ଆକ୍ସିସ ବ୍ୟାଙ୍କ ପକ୍ଷରୁ ସର୍ବଭାରତୀୟ ସ୍ତରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ


ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ସାରା ଭାରତରେ ଥିବା ଏହାର ୫୪୩୦ରୁ ଅଧିକ ଶାଖାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ନିବେଶ ଉପକରଣ ଯଥା ମ୍ୟୁଚୁଆଲ ଫଣ୍ଡ, ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ (ଏସଆଇପି), ମିଆଦୀ ଜମା ଓ ଅନ୍ୟାନ୍ୟ ଆର୍ôଥକ ସେବା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା।
ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଏହାର ‘ସିଲଭର ଲାଇନିଂ ପ୍ରୋଗାମ’ ବିଷୟରେ ଅବଗତ କରାଯାଇଥିଲା। ଏହା ହେଉଛି ଏକ ବ୍ୟାପକ ପ୍ୟାକେଜ ଯାହାକୁ ବରିଷ୍ଠ ନାଗରିକମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହି କାଯ୍ୟକ୍ରମରେ ଉତ୍ସର୍ଗୀକୃତ ରିଲେସନସିପ ମ୍ୟାନେଜର ରହିଛନ୍ତି। ଗ୍ରାହକମାନଙ୍କୁ ଆପୋଲୋ ଫାର୍ମାସିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ଏବଂ କେତେକ ନିଦାନ କେନ୍ଦ୍ରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ଗ୍ରାହକମାନେ ଆକ୍ସିସ ବ୍ୟାଙ୍କ ମିଆଦୀ ଜମା ଉପରେ ୦.୭୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ସୁଧ ପାଇପାରିବେ। ଟ୍ରାଭେଲ ଏଜରେ ବିମାନ ଟିକଟ ବୁକିଂ ବେଳେ ସ୍ୱତନ୍ତ୍ର ଭଡ଼ା ଓ ଶୂନ କନଭିନିଏନସ ଫି’ର ସୁବିଧା ମିଳିବ। ଟ୍ରାଭେଲ ଏଜର ୧୫୦୦ ଟଙ୍କାର ଭାଉଚର ଓ ସୋନିଲିଭର ୬ ମାସିଆ ସଦସ୍ୟତା ମାଗଣାରେ ମିଳିବ।
ଏହି ଅବସରରେ ଆକ୍ସିସ ବ୍ୟାଙ୍କର ସଭାପତି ଓ ମୁଖ୍ୟ – ବ୍ରାଂଚ ବ୍ୟାଙ୍କିଙ୍ଗ ଆର୍ଣ୍ଣିକା ଦିକ୍ଷୀତ କହିଛନ୍ତି ଯେ, ‘ଗ୍ରାହକମାନଙ୍କୁ ଆର୍ôଥକ ସେବା ବ୍ୟତୀତ ଆହୁରି ବହୁତ କିଛି ସେବା ପ୍ରଦାନ କରିବାରେ ଆମେ ଆକ୍ସିସ ବ୍ୟାଙ୍କରେ ବିଶ୍ୱାସ କରୁ। ଏହି ଅଭିଯାନ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମର ଗଭୀର ସମ୍ମାନ ଓ ପ୍ରତିବଦ୍ଧତାକୁ ଦର୍ଶାଉଛି, ଯେଉଁମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ଭବିଷ୍ୟତ ପିଢ଼ି ପାଇଁ ଏକ ଦୃଢ଼ ବ୍ୟବସ୍ଥା ବିକାଶ କରିବା ପ୍ରତି ସେମାନେ ଯୋଗଦାନ ପ୍ରଦାନ କରିଛନ୍ତି ଏବଂ ଏହାର ବଦଳରେ ଆମେ ସେମାନଙ୍କ ଯତ୍ନ ନେଉଛୁ। ସେମାନଙ୍କୁ ସୁହାଇବା ଭଳି ଉତ୍ପାଦ ଜରିଆରେ ସହଜ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରି ଆମେ ସେମାନଙ୍କୁ ଜୀବନର ଏହି ସ୍ତରରେ ସେମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ।’’
ଏହି ଦିବସକୁ ପାଳନ କରିବା ଲାଗି ଆକ୍ସିସ ବ୍ୟାଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ଓ ସାଧାରଣ ବୀମା କମ୍ପାନିଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କ ଲାଗି ମାଗଣା ଡିଜିଟାଲ ସ୍ୱାସ୍ଥ୍ୟ ଯାଂଚ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ସେମାନଙ୍କ ବିଏମଆଇ, ରକ୍ତଚାପ, ଅକ୍ସିଜେନ ସାଚୁରେସନ ସ୍ତର, ହୃଦ ସ୍ପନ୍ଦନ ହାର, ନିଶ୍ୱାସପ୍ରଶ୍ୱାସ ଯାଂଚ କରାଯାଇଥିଲା। ଅପ୍ଟିମିଷ୍ଟରୁ ଅନଲାଇନରେ ଔଷଧ କ୍ରୟ ଉପରେ ୨୧ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଇଥିଲା।


Share It

Comments are closed.