ସୁପ୍ରିମ କୋର୍ଟଙ୍କ ଐତିହାସିକ ନିଷ୍ପତି, ବିବାଦୀୟ ଜମି ଉପରେ ନିର୍ମାଣ ହେବ ରାମ ମନ୍ଦିର


ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ, ନିଜର ଐତିହାସିକ ନିଷ୍ପତି ଶୁଣାଉଥିବାବେଳେ ଏହି ମାମଲାକୁ ନେଇ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ନିଜର ରାୟ ଶୁଣାଉଛନ୍ତି । ଉଚ୍ଚତମ ନ୍ୟାୟାଳର ନିଷ୍ପତି ଅନୁଯାଇ କୁହାଯାଇଛି ଯେ, ମସଜିଦକୁ ଭାଙ୍ଗିବା ଏହା ଆଇନର ଉଲ୍ଲଘନ ହୋଇଥିବାବେଳେ ତିନି ମାସ ଭିତରେ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଟ୍ରଷ୍ଟ ପ୍ରସ୍ତୁତ କରାଯିବ ଏବଂ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ଏକ ଅନ୍ୟତ୍ର ୫ ଏକରର ଜାଗା ପ୍ରଦାନ କରାଯିବ । ସେହି ଜମିରେ ହିଁ ନୂଆ ମସଜିଦ ପ୍ରସ୍ତୁତ ହେବ ।
ଅନ୍ୟପଟେ, ଶିୟା ୱାକଫ ବୋର୍ଡ ଏବଂ ନିର୍ମୋହୀ ଆଖଡେଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିବାବେଳେ ୱାକଫ ବୋର୍ଡ ଅଧ୍ୟକ୍ଷ ଜମି ବିବାଦକୁ ନେଇ ନିଜ ଦାବୀ ରଖିବାରେ ବିଫଳ ହୋଇଥିଲେ । ସୁପ୍ରିମୋ କୋର୍ଟଙ୍କ ନିଷ୍ପତି ଏହା ଯେ, ୱାକଫ ବୋର୍ଡଙ୍କୁ ମସଜିଦ ନିର୍ମାଣ ପାଇଁ ଏକ ଅଲଗା ଜାଗା ଦିଆଯିବ ଯେଉଁଠାରେ ସେ ନୂଆ ମସଜିଦ ନିର୍ମାଣ କରିପାରିବେ ।

ସୁପ୍ରିମୋ କୋର୍ଟ ଆହୁରୀ ମଧ୍ୟ କହିଛନ୍ତି ଯେ, ପୂର୍ବରୁ ମସଜିଦ କୌଣସି ଖାଲି ସ୍ଥାନରେ ନିର୍ମାଣ ହୋଇନଥିଲା ଏଏସଆଇ ମୁତାବକ ଏହା ଏକ ମନ୍ଦିରର ଢାଞ୍ଚା ଉପରେ ହିଁ ମସଜିଦ ନିର୍ମାଣ କରାଯାଇଥିଲା ।
ପ୍ରକାଶ ଥାଉକି, ଏହି ଐତିହାସିକ ନିଷ୍ପତି ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ ତିନ ମାସ ଭିତରେ ଏହି ବିବାଦୀୟ ଜମିରେ ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି । ନ୍ୟାୟାଳୟ ଆହୁରୀ ମଧ୍ୟ କହିଛନ୍ତି ଯେ, ୦୨.୭୭ ଏକର ଜମି କେନ୍ଦ୍ର ସରକାରଙ୍କ ଅଧିନରେ ରହିବ ।


Share It

Comments are closed.