ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭାରତ ସରକାରଙ୍କ ଆର୍ôଥକ ସେବା ବିଭାଗର ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ଅଧୀନରେ ବଲାଙ୍ଗୀରରେ ମେଗା ଶିବିର ଆୟୋଜିତ
– ଆରବିଆଇର ଆଂଚଳିକ ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଫ୍ ବରୋଦାର ଏମ୍ଡି ଓ ସିଇଓଙ୍କ ଅଂଶଗ୍ରହଣ
ବଲାଙ୍ଗୀର : ଭାରତର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ – ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ôଥକ ସେବା ବିଭାଗର ପରିପୂର୍ଣ୍ଣତା ଅଭିଯାନ ଅଧୀନରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଓ ମାଧୁଆପଲ୍ଲୀ ଗ୍ରାମ ପଂଚାୟତରେ ଏକ ମେଗା ଶିବିର ଆୟୋଜନ କରାଯାଇଛି। ଏହି ଅଭିଯାନ ୨୦୨୫ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ବେଳେ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏହାର ଲକ୍ଷ୍ୟ ହେଉଛି ସାରା ଦେଶର ଗ୍ରାମ ପଂଚାୟତ ଓ ପୌରାଞ୍ଚଳଗୁଡ଼ିକରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଓ ସାମାଜିକ ସୁରକ୍ଷା ସ୍କିମ୍ର ୧୦୦% ଅନ୍ତର୍ଭୁକ୍ତୀକରଣକୁ ନିଶ୍ଚିତ କରିବା। ଉଭୟ କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ଗ୍ରାମବାସୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ, ଯାହା ଗ୍ରାମାଞ୍ଚଳରେ ଆର୍ôଥକ ସାକ୍ଷରତା ଓ ବ୍ୟାଙ୍କ ସେବା ପହଞ୍ଚାଇବାର ଆବଶ୍ୟକତାକୁ ଉଦ୍ଭାସିତ କରୁଛି।
କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି, ବ୍ୟାଙ୍କ ଅଫ୍ ବରୋଦାର ଏମ୍.ଡି. ଓ ସିଇଓ ଡ. ଦେବଦତ୍ତ ଚାନ୍ଦ, ବରଥଲା ଗ୍ରାମ ପଂଚାୟତ (ପାଟଣାଗଡ଼)ର ସରପଂଚ ଶ୍ରୀମତୀ କବିତାଞ୍ଜଳୀ ସାହୁ, ମାଧୁଆପଲ୍ଲୀ ଗ୍ରାମ ପଂଚାୟତର ସରପଂଚ ଶ୍ରୀ ସୁକୁରୁ ମହାନନ୍ଦ, ବ୍ୟାଙ୍କର ଭୁବନେଶ୍ୱର ଜୋନ୍ର ଜୋନାଲ୍ ମୁଖ୍ୟ ଓ ମହାପ୍ରବନ୍ଧକ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ, ସମ୍ବଲପୁର କ୍ଷେତ୍ରର କ୍ଷେତ୍ରିୟ ପ୍ରବନ୍ଧକ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ସହିତ ସରକାରୀ ବିଭାଗ ଓ ବ୍ୟାଙ୍କିଂ ଶିଳ୍ପର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି ଆର୍ôଥକ ଅନ୍ତର୍ଭୁକ୍ତୀକରଣର ମହତ୍ୱ ଓ ପ୍ରତିନାଗରିକଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଉପରେ ଆଲୋକପାତ କରି କହିଥିଲେ ଯେ, “ଯୋଜନାଗୁଡ଼ିକ ବିଷୟରେ ସଚେତନତା, ଠିକ୍ ସମୟରେ ସାମିଲ କରିବା ଏବଂ ଡିଜିଟାଲ ଠକେଇ ବିଷୟରେ ସତର୍କତା, ବ୍ୟାଙ୍କ୍ ଖାତା ଖୋଲିବା ଭଳି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିଯାନଗୁଡ଼ିକ ଗ୍ରାମୀଣ ପରିବାରକୁ ଆର୍ôଥକ ସୁରକ୍ଷିତ ପରିବାରରେ ରୂପାନ୍ତରିତ କରିପାରିବ।”
ବ୍ୟାଙ୍କ ଅଫ୍ ବରୋଦାର ଏମ୍ଡି ଓ ସିଇଓ ଡକ୍ଟର ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ସମାନ ବିକାଶ ଓ ସମାଜର ପ୍ରତିଟି କ୍ଷେତ୍ରକୁ ସଶକ୍ତ କରିବାର ମୂଳରେ ରହିଛି ଆର୍ôଥକ ଅନ୍ତର୍ଭୁକ୍ତୀକରଣ। ଏହି ଶିବିର ଭଳି ଅଭିଯାନ ବ୍ୟାଙ୍କ ସେବା, ବୀମା ଓ ସାମାଜିକ ସୁରକ୍ଷା ସ୍କିମ୍କୁ ପ୍ରତି ଯୋଗ୍ୟ ବ୍ୟକ୍ତି ଓ ପରିବାର ପାଖରେ ପହଞ୍ଚାଇବା ନେଇ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଭିନ୍ନ ବର୍ଗର ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସଂଗଠିତ ବ୍ୟାଙ୍କିଂ ଉତ୍ସ ଉପରେ ସେମାନଙ୍କ ବଢ଼ୁଥିବା ଭରସା ଓ ବିଶ୍ୱାସକୁ ପ୍ରକାଶ କରୁଛି। ବଲାଙ୍ଗୀର ଜିଲ୍ଲାରେ ଆମର ଏହି ଅଭିଯାନ ଆର୍ôଥକ ସେବାକୁ ଦୂରଦୂରାନ୍ତ ସ୍ଥାନରେ ପହଞ୍ଚାଇବା ଓ ଓଡ଼ିଶାର ଲୋକଙ୍କୁ ସଶକ୍ତ କରିବା ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଥିସହିତ ଭୁବନେଶ୍ୱରରେ ବ୍ୟାଙ୍କର ଜୋନାଲ୍ କାର୍ଯ୍ୟାଳୟ ଓ ଗତ ୧୨ ମାସରେ ଓଡ଼ିଶାରେ ୧୯ଟି ନୂଆ ଶାଖା ଆରମ୍ଭ ହେବା ସହିତ, ବ୍ୟାଙ୍କ ଅଫ୍ ବରୋଦାର ‘ବିକଶିତ ଭାରତ’ ଯାତ୍ରାରେ ଅନ୍ୟତମ ସ୍ଥାନ ହାସଲ କରିଛି।”
ଏହି କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଲୋକମାନଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ରେ ନୂଆ ଖାତା ଖୋଲିବା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଓ ଅଟଳ ପେନସନ୍ ଯୋଜନାରେ ସାମିଲ କରାଯାଇଥିଲା।
ଏହାସହିତ, ସମସ୍ତ ଯୋଗ୍ୟ ନିଷ୍କ୍ରିୟ ଜନ ଧନ ଖାତାରେ ପୁନଃ-କେୱାଇସି କରାଯାଉଛି, ଡିଜିଟାଲ୍ ଠକେଇକୁ ରୋକିବା, ବ୍ୟାଙ୍କିଂ କରସ୍ପଣ୍ଡେଣ୍ଟ (ବିସି) ପଏଣ୍ଟରେ ଗ୍ରାହକମାନଙ୍କ ସୁବିଧା ପାଇଁ ଚିରାଫଟା ନୋଟ୍ ବିନିମୟ ସୁବିଧା ପ୍ରଦାନ କରାଯାଉଛି। ଏହି ଅବସରରେ ଋଣଗ୍ରାହୀମାନଙ୍କୁ ଚେକ୍ ହସ୍ତାନ୍ତରଣ ମାଧ୍ୟମରେ ଋଣ ସୁବିଧା ମଧ୍ୟ ବଣ୍ଟନ କରାଯାଇଛି।
ଏହି ମେଗା ଶିବିର ଭାରତ ସରକାରଙ୍କ ଅନ୍ତର୍ଭୁକ୍ତୀକରଣ ଓ ଆର୍ôଥକ ସଶକ୍ତୀକରଣ ଲକ୍ଷ୍ୟ ପ୍ରତି ବ୍ୟାଙ୍କ ଅଫ୍ ବରୋଦାର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି।
Comments are closed.