ଆରବିଆଇର ଆଲର୍ଟ: ମେ ୨୩ରେ ୧୪ ଘଂଟା ପାଇଁ ଉପଲବ୍ଧ ହେବନାହିଁ ଟଙ୍କା ନେଣଦେଣ ସହ ଜଡିତ ଏହି ସୁବିଧା


ଦେଶରେ ଡିଜିଟାଲ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନେକ ପଦକ୍ଷେପ ନେଇଛି। ଏହି ସମୟରେ, ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ଏକ ବିଜ୍ଞପ୍ତି ଜାରି କରିଛି। ଟେକନିକାଲ ଅପଗ୍ରେଡ ହେତୁ ମେ ୨୩ ରେ କିଛି ଘଂଟା ପାଇଁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ବ୍ୟବସାୟ ବନ୍ଦ ହେବା ପରେ ଏହି ଅପଗ୍ରେଡ୍ ମେ ୨୨ ୨୦୨୧ ରେ ହେବ | ଏହି କାରଣରୁ, ମେ ୨୨ ତାରିଖ ଶେଷ ହେବା ପରେ ମେ ୨୩ ରେ ରାତି ୧୨ ଟାରୁ ଦ୍ବିପହର ୨ଟା ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ ନାହିଁ |ଏ ସମ୍ପର୍କରେ ଆରବିଆଇ ଟ୍ୱିଟ୍ କରି କହିଛି ।


ଏନଇଏଫଟି ହେଉଛି ଏକ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର୍ ସିଷ୍ଟମ । ଏହାଦ୍ୱାରା ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ପଠାଯାଏ । ଏହାଦ୍ୱାରା ଗ୍ରାହକ ଗୋଟିଏ ମିନିଟରେ ଟଙ୍କା ଟ୍ରାନ୍ସଫର୍ କରିପାରିବେ । ଯେପରି ମେ ୨୩ରେ ଗ୍ରାହକ ଅସୁବିଧାର ସାମ୍ନା ନକରିବେ ତାକୁ ନଜରରେ ରଖି ଆରବିଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଟ୍ୱିଟରେ ଲେଖାଯାଇଛି ଯେ, ମେ ୨୨ରେ ବ୍ୟାଙ୍କ୍ କାର୍ଯ୍ୟ ଶେଷ ହେବା ପରେ ଟେକନିକାଲ ଅପଗ୍ରେଡେସନ୍ ପାଇଁ ମେ ୨୩ ୦୦.୦୧ରୁ ଦିନ ୨ଟା ଯାଏଁ ଏନଇଏଫଟି କାମ କରିବ ନାହିଁ । କିନ୍ତୁ ଆରଟିଜିଏସ ସୁବିଧା ସୂଚାର ରୂପେ କାମ କରିବା ।

ସୂଚନାଯୋଗ୍ୟ, ଏନଇଏଫଟି ଫଣ୍ଡ୍ ଟ୍ରାନ୍ସଫର୍ ପାଇଁ କୌଣସି ଲିମିଟ୍ ନାହିଁ । ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ଅର୍ଥରାଶି ଟ୍ରାନ୍ସଫର୍ କରିପାରିବେ । ଏହା ବ୍ୟତୀତ ଗ୍ରାହକ ଆଇଏମପିଏସର ବ୍ୟବହାର କରି ଟଙ୍କା ଟ୍ରାନ୍ସଫର୍ କରିପାରିବେ । ଆରଟିଜିଏସ ଦ୍ୱାରା ଏକସଙ୍ଗେ ୨ ଲକ୍ଷ ଟଙ୍କାରୁ କମ୍ ଟଙ୍କା ଟ୍ରାନ୍ସଫର୍ କରିପାରିବେ ନାହିଁ। ଏହା ବିଭିନ୍ନ ବ୍ୟାଙ୍କ୍‌ରେ ଭିନ୍ନଭିନ୍ନ ହୋଇଥାଏ ।


Share It

Comments are closed.