ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନର ୨ ଦିନିଆ ଧର୍ମଘଟ ଡାକରା: ଲଗାତର ଚାରିଦିନ ବନ୍ଦ ରହିପାରେ ବ୍ୟାଙ୍କ !


ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କର ଘରୋଇକରଣ ଘୋଷଣା କରିଛନ୍ତି। ଏହାର ପ୍ରତିବାଦରେ ସରକାରୀ ବ୍ୟାଙ୍କଗୁଡିକର କର୍ମଚାରୀ ସଂଗଠନ (PSBs) ମାର୍ଚ ୧୫ ଓ ମାର୍ଚ ୧୬ ଦୁଇଦିନ ପାଇଁ ଧର୍ମଘଟର ଘୋଷଣା କରିଛନ୍ତି ।
୨ଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟରେ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରୁଛି ବ୍ୟାଙ୍କ ସଂଘ । ଯାହାକୁ ନେଇ ଆସନ୍ତା ମାସରେ ୪ଦିନ ବ୍ୟାଙ୍କ ବନ୍ଦ ରହିବ । ଯାହାଦ୍ୱାରା ବ୍ୟାଙ୍କ ସେବା ପ୍ରବାହିତ ହେବାର ମଧ୍ୟ ଆଶଙ୍କା ରହିଛି । ୯ଟି ବ୍ୟାଙ୍କ ସଂଘକୁ ନେଇ ଗଠିଚ ୟୁନାଇଟେଡ଼ ଫୋରମ୍‌ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।

ଖବର ଅନୁଯାୟୀ, ଗତ ସପ୍ତାହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍‌ ଆଗତ କରିଥିଲେ। ଏଥିରେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନିର ଘରୋଇକରଣ ହେବ ବୋଲି ସେ ଘୋଷଣା କରିଥିଲେ। ଏହା ପୂର୍ବରୁ ସରକାର ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିଥିଲେ। ଏହାର ପ୍ରମୁଖ ଅଂଶଧନ ୨୦୧୯ରେ ଏଲ୍‌ଆଇସିକୁ ବିକ୍ରି କରିଦେଇଥିଲେ। ଏମିତି କି ଗତ ୪ ବର୍ଷ ମଧ୍ୟରେ ୧୪ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ କରିଥିଲେ।

ସରକାରଙ୍କ ଏଭଳି ପଦକ୍ଷେପକୁ ବ୍ୟାଙ୍କଗୁଡ଼ିକ ବିରୋଧ କରୁଛନ୍ତି । ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପାଇଁ କେନ୍ଦ୍ର ବଜେଟ୍‌ରେ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରିଛନ୍ତି ବ୍ୟାଙ୍କ ସଂଘ। ଯାହାକୁ ନେଇ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ ସଂଘ । ମାର୍ଚ୍ଚ ୧୫ରୁ ୧୬ ଦୁଇଦିନିଆ ଧର୍ମଘଟ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଲଗାଲଗି ୪ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି। କାହିଁକି ନା ମାର୍ଚ୍ଚ ୧୪ ରବିବାର ପଡୁଥିବା ବେଳେ ୧୩ ହେଉଛି ଦ୍ୱିତୀୟ ଶନିବାର ।

ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‌. ଭେଙ୍କଟଚଲମ୍‌ କହିଛନ୍ତି, ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ ପାଇଁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଏ ନେଇ ୟୁଏଫ୍‌ବିୟୁର ବୈଠକ ବସିଥିଲା। ବୈଠକରେ ୯ ବ୍ୟାଙ୍କ ସଂଘର ପ୍ରତିନିଧିମାନେ ଯୋଗଦେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଧର୍ମଘଟ ପାଇଁ ସହମତି ପ୍ରକାଶ କରିଥିଲେ।


Share It

Comments are closed.