ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ଦିବସର ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଓଡ଼ିଶାର ୨୦୦ ଏମ୍‌ଏସ୍‌ଏମ୍‌ଇକୁ ସହଯୋଗ ପ୍ରଦାନ


ଭୁବନେଶ୍ୱର: ଦେଶର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଜାତୀୟ ଏମ୍‌ଏସଏମଇ ଦିବସରେ ଓଡ଼ିଶାର ୨୦୦ରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସହଯୋଗ ପ୍ରଦାନ କରାଯାଇଛି । ଏହି ଦିବସକୁ ଆକ୍ସିସ୍ ବ୍ୟାଙ୍କର କଟକ, ବାଲେଶ୍ୱର, ଝାରସୁଗୁଡ଼ା ଓ ଭୁବନେଶ୍ୱର ଆଦି ଶାଖାରେ ପାଳନ କରାଯାଇଥିଲା ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଆଂଚଳିକ ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ- ଶ୍ରୀ ସୌରଭ ଦତା ଓ ଭୁବନେଶ୍ୱର ସର୍କଲ୍‌-ପୂର୍ବ ୨, ମୁଖ୍ୟ ଶ୍ରୀ ବିପ୍ଳବୀ ପଟ୍ଟନାୟକ ଏମ୍‌ଏସ୍‌ଏମ୍‌ଇ ଗ୍ରାହକମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ଏବଂ ନିଜ ନିଜ କ୍ଷେତ୍ର ଓ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏମ୍‌ଏସଏମଇର ଯୋଗଦାନକୁ ସ୍ୱୀକାର କରିଥିଲେ । କିଛି ଏମ୍‌ଏସଏମଇଙ୍କୁ ସେମାନଙ୍କ କାର୍ଯ୍ୟ ପରିସରରେ ରିଲେସନ୍‌ସିପ୍ ମ୍ୟାନେଜରମାନେ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରକୁ ପାଳନ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଲାଗି କେତେକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଥିଲା ଯେଉଁଥିରେ ଆର୍ଥିକ ସୁବିଧା ହିଛଇ ଯାହା ସେମାନଙ୍କୁ ଶୀଘ୍ର ଓ ସହଜରେ ପାଣ୍ଠି ହାସଲ କରିବାରେ ସକ୍ଷମ କରିବା ସହ ସେମାନଙ୍କ ଖର୍ଚ୍ଚ କମ୍ କରିବ । ସୁରକ୍ଷିତ କାର୍ଯ୍ୟକାରୀ ପୁଞ୍ଜି ଉତ୍ପାଦ ଲାଗି ପ୍ରୋସେସିଂ ଫି’ ଉପରେ ୫୦ ପ୍ରତିଶତ ରିହାତି ପୁରୁଣା ଏମ୍‌ଏସଏମ୍‌ଇ ଗ୍ରାହକମାନଙ୍କ ଲାଗି ପ୍ରାକ୍‌-ଯୋଗ୍ୟତା ଅଫର ଭାବେ ଘୋଷଣା କରାଯାଇଛି । କମ୍ ପ୍ରୋସେସିଂ ଫି ଓ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୁଧ ହାରରେ ଏମ୍‌ଏସଏମ୍‌ଇଗୁଡ଼ିକ ଲାଗି ଅସୁରକ୍ଷିତ ଇଏମ୍‌ଆଇ ଭିତିକ ଋଣ ଘୋଷଣା କରାଯାଇଛି ।
ଆକ୍ସିସ୍ ବ୍ୟାଙ୍କର ସଭାପତି ତଥା ଶାଖା ବ୍ୟାଙ୍କିଙ୍ଗ୍ ମୁଖ୍ୟ ଅର୍ନିକା ଦୀକ୍ଷିତ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କ ଭାରତର ଅର୍ଥନୈତିକ ଦୃଶ୍ୟପଟରେ ଏମଏସଏମଇଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସେମାନଙ୍କୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବା ପାଇଁ ସମର୍ପିତ । ଆମେ ବିଶ୍ୱାସ କରୁ ଯେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ଏମଏସଏମଇ ବିଭାଗକୁ ଉନ୍ନତ ଡିଜିଟାଲ ବ୍ୟାଙ୍କିଙ୍ଗ ଉତ୍ପାଦ ଏବଂ ସେବାଗୁଡିକ ସହିତ ସଜ୍ଜିତ କରିବା ଦରକାର, ଯାହା ଦ୍ୱାରା ସେମାନେ ଦକ୍ଷ ଏବଂ ଚଚଂଳ ରହିବେ । ଆମର ଏମଏସଏମଇ ଗ୍ରାହକମାନଙ୍କର ନିରବଚ୍ଛିନ୍ନ ଭାବନା ଏବଂ ଉପଲବ୍ଧିକୁ ପାଳନ ଏବଂ ସ୍ୱୀକୃତି ଦେବା ପାଇଁ ଆମେ ଗର୍ବ ଅନୁଭବ କରୁଛୁ । ଏକ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ଯୋଗଦାନ କରିବା ଦିଗରେ ଏମଏସଏମଇଗୁଡ଼ିକୁ ଆମେ ସମର୍ଥନ କରୁଥିବାରୁ ଆମର ଲକ୍ଷ୍ୟ “ବିକାଶିତ ଭାରତ’ ଏବଂ “ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ସମନ୍ୱିତ । ସମଗ୍ର ଭାରତରେ ଏମଏସଏମଇଗୁଡିକ କ୍ରମାଗତ ଭାବରେ ଅଭିନବତା ଏବଂ ଅନୁକୂଳତା ସହିତ ସୀମାକୁ ଆଗକୁ ବଢ଼ାଉଛନ୍ତି ଏବଂ ଆମେ ଏହି ଗତିଶୀଳ ଉଦ୍ୟୋଗୀମାନଙ୍କ ପାଇଁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ନୂତନ ମାର୍ଗର ଅଗ୍ରଣୀ କରିବାକୁ ପ୍ରତିଶ୍ରୁତିବଦ୍ଧ ।’’
୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଏମ୍‌ଏସଏମ୍‌ଇ ଋଣରେ ଆକ୍ସିସ୍ ବ୍ୟାଙ୍କର ବଜାର ଭାଗ ୮.୪ ପ୍ରତିଶତ ରହିଛି । ଆକ୍ସିସ୍ ବ୍ୟାଙ୍କର ଏସଏମଇ ଋଣ ବାର୍ଷିକ ୧୭% ଓ ତ୍ରୈମାସିକ ୫% ହାରରେ ବୃଦ୍ଧି ପାଉଛି ।


Share It

Comments are closed.