ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ସିଏସଆର ପଦକ୍ଷେପ ସ୍ୱରୂପ ୱିଙ୍ଗର ଭ୍ୟାନ୍ ପ୍ରଦାନ
ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସରକାରୀ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ପଦକ୍ଷେପର ଏକ ଅଂଶ ବିଶେଷ ଭାବରେ ଏକ ୧୫ ସିଟ୍ ବିଶିଷ୍ଟ ୱିଙ୍ଗର ଭ୍ୟାନ୍ ଭୁବନେଶ୍ୱର କଣ୍ଟାବାଡ଼ ଠାରେ ଅବସ୍ଥିତ ଆଦୃତ ଚିଲଡ୍ରେନ ହୋମ୍ କୁ ଦାନ କରିଛି। ଏହି ପଦକ୍ଷେପରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ଚାନ୍ଦ, ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ ଶ୍ରୀମତି ସ୍ୱପ୍ନା ବନ୍ଦୋପାଧ୍ୟାୟ, ବରିଷ୍ଟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
୧୯୯୮ ରେ ପ୍ରତିଷ୍ଠିତ ଆଦୃତ ଚିଲଡ୍ରେନ୍ ହୋମ୍ ଏକ ଅଣସରକାରୀ, ଅଣଲାଭ ସଂଗଠନ ଯାହା ପିତାମାତା ହୀନ ଦରିଦ୍ର ପିଲାମାନଙ୍କର ପୁନଃ ଥଇଥାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ଏହି ସଂସ୍ଥା ଏଭଳି ପିଲାମାନଙ୍କର ସାମଗ୍ରୀକ ଯତ୍ନ ନେବା ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସିଏସ୍ଆର ଅଂଶ ଭାବରେ ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ଦାନ କରାଯାଇଥିବା ଏହି ଭ୍ୟାନ୍ ପିଲାମାନଙ୍କ ପରିବହନ ପାଇଁ ଆଦୃତ ଚିଲଡ୍ରେନ ହୋମ୍ ର ସହାୟକ ହେବ।
Comments are closed.