ଅଯୋଧ୍ୟା ନିଷ୍ପତି ଉପରେ ନିଜ ପ୍ରତିକ୍ରିୟା ଦେଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ


ଆରଏସଏସ ପ୍ରମୁଖ ମୋହନ ଭାଗବତ ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଆଗତ ହୋଇଥିବା ଐତିହାସିକ ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, “ନ୍ୟାୟପାଳିକା ଦେଇଥିବା ନିର୍ଣ୍ଣୟକୁ ଆମେ ସ୍ୱାଗତ ଜଣାଉଛୁ । ଭାଇଚାରା ବଜାଇ ରଖିବା ପ୍ରୟାସକୁ ସ୍ୱାଗତ । ସରକାର ବିବାଦ ଶେଷ କରିବା ପାଇଁ ପଦକ୍ଷେପ ନିଅନ୍ତୁ । ସମସ୍ତେ ମିଶିକରି ମନ୍ଦିର ନିର୍ମାଣ କରିବେ । ସମସ୍ତ ଝଗଡା ଏବଂ ବିବାଦର ସମାଧାନ ହୋଇଯାଇଛି ।”

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତିକୁ ସ୍ୱାଗତ ଜଣାଉଛୁ । ଏହି ମାମଲା ଅନେକ ଅନେକ ଦଶନ୍ଧି ଧରି ଚାଲିଥିଲା, ଯାହାକି ବର୍ତ୍ତମାନ ଶେଷ ନିଷ୍ପତିରେ ଆସି ପହଞ୍ଚିଯାଇଥିଲା । ଏହାକୁ କାହାରି ବିଜୟ ଏବଂ ପରାଜୟ ଅନୁଯାୟୀ ଦେଖିବା ଉଚିତ ନୁହେଁ । ଆମେ ସମାଜରେ ଶାନ୍ତି ଏବଂ ସାଧୁତାକୁ ବଜାୟୀ ରଖିବା ପାଇଁ ସମସ୍ତଙ୍କ ପ୍ରୟାସକୁ ସ୍ୱାଗତ କରୁଛୁ । ସମସ୍ତ ପୁରୁଣା କଥାକୁ ଭୁଲି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ”
ମସଜିଦ ନିର୍ମାଣକୁ ନେଇ ଆରଏସଏସ ପ୍ରମୁଖ କହିଥିଲେ ଯେ, “ମସଜିଦ ପାଇଁ ସରକାର ଜମି ଦେବେ । ସରକାର ଏହି ନିର୍ଣ୍ଣୟ ନେବେ ତାଙ୍କୁ କେଉଁ ଠାରେ ଜମି ଦିଆଯିବ । ”


Share It

Comments are closed.