ବଂଶଲ ଓୟାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ୭୪୫ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର ଜୁଲାଇ ୩ରେ ଖୋଲିବ


ଭୁବନେଶ୍ୱର: ବଂଶଲ ଓୟାର ଇଣ୍ଡଷ୍ଟ୍ରିଜ୍ ଳିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଜୁଲାଇ ୩, ବୁଧବାରରେ ଖୋଲିବ । ଏହି ଇସ୍ୟୁର ମୋଟ ପରିମାଣ ହେଉଛି ୭୪୫ କୋଟି ଟଙ୍କା । ଆଙ୍କର ନିବେଶକମାନେ ୨୦୨୩ ଜୁଲାଇ ୨, ମଙ୍ଗବାର ବିଡ୍ ଦାଖଲ କରିପାରିବେ । ୨୦୨୪ ଜୁଲାଇ ୫, ଶୁକ୍ରବାର ବିଡ୍ ଦାଖଲ ଶେଷ ହେବ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୨୪୩ ଟଙ୍କାରୁ ୨୫୬ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୫୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ପରେ ସେଥିରେ ୫୮ଟି ଲେଖାଏଁ ସେୟାର ଯୋଡ଼ିପାରିବେ ।
ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି କମ୍ପାନି ହାସଲ କରିଥିବା ୪୫୨.୬୮ କୋଟି ଟଙ୍କାର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, ସହାୟକ କମ୍ପାନିର ୯୩.୭ କୋଟି ଟଙ୍କାର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଲାଗି ସେଥିରେ ନିବେଶ କରିବା, ୬୦ କୋଟି ଟଙ୍କାକୁ କମ୍ପାନିର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ଯୋଜନା ରହିଛି ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହ ଇସ୍ୟୁର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ସମାନୁପାତିକ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ସଂରକ୍ଷୀତ ରଖାଯିବ ଯାହାର ୬୦ ପ୍ରତିଶତ ଭାଗକୁ ବୁକ ରନିଂ ଲିଡ୍ ମ୍ୟାନେଜରଙ୍କ ସହ ଆଲୋଚନା କରି ଆଙ୍କର ନିବେଶକମାନଙ୍କୁ ପ୍ରଦାନ କରାଯାଇପାରିବ । ତାହାର ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ଘରୋଇ ମ୍ୟୁଚୁଆଲ୍ ଫଣ୍ଡ୍ ଲାଗି ରଖାଯିବ । ନିଟ୍ କୁୃ୍ୟଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ମ୍ୟୁଚୁଆଲ ଫଣ୍ଡ ପାଇଁ ରଖାଯିବ । ଇସ୍ୟୁର ୧୫% ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡରଙ୍କ ପାଇଁ ରଖାଯିବ । ଆଂବଟନର ୩୫% ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କୁ ପ୍ରଦାନ କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ଓ ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍।


Share It

Comments are closed.