ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗିଫ୍ଟ ସିଟି ଆଇଏଫ୍‌ଏସ୍‌ସିର ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ୟୁନିଟ୍ ଜରିଆରେ ବିମାନ ଫାଇନାନ୍ସ ସମ୍ପାଦିତ

Share It

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗିଫ୍ଟ ସିଟି ଆଇଏଫ୍‌ଏସ୍‌ସିରେ ଥିବା ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ୟୁନିଟ୍ ଜରିଆରେ ଭାରତର ପ୍ରଥମ ବ୍ୟାଙ୍କ ଭାବେ ବିମାନ ଫାଇନାନ୍ସିଂ କାରବାର ସମ୍ପାଦନ କରାଯାଇଛି। ଟାଟା ଗ୍ରୁପ୍‌ର କମ୍ପାନି ଏୟାର ଇଣ୍ଡିଆର ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନି ତଥା ଲିଜିଂ ଶାଖା ଏଆଇ ଫ୍ଲିଟ୍ ସର୍ଭିସେସ୍ ଲିମିଟେଡ୍ (ଏଆଇଏଫ୍‌ଏସ୍‌) ପାଇଁ ଏହି ଐତିହାସିକ ଚୁକ୍ତି ହୋଛି। ଭାରତର ବିମାନ ଫାଇନାନ୍ସ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ସଫଳତା ଯାହା ପାରମ୍ପରିକ ଭାବେ ଅନ୍ତର୍ଜାତୀୟ ବ୍ୟାଙ୍କଗୁଡ଼ିକ ପାଖରେ ରହିଥିଲା।
ଏହି ଚୁକ୍ତିରେ ୩୪ଟି ପ୍ରଶିକ୍ଷଣ ବିମାନ କିଣିବା ଲାଗି ଦୀର୍ଘକାଳୀନ ଡଲାର ଋଣ ପ୍ରଦାନ କରାଯାଇଛି ଯାହା ଏୟାର ଇଣ୍ଡିଆର ମହାରାଷ୍ଟ୍ରର ଅମରାବତୀରେ ସ୍ଥାପନ କରାଯାଉଥିବା ପାଲଇଟ୍ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ବ୍ୟବହାର କରାଯିବ। ତାହା ଭାରତର ସର୍ବବୃହତ୍ ପାଇଲଟ୍ ତାଲିମ ହବ୍‌ରେ ପରିଣତ ହେବ ଯାହା ଦେଶର ବିମାନ ଚଳାଚଳ ଭିତିଭୂମି ସମ୍ପ୍ରସାରଣ ପ୍ରତି ଯୋଗଦାନ ପ୍ରଦାନ କରିବ।
ଗିଫ୍ଟ ସିଟି ଭାରତର ବିମାନ ଫାଇନାନ୍ସିଂ ହବ୍ ଭାବେ ଉଭା ହେଉଛି। ଭାରତର ବ୍ୟାଙ୍କିଙ୍ଗ ଇତିହାସରେ ପ୍ରଥମ ଥର ପାଇଁ କାରବାରର ସମସ୍ତ ପ୍ରମୁଖ ଅଂଶୀଦାର ଯଥା ଋଣଦାତା, ଋଣଦାତା, ଆଇନ ଫାର୍ମ, ଫାସିଲିଟି ଏଜେଂଟ୍ ଏବଂ ସୁରକ୍ଷା ଏଜେଂଟ୍ ଗିଫ୍ଟ ସିଟିରେ ରହିଛନ୍ତି। ଭାରତ ସରକାର ବିଶ୍ୱ ବିମାନ ଚଳାଚଳ ଫାଇନାନ୍ସ କେନ୍ଦ୍ରର ବିକଳ୍ପ ଭାବରେ ଗିଫ୍ଟ ସିଟିକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି କ୍ଷେତ୍ରରେ ଆକ୍ସିସ ବ୍ୟାଙ୍କର ନେତୃତ୍ୱ ସେହି ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଆକ୍ସିସ୍ ବ୍ୟାଙ୍କର ଉପପରିଚାଳନା ନିର୍ଦ୍ଦେଶକ ରାଜୀବ ଆନନ୍ଦ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଭାରତର ଦୀର୍ଘମିଆଦୀ ଅର୍ଥନୈତିକ ଅଭିବୃଦ୍ଧିକୁ ସଶକ୍ତ କରିବା ପାଇଁ ଆର୍ôଥକ ଉଦ୍ଭାବନର ସୀମାକୁ ଆଗକୁ ବଢ଼ାଇବାରେ ବିଶ୍ୱାସ କରୁଛୁ। ଆମର ଗିଫ୍ଟ ସିଟି ଆଇବିୟୁ ଟିମ୍ ଦ୍ୱାରା ସ୍ଥାପିତ ଏହି ଅଗ୍ରଣୀ ବିମାନ ଆର୍ôଥକ ଚୁକ୍ତି ଭାରତ ମଧ୍ୟରେ ଏକ ସୁଦୃଢ଼ ବିମାନ ଫାଇନାନ୍ସ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଇଏଫଏସସି ବ୍ୟବସ୍ଥା ଏହାର ଉପସ୍ଥିତିକୁ ଉପଯୋଗ କରି ଆମର ଗିଫ୍ଟ ସିଟି ଶାଖା ଘରୋଇ ଆର୍ôଥକ ବିକଳ୍ପ ପ୍ରଦାନ କରିବାର ସାମର୍ଥ୍ୟ ପ୍ରଦର୍ଶନ କରିଛି ଯାହା ବିଶ୍ୱ ବିମାନ ଚଳାଚଳ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ। ଭାରତର ବିମାନ ଚଳାଚଳ ଶିଳ୍ପ ନୂଆ ଉଚ୍ଚତାରେ ପହଂଚୁଥିବା ବେଳେ ଆକ୍ସିସ୍ ବ୍ୟାଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନା ସହିତ ଯୋଡ଼ି ହୋଇ ଗତିଶୀଳ ଓ ସୁହାଇବା ଭଳି ଆର୍ôଥକ ସମାଧାନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।”
ଏୟାର ଇଣ୍ଡିଆର ମୁଖ୍ୟ ଆର୍ôଥକ ଅଧିକାରୀ ସଞ୍ଜୟ ଶର୍ମା କହିଛନ୍ତି ଯେ, “ଏୟାର ଇଣ୍ଡିଆ ଭିହାନ୍ ଏଆଇ ପାଂଚ ବର୍ଷର ପରିବର୍ତନ ଯାତ୍ରା ଆରମ୍ଭ କରିଛି। ୫୭୦ଟି ବିମାନ ପାଇଁ ବରାଦ ଦେଇଛି ଏବଂ ଏହି ବିମାନଗୁଡ଼ିକର ଆର୍ôଥକ ସହାୟତା ପାଇଁ ଗିଫ୍ଟ ସିଟି ଗୁରୁତ୍ୱପୂର୍ଣ୍ଣ ହେବ। ୨୦୨୩-୨୪ ଆର୍ôଥକ ବର୍ଷରେ ଆମର ଲିଜିଂ ଶାଖା ଏଆଇ ଫ୍ଲିଟ୍ ସର୍ଭିସେସ୍ ଲିମିଟେଡ୍ (ଏଆଇଏଫ୍‌ଏସ୍‌) ୧ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଆଠଟି ଫାଇନାନ୍ସ ଲିଜ୍ କାରବାର ସମ୍ପାଦନ କରିଥିବା ବେଳେ ନିକଟରେ ୩୪ଟି ପ୍ରଶିକ୍ଷଣ ବିମାନ ପାଇଁ ଏହା ପ୍ରଥମ କାରବାର ଥିଲା ଯେଉଁଠାରେ କୌଣସି ଭାରତୀୟ ବ୍ୟାଙ୍କ ଦୀର୍ଘ ଅବଧି, ଆମେରିକୀୟ ଡଲାର ବିମାନ ଫାଇନାନ୍ସିଂରେ ସମ୍ପୃକ୍ତ ଥିଲା। ଗିଫ୍ଟ ସିଟି ଆହୁରି ପରିପକ୍ୱ ହେବା ଏବଂ ଭାରତୀୟ ବିମାନ ଚଳାଚଳ ଆଗକୁ ବଢ଼ୁଥିବାରୁ ଏୟାରଲାଇନ୍ସଗୁଡ଼ିକ ପାଇଁ ଏକ ବିମାନ ଲିଜ୍ ଏବଂ ଫାଇନାନ୍ସିଂ ବିକଳ୍ପ ଭାବରେ ଉଭା ହେଉଥିବା ଦେଖି ଆମେ ଆନନ୍ଦିତ।”


Share It

Comments are closed.