ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ


ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପରିବେଶ ରକ୍ଷଣାବେକ୍ଷଣ ଏବଂ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ଅନେକ ପଦକ୍ଷେପ ଆୟୋଜନ କରିଥିଲା । ଗୋଷ୍ଠୀ ମଧ୍ୟରେ ପରିବେଶ ସଚେତନତା ଓ ଦାୟିତ୍ୱବୋଧର ଭାବନା ଜାଗ୍ରତ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ “ଓପନ୍ ଫର୍ ଦି ପ୍ଲାନେଟ କ୍ଲିନ୍‌-ଏ-ଥନ୍‌’, ଆବାସିକ କଲ୍ୟାଣ ସଙ୍ଗଠନ (ଆରଡବ୍ଲୁଏ), ମଲ୍ ଏବଂ କ୍ଲବ୍ ଏବଂ କର୍ମଚାରୀଙ୍କ ନିୟୋଜନ କାର୍ଯ୍ୟକଳାପ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ମୁମ୍ବାଇ, ପୁଣେ, ବାରଣାସୀ, ନୂଆଦିଲ୍ଲୀ, ଗୁଆହାଟୀ, ବାଙ୍ଗାଲୋର ଏବଂ ହାଇଦ୍ରାବାଦର ୨୩ଟି ପର୍ଯ୍ୟଟନସ୍ଥଳୀରେ ଜୁନ୍ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସ୍ୱଚ୍ଛତା ଅଭିଯାନ ଚାଲିବ । ବାନ୍ଦ୍ରା କାର୍ଟର ରୋଡ୍‌, ମାହିମ୍ ବେଳାଭୂମି, ଜାପାନୀ ଉଦ୍ୟାନ, କାଲାଙ୍ଗୁଟ ବେଳାଭୂମି, ବାରଣାସୀ ଘାଟ, କାଜିରଙ୍ଗା ଜାତୀୟ ଉଦ୍ୟାନ, ଫୋର୍ଟ କୋଚି ଇତ୍ୟାଦି ବିଭିନ୍ନ ସହରରେ ଐତିହାସିକ ସ୍ମାରକୀ ଏବଂ ପ୍ରମୁଖ ସ୍ଥାନଗୁଡ଼ିକର ସଂରକ୍ଷଣ, ସୁରକ୍ଷା ଏବଂ ପୁନରୁଦ୍ଧାର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାଙ୍କ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହ ସହଯୋଗିତା ସ୍ଥାପନ କରିଛି । ଏହି ଅଭିଯାନରେ ବ୍ୟାଙ୍କର କର୍ମଚାରୀ, ଗ୍ରାହକ, ସ୍ଥାନୀୟ ସମୁଦାୟ, ପରିବେଶ କର୍ମୀ, ସ୍ଥାନୀୟ କର୍ତୃପକ୍ଷ ଏବଂ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମର ବ୍ୟାପକତା ବଢ଼ାଇବା ପାଇଁ ବ୍ୟାଙ୍କ ପକ୍ଷରୁ ୧୮ଟି ଆବାସିକ କଲ୍ୟାଣ ସଂଘ (ଆରଡବ୍ଲ୍ୟୁଏ), ୯ଟି ମଲ୍‌, ୨ଟି କ୍ଲବ୍ ଓ ୫ଟି ସିନେମା ହଲ୍ ସମେତ ୩୪ଟି ନିର୍ଦ୍ଦିଷ୍ଟ ସ୍ଥାନରେ ସଚେତନତା ଅଭିଯାନ କରାଯିବ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତିଯୋଗୀମାନେ ଏକ ନିର୍ଦ୍ଦିଷ୍ଟ ପରିବେଶରେ ଐତିହାସିକ ଭାରତୀୟ ସ୍ମାରକୀଗୁଡ଼ିକୁ ପ୍ରାୟ ସଫା କରିବା ପାଇଁ ଏକ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ।
ଆକ୍ସିସ ବ୍ୟାଙ୍କର ସଭାପତି ତଥା ଶାଖା ବ୍ୟାଙ୍କିଙ୍ଗ ମୁଖ୍ୟ ଆର୍ଣ୍ଣିକା ଦୀକ୍ଷିତ କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କରେ ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଛୋଟ କାର୍ଯ୍ୟ ଆମ ପରିବେଶକୁ ସୁରକ୍ଷିତ ରଖିବାରେ ଏକ ବଡ଼ ପରିବର୍ତନ ଆଣିପାରିବ । ଏହି ବିଶ୍ୱ ପରିବେଶ ଦିବସରେ ଆମେ ଆମର କର୍ମଚାରୀ, ଗ୍ରାହକ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କୁ ଏକାଠି କରି ଏପରି କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଛୁ ଯାହା ଏକ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିପାରିବ । ଆମେ କେବଳ ଆମ ଆଖପାଖକୁ ସଫା କରୁନାହୁଁ,ବରଂ ଆମେ ଏକ ଅଂଶୀଦାର ଦାୟିତ୍ୱବୋଧ ଏବଂ ଏକ ସବୁଜ ଭବିଷ୍ୟତ ପାଇଁ ଆଶା ପୋଷଣ କରୁଛୁ । ଆମର ସାମୂହିକ ପ୍ରୟାସ ପରବର୍ତୀ ପିଢ଼ିକୁ ଭବିଷ୍ୟତର ସୁରକ୍ଷା ପାଇଁ ଆମ ପରିବେଶର ସୁରକ୍ଷାର ଗୁରୁତ୍ୱ ବିଷୟରେ ମଧ୍ୟ ଶିଖାଇବ ।’’
ଆକ୍ସିସ୍ ବ୍ୟାଙ୍କ ଏହାର ମୁମ୍ବାଇ କାର୍ଯ୍ୟାଳୟରେ କିଛି ପଦକ୍ଷେପ ମଧ୍ୟ ଆୟୋଜନ କରିଛି ଯଥା ଖେଳ, ପଜଲ୍‌, ଶବ୍ଦ ସନ୍ଧାନ ଆହ୍ୱାନ ଏବଂ କୁଇଜ୍ ଆକାରରେ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଏବଂ ଏନଜିଓଗୁଡ଼ିକର ପରିବେଶ ଅନୁକୂଳ ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଆମ ପରିବେଶ ବିଷୟରେ ସଚେତନତା ସୃଷ୍ଟି କରିବା, କର୍ମଚାରୀମାନଙ୍କୁ ଅଧିକ ସ୍ଥାୟୀ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।
ଗତ ବର୍ଷ ବିଶ୍ୱ ପରିବେଶ ଦିବସରେ ଆକ୍ସିସ ବ୍ୟାଙ୍କରେ ୩୭୦୦ରୁ ଅଧିକ ଉତ୍ସାହୀ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ଯେଉଁମାନେ ଭାରତର ୧୮ଟି ସହରର ୨୫ଟି ଜଳାଶୟକୁ ସ୍ୱେଚ୍ଛାକୃତ ଭାବେ ସଫା କରିଥିଲେ, ଯାହା ଫଳରେ ୧୨,୭୯୪ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା । ଏହି ଉଲ୍ଲେଖନୀୟ ପ୍ରୟାସକୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା “ସପ୍ତାହବ୍ୟାପୀ ସ୍ୱଚ୍ଛତା ଅଭିଯାନ ସମୟରେ ସଫା କରାଯାଇଥିବା ସର୍ବାଧିକ ଜଳାଶୟ” ଏବଂ “ଏକାଧିକ ସହରର ଜଳାଶୟରୁ ସଂଗ୍ରହ କରାଯାଇଥିବା ସର୍ବାଧିକ କିଲୋଗ୍ରାମ ଆବର୍ଜନା’ ପାଇଁ ସ୍ୱୀକୃତି ମିଳିଥିଲା ।


Share It

Comments are closed.