ବଜାଜ୍ ଫିନ୍‌ସର୍ଭର ନୂତନ ହେଲ୍‌ଥ-ଟେକ୍ ଭେଂଚର୍ ବଜାଜ୍ ଫିନ୍‌ସର୍ଭ ହେଲ୍‌ଥ ଲିଃର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ଅଗ୍ରଣୀ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥା ବଜାଜ୍ ଫିନ୍‌ସର୍ଭ ଲିମିଟେଡ୍ ପକ୍ଷରୁ ଆଜି ଏହାର ସମ୍ପୂର୍ଣ୍ଣ ନିଜସ୍ୱ ସହାୟକ ସଂସ୍ଥା ବଜାଜ୍ ଫିନ୍‌ସର୍ଭ ହେଲ୍‌ଥ ଲିମିଟେଡ୍ (ବିଏଫ୍‌ଏଚ୍‌ଏଲ୍‌)ର ଲଂଚ୍ ଘୋଷଣା କରାଯାଇଛି ଯାହାକି ହେଉଛି ଏକ ହେଲ୍‌ଥ-ଟେକ୍ ସଲ୍ୟୁସନ୍ସ ବିଜ୍‌ନେସ୍ । ଏହା ସ୍ମାର୍ଟ, କନେକ୍ଟେଡ୍ ଓ ସମ୍ପୂର୍ଣ୍ଣ ଯତ୍ନ ଜରିଆରେ ଭାରତୀୟ ଗ୍ରାହକଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଲକ୍ଷ୍ୟ ରଖିଛି । ଏହି ନୂତନ ଭେଂଚର୍ ସହିତ କମ୍ପାନୀ ଏବେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମରେ ପ୍ରବେଶ କରିଛି ଏବଂ ଉପଭୋକ୍ତାଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅଭିଜ୍ଞତାକୁ ସୁବିଧାଜନକ ଓ ସମାବେଶୀ କରିବାକୁ ଲକ୍ଷ୍ୟ ରଖିଛି । ଏହି ନୂତନ ଭେଂଚ୍‌ର ବଜାଜ୍ ଫିନ୍‌ସର୍ଭ ହେଲ୍‌ଥ ବଜାରକୁ ଏହାର ମୁଖ୍ୟ ଉତ୍ପାଦ ‘ଆରୋଗ୍ୟ କେୟାର’ ଆଣିଛି ଯାହାକି ହେଉଛି ଏକ ଶିଳ୍ପ ପ୍ରଥମ ଉତ୍ପାଦ । ଏହି ଉତ୍ପାଦ ଉପଭୋକ୍ତାଙ୍କୁ ପ୍ରତିଷେଧକ, ବ୍ୟକ୍ତିଗତ ଓ ପ୍ରିପେଡ୍ ସ୍ୱାସ୍ଥ୍ୟସେବା ପ୍ୟାକେଜ୍ ପ୍ରଦାନ କରୁଛି । ଏକ ମୋବାଇଲ ପ୍ରଥମ ଆଭିମୁଖ୍ୟ ସହିତ ଆରୋଗ୍ୟ କେୟାର ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଉନ୍ନତମାନର ଓ ସୁଲଭ ସ୍ୱାସ୍ଥ୍ୟସେବାର ସହଜ ପହଂଚ ପ୍ରଦାନ କରିବା ଲାଗି ସ୍ୱାସ୍ଥ୍ୟ ଇକୋସିଷ୍ଟମର ବିଭିନ୍ନ ସମ୍ପନ୍ନ ଉପାଦାନଗୁଡିକୁ ଏକତ୍ରିତ କରିଥାଏ । ଡିଜିଟାଲ ହେଲ୍‌ଥ ଟେକ୍ନୋଲୋଜି କ୍ଷେତ୍ରରେ ଅତ୍ୟାଧୁନିକ ଉଦ୍ଭାବନ ଦ୍ୱାରା ପରିଚାଳିତ ବଜାଜ୍ ଫିନ୍‌ସର୍ଭ ହେଲ୍‌ଥ ଆପ୍ ହେଉଛି ଏକ ପର୍ସନାଲାଇଜ୍‌ଡ ହେଲ୍‌ଥ ମ୍ୟାନେଜର୍ ଯାହାକି ଉପଭୋକ୍ତାଙ୍କୁ ସମସ୍ତ ସୁବିଧାଜନକ, କନେକ୍ଟେଡ୍ ଓ ସୁଲଭ ସ୍ୱାସ୍ଥ୍ୟ ସମାଧାନକୁ ଏକ ୱାନ୍‌-ଷ୍ଟପ୍ ଡେଷ୍ଟିନେସନରେ ଉପଲବ୍ଧ କରାଉଛି । ଏହା ଉପଭୋକ୍ତାଙ୍କୁ ହେଲ୍‌ଥ ରେକର୍ଡଗୁଡିକୁ ଡିଜିଟାଲ ମାଧ୍ୟମରେ ସଂଗ୍ରହ ଓ ସଂରକ୍ଷିତ ରଖିବାକୁ ସକ୍ଷମ କରିଥାଏ, ଯାହାକି ନ୍ୟାସ୍‌ନାଲ ହେଲ୍‌ଥ ଆଇଡି ସହିତ ସଂଲଗ୍ନ ରହିବ ।
ଅପ୍ରତ୍ୟାଶିତ ଉଚ୍ଚ ଚିକିତ୍ସା ଖର୍ଚ୍ଚରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ବ୍ୟାପକ ଅଫରିଙ୍ଗ୍‌ରେ ବଜାଜ୍ ଆଲିଆଞ୍ଜ ଜେନେରାଲ ଇନ୍ସ୍ୟୁରାନ୍ସର ହେଲ୍‌ଥ ଇନ୍ସ୍ୟୁରାନ୍ସ କଭରେଜ୍ ଓ ବଜାଜ୍ ଫାଇନାନ୍ସ ଲିମିଟେଡ୍‌ର ପ୍ରି-ଆପ୍ରୁଭ୍‌ଡ ହେଲ୍‌ଥ ଇଏମ୍‌ଆଇ ସୁବିଧା ସାମିଲ ରହିଛି କମ୍ପାନୀ ପକ୍ଷରୁ ଭାରତରେ ୧୧୨ଟି ହସ୍ପିଟାଲ ସହଯୋଗୀ, ୨୦୦ ହସ୍ପିଟାଲ ସହିତ ସହଭାଗିତା କରାଯାଇଥିବା ବେଳେ ଏହାର ପ୍ଲାଟ୍‌ଫମର୍ମରେ ୬୭୧ଟି କଞ୍ଜ୍ୟୁମର ଟଚ୍ ପଏଂଟ୍ ଓ ୯୦୦୦ରୁ ଅଧିକ ଡାକ୍ତର ଥିବା ୩ଟି ଡାଇଗ୍ନୋଷ୍ଟିକ୍ ଓ ଲାବୋରେଟୋରୀ ସେଂଟର ପଞ୍ଜୀକୃତ ହୋଇସାରିଛନ୍ତି । ଏହି ଅବସରରେ ବଜାଜ୍ ଫିନ୍‌ସର୍ଭର ଅଧ୍ୟକ୍ଷ ଓ ଏମ୍‌ଡି ସଞ୍ଜୀବ ବଜାଜ୍ କହିଛନ୍ତି , “ଆରୋଗ୍ୟ କେୟାର ସହିତ, ବଜାଜ୍ ଫିନ୍‌ସର୍ଭ ହେଲ୍‌ଥ ଉପଭୋକ୍ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆର୍ଥିକ ଚିନ୍ତାଗୁଡିକୁ ଦୂର କରି ସେମାନଙ୍କ ନିକଟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଂଚାଇବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଆର୍ଥିକ ସେବା ସହିତ ଖଣ୍ଡବିଖଣ୍ଡିତ ହୋଇ ରହିଥିବା ସ୍ୱାସ୍ଥ୍ୟସେବା ବିତରଣ ଇକୋସିଷ୍ଟମକୁ ଏକତ୍ରିତ କରୁଛି । ସେହିପରି ବଜାଜ୍ ଫିନ୍‌ସର୍ଭ ହେଲ୍‌ଥର ସିଇଓ ଦେବାଙ୍ଗ ମୋଦି କହିଛନ୍ତି, ଆମେ ହେଉଛୁ ଏକ ଟେକ୍ନୋଲୋଜି ସକ୍ଷମ ହେଲ୍‌ଥ ମ୍ୟାନେଜ୍‌ମେଂଟ୍ ପ୍ଲାଟ୍‌ଫର୍ମ । ଆରୋଗ୍ୟ କେୟାର ସହିତ ଆମେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବାଧାଗୁଡିକୁ ଦୂର କରିବା ଲାଗି ବିଭିନ୍ନ ନେଟ୍‌ଓ୍‌ବର୍କ ସହ ମିଶି କାମ କରୁଛି ଓ ଉପଭୋକ୍ତାଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ, ବ୍ୟକ୍ତିଗତ ଓ ପହଂଚଯୋଗ୍ୟ କରୁଛୁ । ଏଥିପାଇଁ ଆମେ ଟେକ୍ନୋଲୋଜି, ଏଆଇ ଓ ଏମ୍‌ଏଲ୍ ଆଲ୍‌ଗୋରିଦମ୍‌ର ବ୍ୟବହାର କରୁଛୁ । ବିଗତ କିଛି ବର୍ଷ ମଧ୍ୟରେ ବଜାଜ୍ ଫିନ୍‌ସର୍ଭ ଏହାର ବିଭିନ୍ନ ଆର୍ଥିକ ସେବା ବ୍ୟବସାୟଗୁଡିକ ମାଧ୍ୟମରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।”


Share It

Comments are closed.