ଅଧିନାୟକ ପରେ ଏବେ ନେତା ହେଲେ “ ମୋର୍ଟଜା”


ବାଙ୍ଗଲାଦେଶର ଦିନିକିଆ ଅଧିନାୟକ “ମସରଫି ମୋର୍ଟଜା” ରାଜନୀତିରେ ପାଦ ଥାପିଛନ୍ତି । ସେ ଚଳିତ ବର୍ଷ ବାଙ୍ଗଳାଦେଶରେ ହୋଇଥିବା ୧୧ତମ ପାର୍ଲାମେଣ୍ଟ ନିର୍ବାଚନରେ ପ୍ରଥମ ଥର ପାଇଁ ରାଜନୀତିର ରଣାଙ୍ଗନ ଭୂମିରେ ଓହ୍ଲାଇଥିଲେ । ସେ ଏହି ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ପାଇଁ ବିଜୟ ହାସଲ କରିଛନ୍ତି ।
ମସରଫି, “ଆବାମୀ ଲିଗ” ତରଫରୁ ଟିକେଟ ହାସଲ କରି ନିଜର ପ୍ରତିଦ୍ୱନ୍ଦୀକୁ ୩୪ ଗୁଣା ଭୋଟରେ ପଛରେ ପକାଇ ଏହି ବିଜୟ ହାସଲ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମୋର୍ଟଜାଙ୍କୁ ଚଳିତ ନିର୍ବାଚନରେ ଅଢେଇ ଲକ୍ଷ ଭୋଟ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦୀଙ୍କୁ ମାତ୍ର ୮ ହଜାର ଭୋଟ ମିଳିଥିଲା । ମୋର୍ଟଜା ବର୍ତ୍ତମାନ ପର୍ଯ୍ୟନ୍ତ ବାଙ୍ଗଲାଦେଶ କ୍ରିକେଟ ଦଳର ଅଧିନାୟକ ରୂପେ ଦାୟିତ୍ୱ ତୁଲାଉଛନ୍ତି ।
୩୫ ବର୍ଷିୟ ଏହି ଖେଳାଳୀ ଜଣକ କହିଛନ୍ତି, “ମୁଁ କ୍ରିକେଟ ପରେ ମୋ ଦେଶର ଜନତାଙ୍କ ସେବା କରିବାକୁ ଚାହୁଛନ୍ତି । ଯେଉଁଥିପାଇଁ ମୁଁ ରାଜନୀତିରେ ପାଦ ଥାପିଛି ।” କେବଳ ଏତିକି ନୁହେଁ ସେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ “ଶେଖ ହାସିନା”ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ତାଙ୍କୁ ଏହି ସୁଯୋଗ ଦେଇଥିବା ହେତୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରକାଶ ଥାଉକି ହାସିନାଙ୍କ “ଆବାମୀ ଲିଗ” ନାମକ ଏହି ରାଜନୈତିକ ଦଳ ଚଳିତ ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ପାଇ ପୁଣି ଥରେ ସରକାର ଗଢିବାକୁ ଯାଉଛି ।


Share It

Comments are closed.