ବିସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାଙ୍କ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ସହ ରାଜ୍ୟରେ ୧୫୦୦୦ କୋଟି ଟଙ୍କା ନିବେଶ ଉପରେ ଆଲୋଚନା
ଭୁବନେଶ୍ୱର: ଦେଶର ଅଗ୍ରଣୀ ବ୍ୟାବସାୟିକ ପ୍ରତିଷ୍ଠାନ ବି ସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତାମାନେ ନୂଆଦିଲ୍ଲୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭେଟି ରାଜ୍ୟରେ ୧୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି।
ବି ସି ଜିନ୍ଦଲ ଗ୍ରୁପ୍ଣ ପ୍ରତିଷ୍ଠାତା ଶ୍ରୀ ଶ୍ୟାମ ଜିନ୍ଦଲ, ଶ୍ରୀ ଅନୁଭବ ପୋଦାର ଓ ଶ୍ରୀ ଅଙ୍କିତ ଅଗ୍ରୱାଲ୍ ଓଡ଼ିଶାରେ ନିବେଶ ଜରିଆରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ର ଇସ୍ପାତ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅନୁସାରେ କମ୍ପାନି ୨୦୩୦ ସୁଦ୍ଧା ୧୫ ହଜାର କୋଟି ଟଙ୍କାର ପୁ୍ଞ୍ଜିନିବେଶ କରିବାକୁ ଆକଳନ କରିଛି।
ଏହି ଅବସରରେ ବି ସି ଜିନ୍ଦଲ ଗ୍ରୁପ୍ର ପ୍ରତିଷ୍ଠାତା ଶ୍ରୀ ଶ୍ୟାମ ଜିନ୍ଦଲ କହିଛନ୍ତି ଯେ, “ଓଡ଼ିଶାରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ର ସମ୍ପ୍ରସାରଣ ଯୋଜନା ବିଷୟରେ ଆଲୋଚନା କରିବା ଲାଗି ସୁଯୋଗ ପ୍ରଦାନ କରିଥିବାରୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛୁ। ରାଜ୍ୟର ଶିଳ୍ପ ବିକାଶକୁ ସୁଦୃଢ଼ କରିବା ପାଇଁ ଅନୁକୂଳ ପରିବେଶ ପ୍ରଦାନ କରିବା ନିମନ୍ତେ ସରକାରଙ୍କ ପ୍ରତ୍ୟକ୍ଷ ପଦକ୍ଷେପକୁ ଆମେ ସ୍ୱୀକାର କରୁଛୁ। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଯାତ୍ରା ପ୍ରତି ଗଠନମୂଳକ ଯୋଗଦାନ ପ୍ରଦାନ କରିବା ପାଇଁ ଆମେ ଅତ୍ୟନ୍ତ ବିଶ୍ୱାସୀ।’’
ପ୍ରତିଷ୍ଠିତ ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ ତଥା ଭାରତର ଅନ୍ୟତମ ଅଗ୍ରଣୀ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡର ପଶ୍ଚିମବଙ୍ଗର ହାୱଡ଼ାଠାରେ ଦୁଇଟି ଅତ୍ୟାଧୁନିକ କାରଖାନା ରହିଛି ଏବଂ ଏହାର ସାମର୍ଥ୍ୟ ମଧ୍ୟରେ ଉନ୍ନତ କଲର କୋଟିଂ, ଗାଲଭାନାଇଜିଂ ଏବଂ ଗାଲଭାଲୁମ ପ୍ରଯୁକ୍ତି ଅନ୍ତର୍ଭୁକ୍ତ । ବର୍ତମାନ କଂପାନିର ମୋଟ ଉତ୍ପାଦନର ୭୦ ପ୍ରତିଶତ ହେଉଛି କୋଟେଡ୍ ଫ୍ଲାଟ୍ ଇସ୍ପାତ ଉତ୍ପାଦ ଯାହା ଭବିଷ୍ୟତର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ପାଇଁ ଏକ ପ୍ରମୁଖ କ୍ଷେତ୍ର ହୋଇ ରହିଛି।
୧୯୫୨ ମସିହାରେ ସ୍ଥାପିତ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ ବିସି ଜିନ୍ଦଲ ଗ୍ରୁପର ଏକ ଅଂଶ ଯାହା ଏକ ଅଗ୍ରଣୀ ଭାରତୀୟ ସଂସ୍ଥା। ୧୮,୦୦୦ କୋଟି ଟଙ୍କାରୁ ଅଧିକ କାରବାର ସହ ଗ୍ରୁପ୍ ପ୍ୟାକେଜିଂ ଫିଲ୍ମ, ଶକ୍ତି ଓ ଇସ୍ପାତ ଉତ୍ପାଦ ଭଳି ବ୍ୟବସାୟର ବିବିଧ ପୋର୍ଟଫୋଲିଓରେ ନିୟୋଜିତ ରହିଛି। ନିକଟରେ ଗ୍ରୁପର ଅକ୍ଷୟଶକ୍ତି ଉଦ୍ୟୋଗ ପାଇଁ ଗ୍ରୁପ୍ ନିଜର ଉତ୍ସର୍ଗୀକୃତ ସଂସ୍ଥା ଜେଆଇଆରଇ ଗଠନ କରିଛି। ଏହି କମ୍ପାନୀ ଅକ୍ଷୟ ଶକ୍ତି ଉତ୍ପାଦନ, ସୋଲାର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ ବ୍ୟବସାୟର ତଦାରଖ କରିବ।
Comments are closed.