ଓଡ଼ିଶାରେ ବଚନ ସ୍ପ୍ରେ-ଇନ୍‌ଷ୍ଟାଂଟ୍ ମିଲ୍କ ଫୁଡ୍‌ର ଶୁଭାରମ୍ଭ


ଭାରତର ୨ୟ ସର୍ବବୃହତ୍ ଡ଼ାଏରୀ ଫାର୍ମ ଓ ଛତିଶଗଡର ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ, ସାରଦା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ଓଡିଶା ବଜାର ପାଇଁ ଏହାର ସ୍ୱାଦ, ଉପଯୋଗ ଓ ଉପଭୋକ୍ତା ଚାହିଦାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଂଟ୍ ମିଲ୍କ ଫୁଡ୍ ବଚନ୍‌ସ୍ପ୍ରେର ଶୁଭାରମ୍ଭ କରାଯାଇଛି ।

ବଚନ ସ୍ପ୍ରେ ହେଉଛି ଏକ ସ୍ପ୍ରେ ଡ୍ରାଏଡ୍ ମିଲ୍କ ପାଉଡର ଯାହାକୁ ଉପଯୁକ୍ତ ଭିଟାମିନ୍ ଓ ମିନେରାଲ ସହ ପ୍ରସ୍ତୁତ କରାଯାଇଛି । ଏହା ଏକ ମିଶ୍ରିତ ଦୁଗ୍ଧଜାତ ଖାଦ୍ୟ ହୋଇପାରିବ ଯାହା ଛୋଟ ପିଲାଙ୍କଠାରୁ ଆରମ୍ଭକରି କିଶୋର, ଯୁବ ଓ ବୟସ୍କ ଆଦି ସବୁ ବୟସର ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିପାରିବ । ଏହାକୁ ସ୍ୱତନ୍ତ୍ର ଭାବେ ଛତିଶଗଡର ରାୟପୁରସ୍ଥିତ ଏକ ଷ୍ଟେଟ୍ ଅଫ୍ ଆର୍ଟ ପ୍ଲାଂଟ୍‌ରେ ପ୍ୟାକ୍ କରାଯାଇଛି; ଯାହାକି ମଧ୍ୟ ଭାରତର ଏକ ସର୍ବବୃହତ୍ ମିଲ୍କ ପାଉଡର ପ୍ଲାଂଟ୍ ଅଟେ ।

ଏହା ୩ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଅଧିକ ଉପଯୁକ୍ତ ହୋଇଥିବାବେଳେ ଏହା ପିଲାମାନଙ୍କଠାରେ ସକ୍ରିୟ ବିକାଶ, ମଜଭୁତ ଇମ୍ୟୁନିଟିର ଗଠନ ଓ ସ୍ମାର୍ଟ ମେମୋରୀ ସପୋର୍ଟ ପ୍ରଦାନ କରିଥାଏ । ଏଥିସହିତ ଏହା ଚା’ ତିଆରି କରିବା ପାଇଁ, ସ୍ଥାନୀୟ ଖାଦ୍ୟ ଯେପରିକି ଖୀରି ଓ ବିଭିନ୍ନ ପ୍ରକାରର ମିଠା ତିଆରି ପାଇଁ ମଧ୍ୟ ଅଧିକ ଉପଯୁକ୍ତ ଅଟେ, ଯାହା ଉପଭୋକ୍ତାଙ୍କ ସ୍ଥାନୀୟ ସ୍ୱାଦକୁ ଦର୍ଶାଇଥାଏ ।

ବଚନ ସ୍ପ୍ରେ ଏକ ସେକେଣ୍ଡାରୀ କୋରୁଗେଟେଡ୍ ପ୍ୟାକ୍ ସହ ଏକ ଲାମିନେଟେଡ୍ ପ୍ୟାକିଙ୍ଗ୍‌ରେ ଆସୁଛି । ପ୍ରାରମ୍ଭିକ ଭାବେ ବଚନସ୍ପ୍ରେ ୧ କିଲୋ, ୫୦୦ ଗ୍ରାମ ଓ ୨୪ ଗ୍ରାମର ପ୍ୟାକ୍‌ରେ ଉପଲବ୍ଧ ହେଉଛି । ଭବିଷ୍ୟତର ଆବଶ୍ୟକତା ଆଧାରରେ ଏହାକୁ ଅନ୍ୟ ଏସ୍‌କେୟୁ ଓ ଭିନ୍ନ ରୂପରେ ଅଣାଯିବ ।

କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶାର ୨୪ଟି ବଜାରରେ ଏହାକୁ ଶୁଭାରମ୍ଭ କରିବ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଓଡିଶାର ୧୦୦ରୁ ଅଧିକ ସହରରେ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି । ଏହି କମ୍ପାନୀ ଗ୍ରାମାଞ୍ଚଳ ବଜାରରେ ବିକ୍ରି ବଢାଇବାକୁ ଯୋଜନା ରଖିଛି, ଯେଉଁଠାରେ ବର୍ତ୍ତମାନର ବିତରଣ ଅସଂଗଠିତ ରହିଛି । ଏଥିସହିତ କମ୍ପାନୀ ପିଲାମାନଙ୍କଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଚା ଦୋକାନୀ ଓ କ୍ୟାଟେରର୍ ଭଳି ସଂସ୍ଥା ଆଦି ବ୍ୟାପକ ଶ୍ରେଣୀର ଉପଭୋକ୍ତାଙ୍କ ଉପରେ ଧ୍ୟାନକେନ୍ଦ୍ରିତ କରିବ ।


Share It

Comments are closed.