BAFTA ରେ ଋଷି କପୁର ଏବଂ ଇରଫାନ ଖାନଙ୍କୁ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି


ଗତ ବର୍ଷ ଏପ୍ରିଲ୍ ନିଶ୍ଚିତ ଭାବରେ ବଲିଉଡରେ ଏକ ଦୁଃଖଭରା ମାସ ଥିଲା | ଗତ ବର୍ଷ ଏପ୍ରିଲରେ ଆମେ ଜଣେ ନୁହେଁ ବରଂ ଆମର ଦୁଇଜଣ ମହାନ କଳାକାର – ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କୁ ହରାଇଦେଇଛୁ ଯାହାକି ବଲିଉଡ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ଛାଡ଼ିଯାଇଛି । ନିକଟରେ ୭୪ତମ ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡ (BAFTA) ଅନୁଷ୍ଠିତ ହୋଇଥିଲା । ଏହି ଆୱାର୍ଡ ସମାରୋହ ଏପ୍ରିଲ୍ ୧୦ ଏବଂ ୧୧ରେ ରୟାଲ ଆଲବର୍ଟ ହଲରେ ଅନୁଷ୍ଠିତ ହୋଇଥିଲା । ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡରେ ଗ୍ଲୋବାଲ୍ ଷ୍ଟାର ଭାବରେ ମାନ୍ୟତା ପାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଉପସ୍ଥାପନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ସ୍ୱର୍ଗତ ଦିଗଜ ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କୁ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରବିବାର ରାତିରେ ଋଷି କପୁର ଏବଂ ଇରଫାନ ଖାନଙ୍କ ପାଇଁ ଏହି ବିଶେଷ ବିଭାଗ ଅନୁଷ୍ଠିତ ହୋଇଥିଲା ।

ବାସ୍ତବରେ ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡ ସମାରୋହରେ ଋଷି କପୁର ଏବଂ ଇରଫାନ ଖାନଙ୍କ ପାଇଁ ଏକ ମେମୋରିୟମ ସେଗମେଣ୍ଟ ରଖାଯାଇଥିଲା । ଯେଉଁଥିରେ ଏହି ଉଭୟ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଗତ ବର୍ଷ ଏପ୍ରିଲରେ ଉଭୟ କଳାକାରଙ୍କର ମୃତ୍ୟୁ ହୋଇଥିଲା । BAFTA ଭାରତର ଦିଗଜ ଅଭିନେତାଙ୍କ ସମ୍ମାନରେ ଫ୍ୟାନ୍ସମାନେ ଇମୋସନାଲ୍ ହୋଇପଡିଥିବା ଦେଖାଯାଇଛି ।

୨୯ ଏପ୍ରିଲ ୨୦୨୦ ରେ ଇରଫାନ ଖାନଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ବର୍ଷ ଧରି ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍ ସହିତ ଲଢୁଥିଲେ । ତାଙ୍କର ଗୋଟିଏ ଦିନପରେ ଅଭିନେତା ଋଷି କପୁର ମଧ୍ୟ ଏହି ଦୁନିଆକୁ ବିଦାୟ ଦେଇଥିଲେ । ଉଭୟ ଅଭିନେତାଙ୍କ ଦେହାନ୍ତ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଧକ୍କା ଦେଇଥିଲା ।

ଋଷି କପୁର ଏବଂ ଇରଫାନ ଖାନଙ୍କ ବ୍ୟତୀତ BAFTA ଜର୍ଜ ସେଗାଲ, ବାର୍ବାରା ୱିଣ୍ଡସର, ଅଲିଭିଆ ଡି ହାଭିଲାଣ୍ଡ, ସଚିନ କନେରୀ, ୟାପେଟ କୋଟୋ, ଖ୍ରୀଷ୍ଟୋଫର ପ୍ଲମର, ଚାଡୱିକ ବୋସମାନ, ଆଲାନ ପାର୍କର, ମ୍ୟାକ୍ସ ଭନ ସିଡୋ ଏବଂ କିର୍କ ଡଗଲାସଙ୍କୁ ମଧ୍ୟ ସମାରୋହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।


Share It

Comments are closed.