ସବୁଠାରୁ ଉଦାର ଭାରତୀୟ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀ, ଦୈନିକ ୨୨ କୋଟି କରୁଛନ୍ତି ଦାନ


ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ଭାରତୀୟ ଭାବେ ରେକର୍ଡ ହାସଲ କରିଛନ୍ତି ଅଜୀମ୍‌ ପ୍ରେମଜୀ। ଏହା ସହ ଏଚସିଏଲ୍‌ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍‌ ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ ଲିଷ୍ଟରେ ଶୀର୍ଷରେ ରହିଥିଲେ।

ଦାନ କରିବା ମାମଲାରେ ନାଡାର, ପ୍ରେମଜୀଙ୍କ ତଳେ ରହିଛନ୍ତି । ୨୦୨୦ ଆର୍ଥିକ ବର୍ଷରେ ନାଡାର ୭୯୫ କୋଟି ଡୋନେସନ୍‌ ଦେଇଥିବା ବେଳେ ଗତ ବର୍ଷ ୮୨୬ କୋଟି ଦେଇଥିବା ଜଣାପଡ଼ିଛି। ସେପଟେ ଗତ ବର୍ଷ ପ୍ରେମଜୀ ୪୨୬ କୋଟି ଟଙ୍କା ଦାନ ଦେଇଥିଲେ।

ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀ ୪୫୮ କୋଟି ଦାନ କରି ତୃତୀୟ ସ୍ଥାନ​‌ରେ ଅପରିବର୍ତ୍ତୀତ ରହିଛନ୍ତି। ପୂର୍ବ ବର୍ଷ ୪୦୨ କୋଟି ଟଙ୍କା ଡୋନେସନ୍‌ ଦେଇଥିଲେ ଅମ୍ବାନୀ।

ତେବେ କରୋନା କାଳରେ ମହାମାରୀ ସହ ଲଢ଼ିବା ପାଇଁ ବଡ଼ ବଡ଼ କର୍ପୋରେଟ୍‌ କମ୍ପାନୀ ଡୋନେସନ୍‌ ପୁଣିଥରେ ଧାର୍ଯ୍ୟ କରିଛନ୍ତି। ଏଥିରେ ଟାଟା ସନ୍ସ ୧୫୦୦ କୋଟି ସହ ନିଜର ପ୍ରତିବଦ୍ଧତା ଦେଖାଇଥିବା ବେଳେ ପ୍ରେମଜୀ ୧୧୨୫ କୋଟି ଓ ଅମ୍ବାନୀ ୫୧୦ କୋଟି ଦେବାକୁ ସ୍ଥିର କରିଥିବା ସୂଚନା ମିଳିଛି।

ସେପଟେ ଚଳିତ ବର୍ଷ ଡୋନେସନ୍‌ ପିଏମ କେୟାର ଫଣ୍ଡକୁ ବି ଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରି ୫୦୦ କୋଟି, ଆଦିତ୍ୟ ବିର୍ଲା ୪୦୦ କୋଟି ଡୋନେସନ୍‌ ଦେଇଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ ଏବେ ଏକ କୋଟିରୁ ଅଧିକ ଦାନ ଦେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ଘଟି ୭୮ରେ ପହଞ୍ଚିଛି। ଯାହାକି ପୂର୍ବ ବର୍ଷ ୭୨ ଥିଲା।


Share It

Comments are closed.