ରିଲିଜ ହେଲା “ବଧାଇ ହୋ”ର ପ୍ରଥମ ଟ୍ରେଲର


ରିଲିଜ ହୋଇଛି ଆୟୁଷ୍ମାନ ଖୁରାନାଙ୍କର ଆଗାମୀ ଫିଲ୍ମ “ବଧାଇ ହୋ”ର ପ୍ରଥମ ଟ୍ରେଲର । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ସନ୍ୟା ମଲହୋତ୍ରାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏକ ଫନ କମେଡି ଫିଲ୍ମକୁ ନେଇ ଏହା ପର୍ଯ୍ୟବେଷିତ । ଚଳଚିତ୍ରର କାହାଣୀ ଏକ କମେଡି ଜୋନକୁ ନେଇ ଗତିଶୀଳ ହୋଇଛି ।
ଏହି ଫିଲ୍ମକୁ ବିନିତ ଜୈନ ଏବଂ ଆଲିଆ ସୈନ ମିଶିକରି ପ୍ରସ୍ତୁତ କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା । ନିର୍ମାତା ଏହି ଫିଲ୍ମରେ ଏକ ମଧ୍ୟବିତ ପରିବାରକୁ ସ୍ଥାନ ଦେଇଛନ୍ତି ।
ଏହି ଫିଲ୍ମରେ ଘରର ବଡ ପୁଅର ବିବାହ ପାଇଁ ବୟସ ହୋଇଯାଇଥିବା ବେଳେ ମା’ ସେହି ସମୟରେ ଗର୍ଭବତୀ ହୋଇଯାଏ । ଯାହାକୁ ନେଇ ପୂରା ପରିବାରର ମଜାକ ଉଡେ ।

ଏହା ସହ ଫିଲ୍ମର ଟ୍ରେଲରରେ ମଜାଦାର ଦୃଶ୍ୟ ସହିତ କିଛି ଡାଇଲଗ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଆୟୁଷ୍ମାନ ଖୁରାନା ଏବଂ ସନ୍ୟା ମଲହୋତ୍ରାଙ୍କ ସମେତ ଗଜରାଜ ରାଓ, ନୀନା ଗୁପ୍ତା, ସୁରଖୋ ସିକ୍ରି ଆଦି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସଙ୍ଗୀତ ପରିବେଷଣ କରିଛନ୍ତି ତନିଷ୍କ ବାଗଚି ଏବଂ ରୋଚକ କୋହଲି ।
ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବାବେଳେ ନିର୍ମାତାମାନେ ଆଶା କରିଛନ୍ତି ଯେ, ଏହା ବକ୍ସ ଅଫିସରେ ଭଲ ଚାଲିବ । ଫିଲ୍ମଟି ୧୯ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।


Share It

Comments are closed.