ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଓଡ଼ିଶାର ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ସହାୟତା ପ୍ରଦାନ

Share It

ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଓଡ଼ିଶାର ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମୟରେ ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ସୁନିଶ୍ଚିତ କରିବ।
ବ୍ୟାଙ୍କର ଏକ ଶାଖା ରଥ ଗଡ଼ିବାକୁ ଥିବା ରସ୍ତାରେ ଥିବାରୁ ବ୍ୟାଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ପାନୀୟ ଜଳ ବଂଟନ, ରିଫ୍ରେସମେଂଟ, ଟୋପି ଓ ଛତାର ବ୍ୟବସ୍ଥା କରାଯାଇଛି ଯାହା ଏହି ଗ୍ରୀଷ୍ମପ୍ରବାହ ଓ ବର୍ଷା ସମୟରେ ଆରାମ ଓ ଆଶ୍ୱସ୍ତି ପ୍ରଦାନ କରିବ। ଏହା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯକ୍ରମ ବେଳେ ବ୍ୟାଙ୍କ ଅଫ ବରୋଦାର ଗୋଷ୍ଠୀ ସମ୍ପୃକ୍ତି ଓ ସାର୍ବଜନୀନ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
ବ୍ୟାଙ୍କ ଅଫ ବରୋଦାର ମହାପ୍ରବନ୍ଧକ ଓ ଜୋନାଲ ମୁଖ୍ୟ-ଭୁବନେଶ୍ୱର ଜୋନ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ‘ରଥଯାତ୍ରା କେବଳ ଏକ ଆଧ୍ୟାତ୍ମିକ ଯାତ୍ରା ନୁହେଁ, ଏହା ହେଉଛି ବିଶ୍ୱାସ ଓ ଶ୍ରଦ୍ଧାଳୁମାନଙ୍କର ଏକ ମିଳିତ ଉତ୍ସବ। ଏକ ଦାୟିତ୍ୱବାନ ଓ ଗୋଷ୍ଠୀ କୈନ୍ଦ୍ରୀକ ସଂସ୍ଥା ଭାବେ ବ୍ୟାଙ୍କ ଅଫ ବରୋଦା ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଗର୍ବିତ, ଯାହା ଶ୍ରଦ୍ଧାଳୁଙ୍କ ପାଇଁ ରଥଯାତ୍ରାରେ ଏକ ଆରାମଦାୟକ ଓ ସମୃଦ୍ଧ ଅନୁଭୂତି ସୁନିଶ୍ଚିତ କରିବ।’’
ଏହି ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ ଅଫ ବରୋଦାର କର୍ମଚାରୀମାନେ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ରଥଯାତ୍ରାରେ ସ୍ୱେଚ୍ଛାସେବା କରିବେ।


Share It

Comments are closed.