ବନ୍ଧନ ବ୍ୟାଙ୍କ ପକ୍ଷରୁ ୧ ବର୍ଷର ଏଫଡି ଉପରେ ୮.୫୫% ପର୍ଯ୍ୟନ୍ତ ସୁଧ ପ୍ରଦାନ

ବର୍ଷିକିଆ ଅବଧି ପାଇଁ ଏଫଡି ସୁଧ ହାର ୦.୮୦% ବୃଦ୍ଧି


ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୧ ବର୍ଷ ପାଇଁ ଫିକ୍ସଡ ଡିପୋଜିଟ୍ (ଏଫଡି) ଉପରେ ୮.୫୫% ପର୍ଯ୍ୟନ୍ତ ସୁଧ ପ୍ରଦାନ ଘୋଷଣା କରାଯାଇଛି। ଏହା ବ୍ୟାଙ୍କିଙ୍ଗ ଶିଳ୍ପର ସର୍ବୋତମ ଏଫଡି ସୁଧ ହାର ମଧ୍ୟରୁ ଅନ୍ୟତମ। ବରିଷ୍ଠ ନାଗରିକ ଗ୍ରାହକମାନଙ୍କୁ ବ୍ୟାଙ୍କ ସର୍ବାଧିକ ୮.୫୫% ସୁଧ ପ୍ରଦାନ କରୁଛି। ସେହି ଏଫଡି ଅବଧିରେ ଅନ୍ୟ ଗ୍ରାହକମାନେ ୮.୦୫% ସୁଧ ପାଇପରିବେ।
ବ୍ୟାଙ୍କ ବରିଷ୍ଠ ନାଗରିକମାନଙ୍କୁ ୫ ବର୍ଷରୁ କମ୍ ଅବଧି ପାଇଁ ଦୀର୍ଘମିଆଦୀ ସ୍ଥାୟୀ ଜମା ଉପରେ ୭.୭୫% ଆକର୍ଷଣୀୟ ସୁଧ ପ୍ରଦାନ କରୁଛି। ଅନ୍ୟ ଗ୍ରାହକମାନେ ସମାନ ମିଆଦୀ ଜମା ପାଇଁ ୭.୨୫% ସୁଧ ପାଇପାରିବେ। ଏହି ଦର ଶିଳ୍ପରେ ସର୍ବୋତମ ଏଫଡି ସୁଧ ହାର ମଧ୍ୟରୁ ଅନ୍ୟତମ ।
ବନ୍ଧନ ବ୍ୟାଙ୍କ ୧୦ ଲକ୍ଷ ଟଙ୍କାରୁ ଅଧିକ ସଂଚୟ ଖାତା ବାଲାନ୍ସ ଉପରେ ୭% ସୁଧ ପ୍ରଦାନ କରୁଛି।
ବନ୍ଧନ ବ୍ୟାଙ୍କ୍ ଗ୍ରାହକମାନେ ବିଭିନ୍ନ ଅବଧିର ଏଫଡି ଉପରେ ୮.୫୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇପାରିବେ। ସାଧାରଣ ଗ୍ରାହକଙ୍କ ତୁଳନାରେ ବରିଷ୍ଠ ନାଗରିକ ଅଧିକ ସୁଧ ପାଇପାରିବେ।
ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ଖୁଚୁରା ଇଂଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏମ ବନ୍ଧନ ମୋବାଇଲ୍ ଆପ ଜରିଆରେ ନିଜ ଘର କିମ୍ବା ଅଫିସରେ ଆରାମରେ ଏଫଡି ବୁକିଂ କିମ୍ବା ନିବେଶ କରିବାର ସୁବିଧା ଉପଭୋଗ କରିପାରିବେ। ଏହି ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଗ୍ରାହକମାନେ କିଛି ମିନିଟ୍ ମଧ୍ୟରେ ଦ୍ରୁତ ଏବଂ ଅସୁବିଧାମୁକ୍ତ ଉପାୟରେ ଏଫଡି ବୁକ କରିପାରିବେ ।


Share It

Comments are closed.