ଶତାବ୍ଦୀର ସବୁଠାରୁ ବଡ ବେଇମାନ ହେଲେ ବୈଜୟନ୍ତ : ପ୍ରତାପ ଜେନା


କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଶେଷରେ ବିଜେପିରେ ପାଦ ଥାପିଛନ୍ତି ବୈଜୟନ୍ତ । ତେବେ ତାଙ୍କ ବିଜେପିରେ ଯୋଗଦାନକୁ ନେଇ ଆଜି ବିଜେଡି ନିଜ ପ୍ରତିକ୍ରିୟା ରଖିଛି । ବୈଜୟନ୍ତ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ବିଜେପିରେ ଯୋଗ ଦେଇଛନ୍ତି ବୋଲି ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
ପ୍ରତାପ ଆହୁରୀ ମଧ୍ୟ କହିଛନ୍ତି ଯେ, “ବିଜେପି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଳରେ ସାମିଲ କରିବା ଏକ ପରମ୍ପରା ରହି ଆସୁଛି । ଜୟରାମ ପାଙ୍ଗୀ ଓ ମୁକୁଲ ରଏଙ୍କ ପରି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ବିଜେପି ଦଳରେ ସାମିଲ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ”
ବୈଜୟନ୍ତ ତାଙ୍କ ବିରୋଧରେ ଥିବା ସିବିଆଇ, ଇଡି, କଳାଧନ ଅଭିଯୋଗରେ ଆୟକର ମାମଲାକୁ ସୁରକ୍ଷା ପାଇବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀଜେନା ଅଭିଯୋଗ କରିଛନ୍ତି ।
ପ୍ରକାଶ ଥାଉକି ବୈଜୟନ୍ତ ବିଜେଡି ତରଫରୁ ୨ଥର ରାଜ୍ୟସଭା ସାସଂଦ ଏବଂ ୨ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କର ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଗତ ବର୍ଷ ଜାନୁଆରୀ ୨୬ରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ପୂର୍ବରୁ ବିଜେପି ନେତାଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିବା ଅଭିଯୋଗ ଆଜି ସତ ବୋଲି ପ୍ରମାଣିତ ହୋଇଛି ।


Share It

Comments are closed.