ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୧୭% ବୃଦ୍ଧି ସହ ୨.୭୩ ଲକ୍ଷ କୋଟି ଟଙ୍କା

Share It

– ମୋଟ ଜମା ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୧.୪୧ ଲକ୍ଷ କୋଟି ଟଙ୍କା
– ମୋଟ ଜମାରେ ରିଟେଲ୍‌ର ଭାଗ ପ୍ରାୟ ୬୯%
– କାସା ଅନୁପାତ ୩୨%ରୁ ଅଧିକ
– ମୋଟ ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୫% ବୃଦ୍ଧି ସହ ୧.୩୨ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର/ କୋଲକାତା: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୧୭ ପ୍ରତିଶତ ବୃଦ୍ଧି ପାଇ ୨.୭୩ ଲକ୍ଷ କୋଟି ଟଙ୍କା ହୋଇଛି। ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ପ୍ରାୟ ୬୯ ପ୍ରତିଶତ ରହିଛି। ବିତରଣରେ ସମ୍ପ୍ରସାରଣ , ବ୍ୟବସାୟରେ ଦକ୍ଷତା ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ଉେଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ବ୍ୟାଙ୍କ ଭାରତରେ ୬୩୦୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ଏହାର ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୭୮,୪୦୦ ରହିଛି।
୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୦% ବୃଦ୍ଧି ପାଇଛି। ମୋଟ ଜମା ଏବେ ୧.୪୧ ଲକ୍ଷ କୋଟି ଟଙ୍କା ରହିଛି ଏବଂ ମୋଟ ଅଗ୍ରୀମ ପରିମାଣ ୧.୩୨ ଲକ୍ଷ କୋଟି ଟଙ୍କା ହୋଇଛି। (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୨% ରହିଛି। ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ୧୬% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି।
ଫଳାଫଳ ସମ୍ପର୍କରେ ବନ୍ଧନ ବାଙ୍କର ଏମ୍‌ଡି ଓ ସିଇଓ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କର ତୃତୀୟ ତୈମାସିକରେ ଦୃଢ଼ ପ୍ରଦର୍ଶନ ଗୂଣାତ୍ମକ ଅଭିବୃଦ୍ଧି ଧାରା ସହିତ ବିପଦର ଉପଯୁକ୍ତ ପରିଚାଳନା ଏବଂ ନିୟମ ପାଳନ ଉପରେ ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆମର ଜାରି ରହିଥିବା ସଫଳତା ଆମ ଗ୍ରାହକମାନଙ୍କ ବିଶ୍ୱାସ ଓ ଆମ କର୍ମଚାରୀଙ୍କ କଠିନ ପରିଶ୍ରମ ଉପରେ ପର୍ଯ୍ୟବେସିତ। ଏହା ସହିତ ପ୍ରଯୁକ୍ତିରେ ନବସୃଜନ, ପ୍ରକ୍ରିୟାରେ ଉନ୍ନତି ଏବଂ ଉତ୍ପାଦ ଓ ଲୋକ ଦକ୍ଷତାରେ ଉନ୍ନତି ଉପରେ ଗୁରୁତ୍ୱ ବନ୍ଧନ ବ୍ୟାଙ୍କ ୨.୦ର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ।’’
ରିଟେଲ୍ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ ସ୍ପଷ୍ଟ ଗୁରୁତ୍ୱ ସହ ସଂପତିରେ ବିବିଧତା ଆଣିବା ଲାଗି ବ୍ୟାଙ୍କ ପ୍ରତିବଦ୍ଧ ରହିଛି। ଉତ୍ପାଦକତା ଓ ଦକ୍ଷତାକୁ ସୁଦୃଢ଼ କରିବା ସହ ସାମଗ୍ରିକ ଗ୍ରାହକ ଅନୁଭୂତି ବଢ଼ାଇବା ପାଇଁ ବ୍ୟାପକ ଡିଜିଟାଲ୍‌କରଣ ହେଉଛି ଏକ ପ୍ରମୁଖ ପ୍ରାଥମିକତା।


Share It

Comments are closed.