତ ବର୍ଷ ଭଳି ସେ ଗତ ବର୍ଷ ମଧ୍ୟ ଏକ ସ୍କୁଲରେ ସାନ୍ତା ହୋଇ ପହଞ୍ଚିଥିଲେ ।


Share It

Comments are closed.