ଆକ୍ସିସ୍ ବ୍ୟାଙ୍କ୍ ଓ ମାର୍ଗ ଇଆର୍ପି ମଧ୍ୟରେ ସହଯୋଗିତା
ଭୁବନେଶ୍ୱର: କ୍ଷୁଦ୍ର ଓ ମଧ୍ୟମ ଧରଣର ସଂସ୍ଥା (ଏସ୍ଏମ୍ଇ) ଗ୍ରାହକମାନଙ୍କୁ ସରଳୀକୃତ ବ୍ୟବସାୟ ବ୍ୟାଙ୍କିଙ୍ଗ୍ ସମାଧାନ ପ୍ରଦାନ କରିବା ପାଇଁ ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ମାର୍ଗ ଇଆର୍ପି ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଆକାଉଟିଂ ଓ ବ୍ୟାଙ୍କିଙ୍ଗ ସମାଧାନକୁ ଗୋଟିଏ ଛାତ ତଳକୁ ଆଣିବା।
ଏହି ସହଯୋଗିତା ଆକ୍ସିସ୍ ବ୍ୟାଙ୍କର ଚଳନ୍ତୀ ଖାତା ଗ୍ରାହକମାନଙ୍କୁ ସେମାନଙ୍କ ବ୍ୟବସାୟ ଖାତାକୁ ସିଧାସଳଖ ମାର୍ଗ ଇଆରପି ସଫ୍ଟୱେର୍ରେ ଯୋଡ଼ିବାରେ ସଶକ୍ତ କରିବ ଯାହା ଏନ୍ଇଏଫ୍ଟି, ଆରଟିଜିଏସ୍, ଆଇଏମ୍ପିଏସ୍ ଭଳି ସବୁ ପ୍ରକାର ବ୍ୟାଙ୍କିଙ୍ଗ୍ କାରବାରର ପରିଚାଳନା ପାଇଁ ଗୋଟିଏ ୟୁନିଫାଏଡ୍ ପ୍ଲାଟଫର୍ମ ପ୍ରଦାନ କରିବ। ଆକ୍ସିସ୍ ବ୍ୟାଙ୍କର ଚଳନ୍ତୀ ଖାତା ଗ୍ରାହକମାନେ କେବଳ ସହଜରେ ମାର୍ଗ ଇଆର୍ପିରେ ଲଗ୍ ଇନ୍ କରି ସେମାନଙ୍କ ଆବଶ୍ୟକ ବିଲ୍ ଚୟନ କରିବେ ଏବଂ ଆକ୍ସିସ୍ ବ୍ୟାଙ୍କ ସହ ଥିବା ଖାତା ଜରିଆରେ ପେମେଂଟ୍ କରିପାରିବେ।
ଏହି କନେକ୍ଟେଡ୍ ବ୍ୟାଙ୍କିଙ୍ଗ ସମାଧାନ ସହିତ ବ୍ୟବସାୟଗୁଡ଼ିକ ସେମାନଙ୍କ ବ୍ୟାଙ୍କିଙ୍ଗ ପ୍ରକ୍ର୍ରିୟାକୁ ସ୍ୱୟଂଚାଳିତ କରି ବାସ୍ତବ ସମୟ ଖାତା ବାଲାନ୍ସ ସହ ପାଣ୍ଠି ପ୍ରବାହ ଉପରେ ନିୟନ୍ତ୍ରଣ ହାସଲ କରିପାରିବେ ଏବଂ ଇଆର୍ପି ବ୍ୟବସ୍ଥାର ବ୍ୟାପକ ସୁବିଧାସୁଯୋଗଗୁଡ଼ିକୁ ଉପଭୋଗ କରିପାରିବେ। ଏହି ସମନ୍ୱୟ ଦ୍ୱାରା ମାନୁଆଲ ଉପାୟରେ ଡାଟା ଏଂଟ୍ରି କରିବାକୁ ପଡ଼ିବ ନାହିଁ, ଯାହା ଫଳରେ ଆକାଉଟିଂ ତ୍ରୁଟି ହ୍ରାସ ପାଇବ ଏବଂ ଇଆର୍ପିରେ ସ୍ୱୟଂଚାଳିତ ଭାବେ କାରବାର ପ୍ରଦର୍ଶିତ ହେବ। ଆକାଉଟିଂ ସଫ୍ଟୱେର୍ରେ ବାସ୍ତବ ସମୟ ବାଲାନ୍ନ୍ ଓ କାରବାର ସ୍ଥିତି ପ୍ରଦର୍ଶିତ ହେବ ଯାହା ତ୍ୱରିତ ନିଷ୍ପତି ଗ୍ରହଣ କରିବାରେ ସହାୟକ ହୋଇପାରିବ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଅଧ୍ୟକ୍ଷ ତଥା ହୋଲସେଲ ବ୍ୟାଙ୍କିଙ୍ଗ୍ ପ୍ରଡକ୍ଟସ୍ ମୁଖ୍ୟ ବିବେକ ଗୁପ୍ତା କହିଛନ୍ତି ଯେ, “ମାର୍ଗ ଇଆରପି ସହ ଏହି ସହଯୋଗିତା ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୋଗ କରି ଏବଂ ସମନ୍ୱିତ, ଗ୍ରାହକ-କେନ୍ଦ୍ରୀତ ସମାଧାନ ପ୍ରଦାନ କରି ଆମର ଏସଏମଇ ଗ୍ରାହକଙ୍କୁ ଉତମ ସେବା ପ୍ରଦାନ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କର ଅତୁଟ ପ୍ରତିବଦ୍ଧତାର ପ୍ରମାଣ। ମାର୍ଗ ଇଆରପି ସହିତ ବ୍ୟାଙ୍କିଙ୍ଗ୍ କାର୍ଯ୍ୟଗୁଡିକର ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ସମନ୍ୱୟ ସହ ଆମେ ଆମର ଗ୍ରାହକମାନଙ୍କୁ ଉଚ୍ଚ ଦକ୍ଷତା ଏବଂ ଚପଳତା ସହିତ ସେମାନଙ୍କର ଆର୍ôଥକ କାରବାର ପରିଚାଳନା କରିବା ସହଜ କରୁଛୁ। ଏହି ପଦକ୍ଷେପ ଆମ ଗ୍ରାହକଙ୍କ ଡିଜିଟାଲ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ଉନ୍ନତ କରିବା ପାଇଁ ଆମର ଜାରି ରହିଥିବା ପ୍ରୟାସର ଏକ ଧାରା।’’
ମାର୍ଗ ଇଆରପିର ସିଏମଡି ତଥା ପ୍ରତିଷ୍ଠାତା ଠାକୁର ଅନୁପ ସିଂହ କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କ ସହିତ ଏହି ଚୁକ୍ତି ସମଗ୍ର ଅଂଚଳର ବି୨ବି ବ୍ୟବସାୟ ପାଇଁ ଏକ ମାଇଲଖୁଂଟ, କାରଣ ଏହା ସେମାନଙ୍କୁ ଉନ୍ନତ ଡିଜିଟାଲ ବ୍ୟାଙ୍କିଂ ସମାଧାନ ପ୍ରଦାନ କରୁଛି ଯାହା ସେମାନଙ୍କ ବ୍ୟବସାୟ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବ। ଡିଜିଟାଲାଇଜେସନ୍କୁ ପ୍ରୋତ୍ସାହିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଜାରି ରହିଥିବା ପ୍ରୟାସ ସହିତ ଏହି ସହଯୋଗିତା ଭଲ ଭାବରେ ଯୋଡ଼ି ହୋଇଛି।
Comments are closed.