ଆକ୍ସିସ୍ ବ୍ୟାଙ୍କର ତୃତୀୟ ତ୍ରୈମାସିକରେ ଜମା ଓ ଅଗ୍ରୀମରେ ଯଥାକ୍ରମେ ୧୫% ଓ ୧୪% ବୃଦ୍ଧି
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନି ୬୪୯୦ କୋଟି ଟଙ୍କାର ନିଟ୍ ଅଭିବୃଦ୍ଧି ହାସଲ କରିଛି। ବ୍ୟାଙ୍କର ନିଟ୍ ସୁଧ ଆୟ ବାର୍ଷିକ ଆଧାରରେ ୫ ପ୍ରତିଶତ ଓ ତ୍ରୈମାସିକ ଆଧାରରେ ୪ ପ୍ରତିଶତ ବୃଦ୍ଧି ପାଇ ୧୪,୨୮୭ କୋଟି ଟଙ୍କା ହୋଇଛି। ସେହିପରି ନିଟ୍ ସୁଧ ମାର୍ଜିନ ତୃତୀୟ ତ୍ରୈମାସିକରେ ୩.୬୪ ପ୍ରତିଶତ ରହିଛି।
ଆକ୍ସିସ୍ ବ୍ୟାଙ୍କର ମୋଟ୍ ଜମା ;ତ୍ରୌମାସିକ ଆଧାରରେ ୫ ପ୍ରତିଶତ ଓ ବାର୍ଷିକ ହାରରେ ୧୨ ପ୍ରତିଶତ ବୃଦ୍ଧି ପାଇଛି। କାସାରା ଅନୁପାତ ୩୯ ପ୍ରତିଶତ ରହିଛି ଯାହା ପ୍ରତିଦ୍ୱନ୍ଦ୍ୱୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ସର୍ବାଧିକ। ବ୍ୟାଙ୍କର ମୋଟ୍ ଏନ୍ପିଏ ଓ ନିଟ୍ ଏନ୍ପିଏ ପରିମାଣ ଯଥାକ୍ରମେ ୧.୪୦ ପ୍ରତିଶତ ଓ ୦.୪୨ ପ୍ରତିଶତ ରହିଛି ଯାହା ୨୦୨୫ ଡିସେମ୍ବର ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ଯଥାକ୍ରମେ ୧.୪୬% ଓ ୦.୪୪% ଥିଲା। ଫି’ ଆୟ ପରିମାଣ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୬୧୦୦ କୋଟି ଟଙ୍କା ହୋଇଛି। ଖୁଚୁରା ଫି ଆୟ ୧୨ ପ୍ରତିଶତ ବଢ଼ିଥିବା ବେଳେ ବ୍ୟାଙ୍କର ମୋଟ ଫି ଆୟର ତାହା ୭୧ ପ୍ରତିଶତ ରହିଛି। ସାମଗ୍ରିକ ପୁଞ୍ଜି ସ୍ୱଚ୍ଛଳତା ହାର (ସିଏଆର) ୧୬.୫୫ ପ୍ରତିଶତ ଏବଂ ସିଇଟି ୧ ଅନୁପାତ ୭ ପଏଂଟ୍ ପ୍ରତିଶତ ବୃଦ୍ଧି ପାଇ ୧୪.୫୦ ପ୍ରତିଶତ ହୋଇଛି।
ବ୍ୟାଙ୍କର ସଂପତି ପରିଚାଳନା ବ୍ୟବସାୟ ଭାରତରେ ସର୍ବବୃହତ୍ ରହିଥିବା ବେଳେ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ପରିମାର ଅଧୀନ ସଂପତି ବାର୍ଷିକ ୮ ପ୍ରତିଶତ ଓ ତ୍ରୈମାସିକ ହାରରେ ୭ ପ୍ରତିଶତ ବୃଦ୍ଧି ପାଇ ୬,୮୭,୭୩୮ କୋଟି ଟଙ୍କା ରହିଛି। ବ୍ୟାଙ୍କର ଘରୋଇ ସହାୟକ ସଂସ୍ଥାର ପ୍ରଥମ ୯ ମାସିଆ ପିଏଟି ବାର୍ଷିକ ୬ ପ୍ରତିଶତ ବୃଦ୍ଧି ପାଇ ୧,୪୯୦ କୋଟି ଟଙ୍କା ହୋଇଛି।
୨୦୨୫ ଡିସେମ୍ବର ୩୧ ସୁଦ୍ଧା ଦେଶରେ ଆକ୍ସିସ୍ ବ୍ୟାଙ୍କର ୬୧୧୦ ଘରୋଇ ଶାଖା ଓ ଏକ୍ସଟେନ୍ସନ୍ କାଉଂଟର, ୨୮୧ ବ୍ୟାଙ୍କିଂ କରେସପଣ୍ଡେଂଟ ବ୍ୟାଙ୍କିଂ ଆଉଟଲେଟ୍ ରହିଥିଲା। ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କର ୫,୭୦୬ ଘରୋଇ ଶାଖା ଓ ୨୦୨ ବ୍ୟାଙ୍କିଂ କରେସପଣ୍ଡେଂଟ ଆଉଟଲେଟ ରହିଥିଲା।
ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଏହି ତ୍ରୈମାସିକରେ ଆମର ପ୍ରଗତି ଗୁରୁତ୍ୱ ରଖୁଥିବା ସମାଧାନ ସୃଷ୍ଟି କରିବା ଉପରେ ଆମ ଧ୍ୟାନକୁ ପ୍ରତିିଫଳିତ କରୁଛି ଯାହା ସହଜରେ ଋଣ ପହଂଚାଇବା, ଡିଜିଟାଲ ବ୍ୟାଙ୍କିଂରେ ପରିବର୍ତନ ଆଣିବା ଏବଂ ଭବିଷ୍ୟତକୁ ଆକାର ପ୍ରଦାନ କରୁଥିବା ପ୍ରତିଭା ଓ ଚିନ୍ତାଧାରାରେ ନିବେଶ କରିବା। ଆମ ପ୍ଲାଟଫର୍ମର ଆଧୁନିକୀକରଣ କରିବା, ଟିମ୍କୁ ସଶକ୍ତ କରିବ ଏବଂ ସ୍ମାର୍ଟ ଓ ବୈପ୍ଳବିକ ସମାଧାନ ଜରିଆରେ ଗ୍ରାହକଙ୍କ ଆଚରଣରେ ହେଉଥିବା ପରିବର୍ତନରେ ଆଗରେ ରହି ଆମେ ପ୍ରତିଯୋଗିତାରେ ଆଗରେ ରହିବାକୁ ସୁଦୃଢ଼ କରିବା ଜାରି ରଖିବୁ।”
Comments are closed.