ଜ୍ୱରରେ ପୀଡିତ ମହାପ୍ରଭୁ, ଆଜିଠାରୁ ୧୫ ଦିନ ଅଣସର ଘରେ ଚାଲିବ ଚିକିତ୍ସା


୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପୀଡିତ ଶ୍ରୀଜୀଉ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବା ପରେ ହାତୀ ବେଶରେ ଦର୍ଶନ ଦେଇ ଅଣସର ପିଣ୍ଡିକୁ ଯାଇଛନ୍ତି ଶ୍ରୀଜୀଉ । ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ମହାବାହୁ । ଏହା ସହ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ମାନବୀୟ ଲୀଳା ।

ଏଣିକି ୧୫ ଦିନ ଅଣସରପିଣ୍ଡିରେ ରହିବେ ଚତୁର୍ଦ୍ଧାମୁରତୀ । ଆଉ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଉପଚାର । ଜ୍ୱର ହେବାପରେ ଶ୍ରୀଜୀଉଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଅଣସର ପିଣ୍ଡି ଯାଇଥାନ୍ତି । ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ପାରମ୍ପରିକ ଉପଚାର କରାଯାଏ ।

ଅଣବସର ଘରେ କେବଳ ଦଇତା ସେବକମାନେ ଅର୍ଥାତ ବିଶ୍ୱାବସୁଙ୍କ ବଂଶଧରମାନେ ସେବାକାର୍ଯ୍ୟ କରନ୍ତି । ବର୍ଷକ ବାର ମାସ ମଧ୍ୟରୁ ପତି ମହାପାତ୍ର ବା ବ୍ରାହ୍ମଣମାନଙ୍କ ସେବା ୧୧ ମାସ ଏବଂ ଦଇତାମାନଙ୍କ ସେବା ଏକ ମାସ । ଏହା ଆଷାଢ଼ କୃଷ୍ଣ ପ୍ରତିପଦାରୁ ନୀଳାଦ୍ରୀ ବିଜେ ଯାଏଁ ଚଉଦଦିନ ଧରି କରାଯାଇଥାଏ । ଏହା ପରେ ସୁସ୍ଥ ହେବେ କାଳିଆ ଠାକୁର । ଏପଟେ ଠାକୁର ଅଣସର ପିଣ୍ଡି ସାମନାରେ ପଟିଦିଅଁଙ୍କ ପୂଜାର୍ଚ୍ଚନା କରାଯାଏ । ସେପଟେ ଆଜିଠୁ ଅଲାରନାଥ ଦର୍ଶନ ।


Share It

Comments are closed.