ବଲାଙ୍ଗୀରରେ ଶୁଭାରମ୍ଭ ହେଲା ‘ରିଲାଏନ୍ସ ସ୍ମାର୍ଟ ଷ୍ଟୋର’


ରିଲାଏନ୍ସ ରିଟେଲ ପକ୍ଷରୁ ବଲାଙ୍ଗୀରର ଭାଗୀରଥୀ ଛକସ୍ଥିତ ଡ.ଗୁରୁ କମ୍ପେ୍ଲକ୍ସରେ ‘ରିଲାଏନ୍ସ ସ୍ମାର୍ଟ’ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋରରେ ଆପଣ ଗୋଟିଏ ଛାତ ତଳେ ଫଳ ଏବଂ ପନିପରିବା ଠାରୁ ଆରମ୍ଭ କରି ତେଜରାତି, ଦୁଗ୍ଧଜାତୀୟ ପଦାର୍ଥ, ବାସନକୁସନ ଏବଂ ଘରୋଇ ଉପକରରଣ ଭଳି ଅନ୍ୟାନ୍ୟ ପଦାର୍ଥର ଏକ ବିସ୍ତୃତ ଶୃଙ୍ଖଳ ପାଇପାରିବେ । ଯାହାକି ଆପଣଙ୍କୁ ‘ୱାନ-ଷ୍ଟପ ସପିଙ୍ଗ’ର ଅନୁଭବ ପ୍ରଦାନ କରିବ ।
ଗ୍ରାହକଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରୁଥିବା ‘ରିଲାଏନ୍ସ ସ୍ମାର୍ଟ’ ବର୍ଷ ସାରା କ୍ରୟ ଉପରେ ସୁନିଶ୍ଚିତ ୫ ପ୍ରତିଶତ ରିହାତି ପ୍ରଦାନ କରୁଥିବାବେଳେ, ଅତିକମରେ ୧୪୯୯ ଟଙ୍କାର ମାସିକିଆ ସୌଦା କ୍ରୟ ଉପରେ ୧ କିଲୋ ଚିନିକୁ ୯ ଟଙ୍କାରେ ଆକର୍ଷଣୀୟ ରିହାତିରେ ପ୍ରଦାନ କରୁଛି । ଏହା ସହ ଦୈନିକ ଫଳ/ପନିପରିବା ଏବଂ ଘରୋଇ ଉତ୍ପାଦ ଗୁଡିକ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ରହିଛି ।
ବଲାଙ୍ଗୀରରେ ‘ରିଲାଏନ୍ସ ସ୍ମାର୍ଟ ଷ୍ଟୋର’ର ଶୁଭାରମ୍ଭ ସହିତ ଓଡିଶାରେ ଏହାର ୪ଟି ଷ୍ଟୋର ରହିଛି । ୯୦୦ ବର୍ଗ ଫୁଟରେ ପରିବ୍ୟାପ୍ତ ଥିବା ଉକ୍ତ ଷ୍ଟୋରଟି ଗ୍ରାହକମାନଙ୍କୁ ଉତ୍ତମ ଗ୍ରାହକ ସେବା, ମନୋହର ଆଭ୍ୟାନ୍ତର ସହିତ ଗ୍ରାହକମାନଙ୍କୁ ଆକର୍ଷଣୀୟ ଅଫରରେ ଉତ୍ତମ ଗୁଣବତ୍ତାଯୁକ୍ତ ଉତ୍ପାଦ ପ୍ରଦାନ କରୁଛି । ଯାହା ସ୍ଥାନୀୟ ଗ୍ରାହକଙ୍କର ହୃଦୟ ଜିଣିବା ସହ ତାଙ୍କର ଦୈନଦିନ ଜୀବନର ଅଂଶ ହୋଇପାରିବ । ଏହା ବ୍ୟତୀତ ଶୁଭାରମ୍ଭ ଅବସରରେ ଗ୍ରାହକଙ୍କୁ ଅଧିକ ମାତ୍ରାରେ ଆକୃଷ୍ଟ କରିବା ପାଇଁ ସର୍ବନିମ୍ନ ୯୯୯ ଟଙ୍କାର କ୍ରୟ ଉପରେ ତଥା ‘ପାୱାର ଅଫ ୯’ ର ଅଫର ମାଧ୍ୟମରେ ୧ କିଲୋ ପିଆଜ, ୧ କିଲୋ ଆଳୁ, ପ୍ଲାଷ୍ଟିକ କଣ୍ଟେନର ସେଟ୍ ଗୁଡ଼ିକ ମାତ୍ର ୯ ଟଙ୍କାରେ ମିଳିବ ।
ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି କ୍ୱଚିତ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି । ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ଗ୍ରାହକ ମାନଙ୍କୁ କିଣାକିଣିର ସୁଯୋଗ ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ବର୍ତ୍ତମାନ ୧୦୦ରୁ ଉଦ୍ଧ୍ୱର୍ ସହରରେ ୧୫୦ ଟି ରିଲାଏନ୍ସ ସ୍ମାର୍ଟ ଉପଲବ୍ଧ ରହିଛି ।


Share It

Comments are closed.