ବାଙ୍ଗଲାଦେଶର ପରାଜୟକୁ ନେଇ ମୁହଁ ଖୋଲିଲେ ଅଧିନାୟକ ‘ମୋର୍ଟଜା’


ଗତ କାଲି ବିଶ୍ୱକପରେ ଭାରତ ବିପକ୍ଷରେ ବାଙ୍ଗଲାଦେଶର ପରାଜୟ ପରେ ବିପକ୍ଷ ଦଳର ‘ମସରଫି ମୋର୍ଟଜା’ ପରାଜୟର କାରଣ ସଂପର୍କରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଏହି ମ୍ୟାଚ ଜିତିବା ନିହାତି ଆବଶ୍ୟକ ଥିଲା କିନ୍ତୁ ଭାଗ୍ୟ ସାଥ ନ ଦେବା ହେତୁ ସେମାନେ ଏହି ମ୍ୟାଚରେ ପରାଜୟ ବରଣ କରିଛନ୍ତି । ବାଙ୍ଗଲାଦେଶ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରୁଥିବାବେଳେ ୪୮ ଓଭରରେ ବୁମରାଙ୍କ ଏର୍କର ବଲ ସଂପୂର୍ଣ୍ଣ ଖେଳ ବଦଳାଇ ଦେଇଥିଲା ଏବଂ ବାଙ୍ଗଲାଦେଶକୁ ପରାଜୟ ମୁହଁକୁ ଠେଲି ଦେଇଥିଲା ।
ମ୍ୟାଚ ପରେ ମୋର୍ଟଜା କହିଛନ୍ତି ଯେ, “ଏହା ଆମର ଭଲ ପ୍ରୟାସ ଥିବାବେଳେ, ଆମକୁ ଏହି ମ୍ୟାଚ ଜିତିବାର ନିହାତି ଆବଶ୍ୟକ ଥିଲା । ଯଦି ଆମର କେହିବି ୮୦ କିମ୍ବା ୯୦ କରିଥାନ୍ତେ ତେବେ ଆମ ପାଇଁ ଭଲ ହୋଇଥାନ୍ତା । ଆମକୁ ଭାଗ୍ୟର ଆବଶ୍ୟକତା ଥିଲା । ଶାକିବ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି ।”
ସେ ଆହିରୀ ମଧ୍ୟ କହିଛନ୍ତି ଯେ, “ରୋହିତ ଚଳିତ ବିଶ୍ୱକପରେ ଭଲ ଫର୍ମରେ ଥିବାବେଳେ ତାଙ୍କ କ୍ୟାଚ ମିସ ହେବା ଆମ ପରାଜୟର କାରଣ ସାଜିଥିଲା କିନ୍ତୁ ଆମର ପାକିସ୍ତାନ ସହ ଆଉ ଗୋଟିଏ ମ୍ୟାଚ ବାକି ଥିବାବେଳେ ଆମେ ଆଶା କରୁଛୁ ଏହି ମ୍ୟାଚରେ ଆମେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇବୁ ।”


Share It

Comments are closed.