ବଜାଜ ଅଟୋ ପକ୍ଷରୁ ନୂଆ ପଲ୍‌ସର ପି୧୫୦ର ଶୁଭାରମ୍ଭ

. ନୂଆ ପଲ୍‌ସର ପି୧୫୦କୁ ଏକ ଆଧୁନିକ ସ୍ପୋର୍ଟି ଡିଜାଇନ୍ ସହିତ ପୁନଃପରିକଳ୍ପନା କରାଯାଇଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନ ଓ ସହଜ ଗତିଶୀଳତା ପ୍ରଦାନ କରିବା ପାଇଁ ପୁନଃନିର୍ମାଣ କରାଯାଇଛି । . ଏହି ବାଇକ୍ ନେକ୍ସଟ୍‌-ଜେନ୍ ପଲ୍‌ସର ପ୍ଲାଟ୍‌ଫର୍ମ ଉପରେ ନିର୍ମିତ ଯାହାକୁ ଅକ୍ଟୋବର ୨୦୨୧ରେ ଶୁଭାରମ୍ଭ କରାଯାଇଥିଲା । . ଦୁଇଟି ଭର୍ସନ: ସିଙ୍ଗଲ୍‌-ଡିସ୍କ (ସିଙ୍ଗଲ୍ ସିଟ୍‌) ଓ ଟ୍ୱିନ୍‌-ଡିସ୍କ (ସ୍ପ୍ଲିଟ୍ ସିଟ୍‌)ରେ ଉପଲବ୍ଧ । . ଟ୍ୱିନ୍‌-ଡିସ୍କ ଭ୍ୟାରୀଆଣ୍ଟ ପାଇଁ ମୂଲ୍ୟ ୧,୧୯,୭୫୭ ଟଙ୍କା (ଏକ୍ସଶୋ’ରୁମ୍ ନୂଆଦିଲ୍ଲୀ) ଓ ୧,୧୯,୫୬୫ ଟଙ୍କା (ଏକ୍ସଶୋ’ରୁମ୍ କୋଲ୍‌କାତା) ରହିଛି ଏବଂ ସିଙ୍ଗଲ୍‌-ଡିସ୍କ ଭ୍ୟାରୀଆଣ୍ଟ ପାଇଁ ମୂଲ୍ୟ ୧,୧୬,୭୫୫ ଟଙ୍କା (ଏକ୍ସଶୋ’ରୁମ୍ ନୂଆଦିଲ୍ଲୀ) ଓ ୧,୧୬,୫୬୩ ଟଙ୍କା (ଏକ୍ସଶୋ’ରୁମ୍ କୋଲ୍‌କାତା) ରହିଛି ।


ପୁନେ, ୧ ଡିସେମ୍ବର ୨୦୨୨: ବିଶ୍ୱର ସବୁଠାରୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆ ଯାନ କମ୍ପାନୀ ବଜାଜ ଅଟୋ ପକ୍ଷରୁ ଭାରତରେ ଏହାର ନୂଆ ପଲ୍‌ସର ପି୧୫୦ ଲଂଚ୍ କରାଯାଇଛି । ଏହି ଅତ୍ୟଧିକ ମଜଭୁତ ଓ ଚଳାଇବା ପାଇଁ ସହଜ ବାଇକ୍ ଏକ ଆଧୁନିକ, ସ୍ପୋର୍ଟି ଡିଜାଇନ୍ ସହ ଆସୁଛି ଯାହା ଏହାର ଶକ୍ତିଶାଳୀ ଓ ରିଫାଇନ୍‌ଡ ୧୫୦ସିସି ଇଞ୍ଜିନ୍‌କୁ ପୂର୍ଣ୍ଣତା ଦେବା ସହିତ ଚାଳକଙ୍କୁ ଏକ ଗ୍ରେଟ୍‌-ଟୁ-ଲୁକ୍‌-ଆଟ୍‌, ଗ୍ରେଟ୍‌-ଟୁ-ରାଇଡ୍ ମେଶିନ୍ ପ୍ରଦାନ କରୁଛି । ୨୫୦ସିସି (ଏନ୍‌୨୫୦ ଓ ଏଫ୍‌୨୫୦) ଓ ୧୬୦ସିସି (ଏନ୍‌୧୬୦) ଭର୍ସନ ପରେ ଏହା ହେଉଛି ନୂଆ ପ୍ଲାଟ୍‌ଫର୍ମ ଉପରେ ପଲ୍‌ସରର ୩ୟ ଉତ୍ପାଦ ଯାହାକୁ ଅକ୍ଟୋବର ୨୦୨୧ରେ ଲଂଚ୍ କରାଯାଇଥିଲା ।
ପ୍ରଡକ୍ଟ ଫିଲୋସୋଫି
ନୂଆ ପଲ୍‌ସର ପି୧୫୦କୁ ଉନ୍ନତ ପାୱାର ଡେଲିଭରି, ସ୍ପୋର୍ଟିଅର ଡିଜାଇନ୍ ଓ କମ୍ ଓଜନ୍ କାରଣରୁ ସିଗ୍ନେଚର ‘ପଲ୍‌ସର ରଶ୍‌’କୁ ଯଥେଷ୍ଟ ବୃଦ୍ଧି କରିବା ଲାଗି ନିର୍ମାଣ କରାଯାଇଛି । ନିଜର ନୂଆ ଅବତାରରେ ପି୧୫୦ , ପଲ୍‌ସର ଯେଉଁ କାରଣରୁ ଲୋକପ୍ରିୟ ସେସବୁର ବ୍ୟବହାରକୁ ବୃଦ୍ଧି କରି ଏକ ନୂଆ ପିଢିର ପଲ୍‌ସର ଚାଳକଙ୍କୁ ଅନୁପ୍ରାଣିତ କରିବା ଲାଗି ନୂଆ ପଲ୍‌ସର ପ୍ଲାଟ୍‌ଫର୍ମ୍‌ର ସମସ୍ତ ଉନ୍ନତିକରଣକୁ ବ୍ୟବହାର କରିଛି ।
ପୁନଃ-ପରିକଳ୍ପିତ ଡିଜାଇନ୍‌
ନୂଆ ଡିଜାଇନ୍ ଭାଷା ପଲ୍‌ସର ପି୧୫୦କୁ ଅଧିକ ସ୍ପୋର୍ଟିଅର୍‌, ସାର୍ପର୍ ଓ ହାଲୁକା କରିଛି । ଏଥିରେ ଏକ ନୂଆ ଏରୋଡାଇନାମିକ୍ ୩ଡି ଫ୍ରଟ୍ ରହିଛି ଯାହା ଢାଞ୍ଚଗତ ଶୁଦ୍ଧତାକୁ ଧାରଣ କରିଛି ଏବଂ ଏଥିରେ ମେଟାଲାଇଜ୍‌ଡ, ଡୁଆଲ କଲର୍‌ଗୁଡିକର ଏକ ଡାଇନାମିକ୍ ଇଣ୍ଟରପ୍ଲେ ରହିଛି । ସିଙ୍ଗ୍‌ଲ୍‌-ଡିସ୍କ ଭ୍ୟାରୀଆଣ୍ଟ ଏକ ଅଧିକ ସଠିକ୍ ସ୍ଥିତିକୁ ଅନୁମତି ଦେଉଥିବା ବେଳେ ଟ୍ୱିନ୍‌-ଡିସ୍କ ଭ୍ୟାରୀଆଣ୍ଟରେ ଏକ ସ୍ପୋର୍ଟିଅର୍ ଅବସ୍ଥିତି ରହିଛି ଏବଂ ଏହା ଏକ ସ୍ପ୍ଲିଟ୍ ସିଟ୍ ସହ ଆସୁଛି ।
ଏକ ଡାଇନାମିକ୍ ଟ୍ୟାଙ୍କ ପ୍ରୋଫାଇଲ୍ ଏକ ପତଳା ୱେଷ୍ଟଲାଇନ୍ ସହ ସଂଲଗ୍ନ ରହିଛି ଯାହା ଏକ କଂଟୋର୍‌ଡ ସିଟ୍ ପ୍ରୋଫାଇଲ୍‌କୁ ବିସ୍ତାର ହୋଇଛି । ଏକ ୭୯୦ ଏମ୍‌ଏମ୍ ସିଟ୍ ଉଚ୍ଚତା ସହିତ ପ୍ରସ୍ତାବଗୁଡିକୁ ଚାଳକଙ୍କ ଆରାମ ପାଇଁ ନିର୍ମାଣ କରାଯାଇଛି । ଏକ ନୂଆ ମୋନୋ-ସକ୍ ରିୟର ସସ୍‌ପେନ୍‌ଶନ ଓ ବାଇକ୍‌ର ସେଂଟର୍ ଅଫ୍ ଗ୍ରାଭିଟି ନିକଟରେ ଅବସ୍ଥିତ ଏକ ଅଣ୍ଡରବେଲି ଏକଜଷ୍ଟ ସହିତ ଏହି ଡିଜାଇନ୍ ଉନ୍ନତ ସନ୍ତୁଳନ ଓ ନିୟନ୍ତ୍ରଣ ସୁନିଶ୍ଚିତ କରୁଛି ଯାହା ଏହାକୁ ନିଜ ଶ୍ରେଣୀରେ ସବୁଠାରୁ ସହଜରେ ଚଲାଯାଇପାରୁଥିବା ବାଇକ୍‌ରେ ପରିଣତ କରୁଛି ।
ଏହି ପ୍ରମୁଖ ଅପ୍‌ଗ୍ରେଡ୍‌ଗୁଡିକ ସହିତ ଏହି ବାଇକ୍‌ର ଓଜନ (ଟ୍ୱିନ୍‌-ଡିସ୍କ ଭ୍ୟାରୀଆଣ୍ଟ ପାଇଁ)ରେ ୧୦ କିଲୋଗ୍ରାମ ହ୍ରାସ କରାଯାଇଛି, ଯାହାର ଅର୍ଥ ହେଉଛି ପାୱାର-ଟୁ-ୱେଟ୍ ଅନୁପାତରେ ୧୧%ର ଏକ ବୃଦ୍ଧି, ଯାହା ବାଇକ୍‌ର ସ୍ପୋର୍ଟି ଲୁକ୍‌କୁ ଆହୁରି ଉନ୍ନତ କରିଛି ।
ଋି-ଇଞ୍ଜିନିୟର୍‌ଡ ପର୍‌ଫର୍ମାନ୍ସ
ପଲ୍‌ସର ପି୧୫୦ ଏକ ନୂଆ ୧୪୯.୬୮ ସିସି ଇଞ୍ଜିନ୍ ଦ୍ୱାରା ପରିଚାଳିତ ଯାହା ସର୍ବୋତମ ଶ୍ରେଣୀର ଶକ୍ତି ଓ ତତ୍କାଳ ଥ୍ରୋଟଲ୍ ପ୍ରତିକ୍ରିୟା ଦେଇଛି । ଏହା ୮୫୦୦ ଆର୍‌ପିଏମ୍‌ରେ ୧୪.୫ ପିଏସ୍‌ର ଏକ ପିକ୍ ପାୱାର ଏବଂ ୬୦୦୦ ଆର୍‌ପିଏମ୍‌ରେ ୧୩.୫ ଏନ୍‌ଏମ୍‌ର ଏକ ସର୍ବାଧିକ ଟର୍କ ପ୍ରଦାନ କରୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ, ୯୦% ଟର୍କ ବ୍ୟବହାରଯୋଗ୍ୟ ଆର୍‌ପିଏମ୍ ରେଞ୍ଜ୍‌ରେ ଉପଲବ୍ଧ ରହିଛି ଯାହା ମୋଟରସାଇକେଲ୍‌କୁ ସିଗ୍ନେଚର ‘ପଲ୍‌ସର ରଶ୍‌’ ଡେଲିଭର କରିବାକୁ ଏବଂ ପ୍ରତ୍ୟେକ ପରିସ୍ଥିତିରେ ପ୍ରଥମ ହେବା ପାଇଁ ଅନୁମତି ଦେଉଛି । ଉନ୍ନତ ଏନ୍‌ଭିଏଚ୍ ମ୍ୟାନେଜ୍‌ମେଂଟ୍ ପାଇଁ ଏକ ସୁପେରିୟର ଗିୟର ସିଫ୍ଟ ଓ ଏକ ଡାମ୍ପର୍ ବ୍ୟତୀତ ଆପଣଙ୍କ ପାଖରେ ବର୍ତମାନର ସବୁଠାରୁ ରିଫାଇନ୍‌ଡ ପଲ୍‌ସର ୧୫୦ ରହିଛି ଯାହା ସହରର ରାସ୍ତାଗୁଡିକରେ ସହଜତାର ସହିତ ଚାଲିଥାଏ ।
ଏହି ଅବସରରେ ବଜାଜ ଅଟୋ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି, ‘ ଦୁଇ ଦଶନ୍ଧି ପୂର୍ବେ ପଲ୍‌ସର ୧୫୦ସ୍ପୋର୍ଟସ୍ ସ୍ପୋର୍ଟି ସିଟ୍ ମୋଟରସାଇକ୍ଲିଙ୍ଗ୍‌ର ଯୁଗ ସୃଷ୍ଟି କରିଥିଲା । ନୂଆ ପଲ୍‌ସର ପି୧୫୦ର ଲଂଚ୍ ସହିତ ଆମେ ପୁଣିଥରେ ପ୍ରଦର୍ଶନ ସ୍ତରକୁ ଉନ୍ନତ କରିଛୁ । ପି୧୫୦ଗୁଡିକ ନୂଆ ପଲ୍‌ସର ପ୍ଲାଟ୍‌ଫର୍ମରେ ଏକ ଉନ୍ନତ ଯୋଗ ଅଟନ୍ତି, ଯାହା ପୂର୍ବରୁ ୨୫୦ଏସ୍ ଓ ଡୁଆଲ-ଚ୍ୟାନେଲ-ଏବିଏସ୍‌-ଫିଟେଡ୍ ଏନ୍‌୧୬୦ର ଉନ୍ମୋଚନ ଦେଖିସାରିଛି । ଗ୍ରାହକଙ୍କର ଏକ ଅନ୍ତର୍ନିହିତ ଜ୍ଞାନ ସହ ମିଳିତ ହୋଇଥିବା ଇଞ୍ଜିନିୟରିଂ ଓ ଡିଜାଇନ୍ ଉତ୍କର୍ଷତା ପଲ୍‌ସର ପି୧୫୦କୁ ଆକାର ଦେଇଛି ଯାହା ନିଶ୍ଚିତ ରୂପେ ଏହାର ବିସ୍ତୃତ ଗ୍ରାହକ ଆଧାରକୁ ଆକର୍ଷିତ କରିବ ।’
ପଲ୍‌ସର ପି୧୫୦ର ମୂଲ୍ୟ ଆକର୍ଷଣୀୟ ଭାବେ ଟ୍ୱିନ୍‌-ଡିସ୍କ ଭ୍ୟାରୀଆଣ୍ଟ ପାଇଁ ୧୧୯,୭୫୭ ଟଙ୍କା (ଏକ୍ସଶୋ’ରୁମ୍ ନୂଆଦିଲ୍ଲୀ) ଓ ୧,୧୯୫୬୫ ଟଙ୍କା (ଏକ୍ସଶୋ’ରୁମ୍ କୋଲ୍‌କାତା) ଏବଂ ସିଙ୍ଗଲ୍ –ଡିସ୍କ ଭ୍ୟାରୀଆଣ୍ଟ ପାଇଁ ୧,୧୬,୭୫୫ ଟଙ୍କା (ଏକ୍ସଶୋ’ରୁମ୍ ନୂଆଦିଲ୍ଲୀ) ଓ ୧,୧୬୫୬୩ ଟଙ୍କା (ଏକ୍ସଶୋ’ରୁମ୍ କୋଲ୍‌କାତା) ରହିଛି । ଏହା ଉଭୟ ଭ୍ୟାରୀଆଣ୍ଟଣ୍ଟ ପାଇଁ ୫ଟି କଲର୍‌-ରେସିଙ୍ଗ୍ ରେଡ୍‌, କାରିବିଆନ୍ ବ୍ଲୁ, ଇବୋନି ବ୍ଲାକ୍ ରେଡ୍‌, ଇବୋନି ବ୍ଲାକ୍ ବ୍ଲୁ ଓ ଇବୋନି ବ୍ଲାକ୍ ହ୍ୱାଇଟ୍‌ରେ ଉପଲବ୍ଧ ହେବ । ଏହି ମୋଟରସାଇକେଲ୍‌କୁ ଆଜି କୋଲ୍‌କାତାରେ ଲଂଚ୍ କରାଯାଇଛି ଏବଂ ଆସନ୍ତା ସପ୍ତାହଗୁଡିକରେ ଦେଶବ୍ୟାପୀ ଏହାର ଶୁଭାରମ୍ଭ କରାଯିବ ।
ଫିଚର:
. ବାଇ-ଫଙ୍କ୍‌ଶନାଲ ଏଲ୍‌ଇଡି ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ: ଉନ୍ନତ ସୁରକ୍ଷା ପାଇଁ ଅତୁଳନୀୟ ଇଲୁମିନେଶନ ଓ ସଠିକ୍ ବିମ୍ ପ୍ରଦାନ କରୁଛି ।
. ମୋନୋ-ସକ୍ ସସ୍‌ପେନ୍‌ଶନ: ଆଡ୍‌ଭାନ୍ସଡ୍ ମୋନୋ-ସକ୍ ରିୟର ସସ୍‌ପେନ୍‌ଶନ ଚାଳକଙ୍କ ଆରାମ ସହ ସାଲିସ୍ ନକରି ସଠିକ୍ ନିୟନ୍ତ୍ରଣ ଓ ସନ୍ତୁଳନ ସୁନିଶ୍ଚିତ କରୁଛି ।
. ଇନ୍‌ଫିନିଟି ଡିସ୍‌ପ୍ଲେ କନ୍‌ସୋଲ: ‘ବ୍ୟାଜ୍ ଅଫ୍ ଥ୍ରିଲ୍‌’କୁ ବଜାୟ ରଖି ମୋଟରସାଇକ୍ଲିଙ୍ଗ୍ ପ୍ରଦର୍ଶନର ସୁବର୍ଣ୍ଣ ଯୁଗ ପାଇଁ ଏହି ଟାକୋମିଟର ନିଡଲ୍ ଏକ ନଡ୍ ଭାବେ ରହିଛି ।
. ୟୁଏସ୍‌ବି ମୋବାଇଲ ଚାର୍ଜିଙ୍ଗ: ସବୁବେଳେ ଯାତ୍ରା କରୁଥିବା ପଲ୍‌ସର ପ୍ରେମୀଙ୍କ ପାଇଁ ଟ୍ୟାଙ୍କ ଫ୍ଲାପ୍ ନିକଟରେ ଏକ ସୁବିଧାଜନକ ସ୍ଥିତିରେ ରହିଛି ।
. ଗିୟର ପୋଜିସନ ଇଣ୍ଡିକେଟର୍‌: ଉପଯୁକ୍ତ ଗିୟର ସିଫ୍ଟ ହାସଲ କରିବା କ୍ଷେତ୍ରରେ ଆତ୍ମବିଶ୍ୱାସ ଓ ସଠିକତା ପାଇଁ ।
. ଡିଷ୍ଟାନ୍ସ ଟୁ ଏମ୍ପ୍‌ି ରିଡ୍‌ଆଉଟ୍‌: ଉନ୍ନତ ଫୁଏଲ୍ ପ୍ଲାନିଙ୍ଗ୍ ପାଇଁ ଇନ୍‌ଫିନିଟି କନ୍‌ସୋଲ ସହ ଏକତ୍ରିତ ରହିଛି ।
. ଆସ୍ୟୋର୍‌ଡ ବ୍ରେକିଙ୍ଗ୍‌: ସ୍ପ୍ଲିଟ୍ ସିଟ୍ ଭ୍ୟାରୀଆଣ୍ଟରେ ସିଙ୍ଗଲ୍‌-ଚ୍ୟାନେଲ ଏବିଏସ୍ ଓ ୨୩୦ ଏମ୍‌ଏମ୍ ରିୟର ଡିସ୍କ ବ୍ରେକ୍‌ଗୁଡିକ ସହିତ ୨୬୦ ଏମ୍‌ଏମ୍ ଫ୍ରଟ୍ ବ୍ରେକ୍ । ସିଙ୍ଗଲ୍ ସିଟ୍ ଭ୍ୟାରୀଆଣ୍ଟ ସିଙ୍ଗଲ୍‌-ଚ୍ୟାନେଲ ଏବିଏସ୍ ସହିତ ୨୬୦ଏମ୍‌ଏମ୍ ଫ୍ରଟ୍ ବ୍ରେକ୍ ଓ ୧୩୦ଏମ୍‌ଏମ୍ ରିୟର ଡ୍ରମ୍ ବ୍ରେକ୍‌କୁ ବହନ କରୁଛି ।
. ଶକ୍ତିଶାଳୀ ଗ୍ରିପ୍‌: ସ୍ପ୍ଲିଟ୍ ସିଟ୍ ଭ୍ୟରୀଆଣ୍ଟ ପାଇଁ ଯେକୌଣସି ଭୂଭାଗରେ ଉନ୍ନତ ଗ୍ରିପ୍ ପାଇଁ ୯୦/୯୦-୧୭ ଏଫ୍ ଓ ୧୧୦/୮୦- ୧୭ ଆର୍‌ର ଟ୍ୟୁବ୍‌ଲେସ୍ ଟାୟାର ଡାଇମେନ୍‌ଶନ । ସିଙ୍ଗଲ୍ ସିଟ୍ ଭ୍ୟାରୀଆଣ୍ଟ ୮୦/୧୦୦ -୧୭ଏଫ୍ ଓ ୧୦୦/୯୦-୧୭ ଆର୍‌ର ଟ୍ୟୁବ୍‌ଲେସ୍ ଟାୟାର ଡାଇମେନ୍‌ଶନକୁ ବହନ କରୁଛି ।


Share It

Comments are closed.