ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଅନ୍ତରା ସିନିୟର କେୟାର୍ ସହିତ ସହଯୋଗିତା

Share It

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭାରତର ଏକମାତ୍ର ସମନ୍ୱିତ ବରିଷ୍ଠ ନାଗରିକ ଯତ୍ନ ବ୍ୟବସ୍ଥା ଅନ୍ତରା ସିନିୟର କେୟାର ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଏହା ହେଉଛି ମ୍ୟାକ୍ସ ଇଣ୍ଡିଆ ଲିମିଟେଡ୍‌ର ଏକ ସହାୟକ ସଂସ୍ଥା ଯାହା ଭାରତରେ ବରିଷ୍ଠ ନାଗରିକଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି। ଏହି ସହଯୋଗିତାରେ ଅନ୍ତରା ପକ୍ଷରୁ ବିଭିନ୍ନ ପ୍ରକାର ଉତ୍ପାଦ ଓ ସେବା ପ୍ରଦାନ କରାଯିବ। ଆକ୍ସିସ୍ ବ୍ୟାଙ୍କର ସିଲ୍‌ଭର୍ ଲାଇନିଂ ପ୍ରୋଗ୍ରାମ୍‌ର ୨୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଏହି ସେବା ଉପଲବ୍ଧ ହେବ ଯାହାକୁ ୬୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।
ଆକ୍ସିସ୍ ବ୍ୟାଙ୍କର ସିଲ୍‌ଭର୍ ଲାଇନିଂ ପ୍ରୋଗ୍ରାମ୍ ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯାହା ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କିଙ୍ଗ ସମାଧାନ ସହିତ ୱେଲନେସ୍‌, ଜୀବନଶୈଳୀ ଓ ଭ୍ରମଣ ଆବଶ୍ୟକତା ପୂରଣ କରିବା ପାଇଁ ଲାଭ ପ୍ରଦାନ କରୁଛି। ବିଶ୍ୱାସର ସହ ଯେଭଳି ବରିଷ୍ଠ ନାଗରିକମାନେ ନିଜ ଅର୍ଥ ପରିଚାଳନା କରିପାରିବେ ଏବଂ ଏକ ପୂର୍ଣ୍ଣାଙ୍ଗ ଜୀବନ ବଂଚିପାରିବେ ତାହାକୁ ନଜରରେ ରଖି ଏହି ପ୍ରୋଗ୍ରାମ୍ ପ୍ରସ୍ତୁତ କରାଯାଇଛି। ଏହି ସହଯୋଗିତାରେ ଅନ୍ତରା ସିନିୟର କେୟାର ପକ୍ଷରୁ ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ଏହାର ବ୍ୟାପକ ବରିଷ୍ଠ ନାଗରିକ ସେବା ପ୍ରଦାନ କରାଯିବ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁନିଷ୍ ଶାରଦା କହିଛନ୍ତି ଯେ, “ଅନ୍ତରା ସିନିୟର କେୟାର ସହିତ ସହଯୋଗିତା ସ୍ଥାପନ କରି ଆମେ ବେଶ୍ ଉଲ୍ଲସିତ। ଆମ ଦେଶର ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଜୀବନର ସୁବର୍ଣ୍ଣ ସମୟରେ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି ଆମର ମିଳିତ ଲକ୍ଷ୍ୟ ରହିଛି। ଏହି ସହଯୋଗିତା ବ୍ୟାଙ୍କକୁ ଏହାର ଗ୍ରାହକମାନଙ୍କୁ ଆର୍ଥିକ ସମାଧାନ ବାହାରେ ସେବା ପ୍ରଦାନ କରିବା ସହିତ ସେମାନଙ୍କୁ ଯତ୍ନ ଓ ସହାୟତାଠାରୁ ଅଧିକ କିଛି ପ୍ରଦାନ କରିବ। ଏହି ସହଯୋଗିତାରେ ଆମର ଲକ୍ଷ୍ୟ ହେଉଛି ବୟସ୍କମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ପ୍ରଦାନ କରିବା ଯଦ୍ୱାରା ସେମାନଙ୍କ ପାଖରେ ବ୍ୟକ୍ତିଗତ ସୁହାଇବା ଭଳି ବ୍ୟାଙ୍କିଙ୍ଗ ଭଳି ବ୍ୟାପକ ସମାଧାନଠାରୁ ବିଶ୍ୱସନୀୟ ଗୃହ ଯତ୍ନ ସେବା ପର୍ଯ୍ୟନ୍ତ ସୁନିଶ୍ଚିତ ହୋଇପାରିବ।’’
ଅନ୍ତରା ସିନିୟର୍ କେୟାର୍‌ର ଏମ୍‌ଡି ଓ ସିଇଓ ରାଜୀତ୍ ମେହେଟ୍ଟା କହିଛନ୍ତି ଯେ, “ସିଲଭର ଲାଇନିଂ ପ୍ରୋଗ୍ରାମ୍ ଓ ସହଯୋଗୀ ସଂଗଠନ ଜରିଆରେ ବରିଷ୍ଠ ସେବା ଭଳି ଅଭିବନ ସୁବିଧା ପ୍ରଦାନ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କର ସମର୍ପଣକୁ ଆମେ ସମ୍ମାନ ଜଣାଉଛୁ। ଆକ୍ସିସ୍ ବ୍ୟାଙ୍କ ସହିତ ମିଳିତ ଭାବେ ଆମେ ବ୍ୟାପକ ସମାଧାନ ଗଠନ କରୁଛୁ ଯାହା ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବ ଏବଂ ଭାରତର ବରିଷ୍ଠ ନାଗରିକଙ୍କ ପାଇଁ କଲ୍ୟାଣର ପ୍ରସାର କରିବ।’’
ଅନ୍ତରା ଆସିଷ୍ଟେଟ୍ କେୟାର ସର୍ଭିସେସ୍ ଲିମିଟେଡ୍‌ର ସିଇଓ ଇଶାନ ଖାନ୍ନା କହିଛନ୍ତି ଯେ, “ଆମ ବରିଷ୍ଠ ନାଗରିକମାନେ ସମ୍ମାନ, ଧ୍ୟାନ ଓ ସମାଧାନ ଯାହାକୁ ବିନା ସଙ୍କୋଚରେ ସେମାନେ ଗ୍ରହଣ କରିପାରିବେ, ସେଭଳି ସହାୟତା ପ୍ରଦାନ କରିବାକୁ ଅନ୍ତରାରେ ଆମେ ପ୍ରତିବଦ୍ଧ ରହିଛୁ। ନିହାତି ଆବଶ୍ୟକ କରୁଥିବା ବେଳେ ଅନ୍ତରାର ଉଚ୍ଚ ମାନର ଯତ୍ନକୁ ସନ୍ଧାନ କରିବା ଓ ଯୋଡ଼ି ହେବା ନିମନ୍ତେ ବରିଷ୍ଠ ନାଗରିକଙ୍କ ପାଇଁ ପଥ ପ୍ରଶସ୍ତ କରିଛି ସିଲଭର ଲାଇନିଂ ପ୍ରୋଗ୍ରାମ୍‌। ସିଲ୍‌ଭର୍ ଲାଇନିଂ ପ୍ରୋଗ୍ରାମ ଜରିଆରେ ବରିଷ୍ଠମାନେ ଆମ ସେବା ଓ ସମାଧାନକୁ ସହଜରେ ଅନୁସନ୍ଧାନ କରିପାରିବେ ଯାହା ଦ୍ୱାରା ସେମାନଙ୍କୁ ସହଯୋଗ ମିଳୁଥିବା ଅନୁଭବ ହେବ।’’


Share It

Comments are closed.