୧୦୦ କୋଟି କ୍ଲବରେ ସାମିଲ ହେଲା ‘ଡ୍ରିମ ଗାର୍ଲ’


ଆୟୁଷ୍ମାନ ଖୁରାନାଙ୍କ ଷ୍ଟାରର ଫିଲ୍ମ ‘ଡ୍ରିମ ଗାର୍ଲ’ ଶତକ ହାସଲ କରିନେଇଛି । ଏହି ଫିଲ୍ମଟିର ଆୟ ୧୦୦ କୋଟିରେ ପହଞ୍ଚି ସାରିଥିବାବେଳେ ବର୍ତ୍ତମାନ ଏହା ୧୦୦ କୋଟିର କ୍ଲବରେ ସାମିଲ ହୋଇଯାଇଛି । ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମଟି ୧୦୧.୪୦ କୋଟି ଆୟ କରି ସାରିଲାଣି । ଫିଲ୍ମଟିକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ।ଏହି ଫିଲ୍ମକୁ ନେଇ ଆୟୁଷ୍ମାନ କହିଛନ୍ତି ଯେ, “ମୋତେ ଗୋଟିଏ ଝିଅ ବେଶରେ ପ୍ରସ୍ତୁତ ହେବା ପାଇଁ ୨ରୁ ୩ ଘଣ୍ଟାର ସମୟ ଲାଗୁଥିଲା ଏହା ସହ ମୋତେ ଦିନକୁ ଦୁଇ ସେଭିଙ୍ଗ ହେବାକୁ ପଡୁଥିଲା । ମୁଁ ପ୍ରଥମ ଥର ପାଇଁ ଜାଣିଲି ଘାଘରା ତଳେ କ’ଣ କ’ଣ ବ୍ୟବହାର କରାଯାଇଥାଏ । ଏହାକୁ ବ୍ୟବହାର କରିବା ପରେ ମୁଁ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲି କି, ମହିଳାମାନେ ଏହାକୁ ୂପିନ୍ଧି ଗାଧୁଆ ଘର କିପରି ବ୍ୟବହାର କରନ୍ତି । ”


Share It

Comments are closed.