ବନ୍ଧନ ବ୍ୟାଙ୍କ୍ ରିଟେଲ୍ ଋଣ ବୁକ୍‌ରେ ୮୦% ବୃଦ୍ଧି


୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ମୋଟ ବ୍ୟବସାୟ ୨.୨୦ ଲକ୍ଷ କୋଟି ଟଙ୍କା
ମୋଟ ଜମା ବର୍ଷକୁ ବର୍ଷ ୧୨.୮% ବୃଦ୍ଧି ସହ ୧.୧୨ ଲକ୍ଷ କୋଟି ଟଙ୍କା
ମୋଟ ଜମାରେ ରିଟେଲ୍‌ର ଭାଗ ୭୪%
କାସା ଅନୁପାତ ସୁସ୍ଥକର ୩୮.୫%
ଲୋନ୍ ବୁକ୍ ବର୍ଷକୁ ବର୍ଷ ୧୨.୩% ବୃଦ୍ଧି ସହ ୧.୦୮ ଲକ୍ଷ କୋଟି ଟଙ୍କା
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ବିବିଧକରଣ ଏଜେଣ୍ଡା ଅନୁସାରେ ବ୍ୟାଙ୍କର ରିଟେଲ୍ ଋଣ ବୁକ୍‌ରେ ସୁସ୍ଥକର ୮୦ ପ୍ରତିଶତ ବୃଦ୍ଧି ଘଟିଛି । ବ୍ୟାଙ୍କର ମୋଟ ଜମାରେ ରିଟେଲ୍‌ର ଭାଗ ଏବେ ୭୪% ରହିଛି । ଏହି ସମୟରେ ବ୍ୟାଙ୍କର ମୋଟ ବ୍ୟବସାୟ ୨.୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ବିତରଣରେ ସମ୍ପ୍ରସାରଣ ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଏହି ତ୍ରୈମାସିକରେ ବ୍ୟାଙ୍କ ସନ୍ତୁଳିତ ଅଭିବୃଦ୍ଧି ହାସଲ କରିଛି ।
ନେଟ୍‌ୱର୍କ ସମ୍ପ୍ରସାରଣ ଯୋଜନାର ଅଂଶ ଭାବେ ବନ୍ଧନ ବ୍ୟାଙ୍କ ଲେହରେ ଏକ ଶାଖା ଖୋଲିବା ସହ ଲଦାଖ କେନ୍ଦ୍ର ଶାସିତ ଅଂଚଳରେ ଏହାର ଉପସ୍ଥିତି ଜାହିର କରିଛି । ଭାରତର ୩୬ଟିି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୫ତମରେ ବନ୍ଧନ ବ୍ୟାଙ୍କ ପ୍ରବେଶ କରିଛି । ବ୍ୟାଙ୍କ ଭାରତରେ ୮୦ ଶାଖା ସହିତ ୬୨୦୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୩.୧୭ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୭୪୦୦୦ରୁ ଅଧିକ ରହିଛି ।
୨୦୨୩-୨୪ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୨.୮% ବୃଦ୍ଧି ପାଇଛି । ମୋଟ ଜମା ଏବେ ୧.୧୨ ଲକ୍ଷ କୋଟି ଟଙ୍କା ରହିଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୩୮.୫% ରହିଛି । ମୋଟ ଅଗ୍ରୀମ ଏବେ ୧.୦୮ ଲକ୍ଷ କୋଟି ଟଙ୍କା ରହିଛି । ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌)୧୯.୨% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି ।
ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ କହିଛନ୍ତି ଯେ, “ବ୍ୟାଙ୍କର ଦ୍ୱିତୀୟ ତ୍ରୈମାସିକ ବ୍ୟାଙ୍କ ପାଇଁ ଏକ ଉତ୍ସାହଜନକ ତ୍ରୈମାସିକ ହୋଇଛି । ବ୍ୟାଙ୍କର ବିବିଧକରଣ ଏଜେଣ୍ଡା ଅନୁସାରେ ଏହା ନିଜର ରିଟେଲ୍ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛି । ଗତ କିଛି ତ୍ରୈମାସିକରେ ଶୁଭାରମ୍ଭ କରାଯାଇଥିବା ନୂଆ କାରବାର କ୍ଷେତ୍ରକୁ ନେଇ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ଭଲ ରହିବ ବୋଲି ଆମର ବିଶ୍ୱାସ ରହିଛି ।’’
ଏସ୍‌ଏମ୍‌ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଏବଂ ଗାଡ଼ି ଋଣ ସମେତ ଅନ୍ୟାନ୍ୟ ଉତ୍ପାଦରେ ବ୍ୟାଙ୍କ ଏହାର ପୋର୍ଟଫୋଲିଓ ବଢ଼ାଇଛି । ବ୍ୟାଙ୍କ ପକ୍ଷରୁ ଗତବର୍ଷ କମର୍ସିଆଲ୍ ଯାନ ଋଣ ଏବଂ ବ୍ୟବସାୟ ପାଇଁ ସଂପତି ବିପକ୍ଷରେ ଋଣ ବର୍ଗର ଶୁଭାରମ୍ଭ କରିଛି ଓ ଏହି ବୁକ୍ ଆଗାମୀ କିଛି ମାସରେ ବୃଦ୍ଧି ପାଇବ । କେନ୍ଦ୍ରୀୟ ବେସାମରିକ ପେନ୍‌ସନ ବିତରଣ ପାଇଁ ନିକଟରେ ବ୍ୟାଙ୍କକୁ ଆର୍‌ବିଆଇ ସ୍ୱୀକୃତି ପ୍ରଦାନ କରିଛି ।


Share It

Comments are closed.