ଏକ ପୁରସ୍କାର-ପ୍ରାପ୍ତ ପ୍ରଦର୍ଶନୀ ସମଗ୍ର ଭାରତର ପ୍ରତିଷ୍ଠିତ ଡିଜାଇନର୍‌ଙ୍କୁ ଭୁବନେଶ୍ୱରରେ ଏକାଠି କରିବ


ଭୁବନେଶ୍ୱର : ୪୦ଟି ଭାରତୀୟ ସହରରେ ୩୬୦ରୁ ଅଧିକ ପ୍ରଦର୍ଶନୀ ସହିତ ୨୦୦୮ରୁ ଫ୍ୟାଶନ ପ୍ରେମୀଙ୍କୁ ସେବା ପ୍ରଦାନ କରୁଥିବା ଫ୍ୟାଶନିଷ୍ଟା , ନିଜର ଫ୍ୟାଶନିଷ୍ଟା ପ୍ରଦର୍ଶନୀର ଉଦ୍‌ଘାଟନୀ ସଂସ୍କରଣ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ।
ଫ୍ୟାଶୋନିଷ୍ଟା କ’ଣ ଆଣିଥାଏ: ଫ୍ୟାଶନିଷ୍ଟା କିଛି ନୂତନ ଓ ପ୍ରଶଂସିତ ଉତ୍ସାହୀ ଡିଜାଇନରଙ୍କ ଏକ ସ୍ୱତନ୍ତ୍ର ଗୋଷ୍ଠୀ ସୃଷ୍ଟି କରିଥାଏ ଯେଉଁମାନଙ୍କୁ ଦେଶବ୍ୟାପୀ ବୁଦ୍ଧିମତାର ସହ ମନୋନୀତ କରାଯାଇଥାଏ ।
ଏହି ଡିଜାଇନର୍‌ମାନେ ଆସନ୍ତା ସେପ୍ଟେମ୍ବର ୨୩ ଓ ୨୪ ତାରିଖ (ଶୁକ୍ରବାର ଓ ଶନିବାର) ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ହୋଟେଲ୍ ପାଲ୍ ହାଇଟ୍‌ସଠାରେ ସୁଲଭ ମୂଲ୍ୟରେ ନୂଆ ଡିଜାଇନ୍‌ଗୁଡିକର ସର୍ବୋତମ ଋତୁକାଳିନ ସମ୍ମିଶ୍ରଣ ଆଣିବେ । ଏଠାରେ ଭିଜିଟରଙ୍କ ପାଇଁ ସମସ୍ତ କୋଭିଡ୍ ସୁରକ୍ଷା ନିୟମ ସହିତ ପ୍ରବେଶ ମାଗଣା ରହିଛି । ଏହାର ଉଦ୍‌ଘାଟନୀ ଉତ୍ସବକୁ ରାଜ୍ୟସଭା ସାଂସଦ ଶ୍ରୀମତି ସୁଲତା ଦେଓ, ମେୟର ଶ୍ରୀମତି ସୁଲୋଚନା ଦାସ୍‌, ମୋନାଲିସା ବଳ, ସନ୍ଧ୍ୟା ପଟ୍ଟନାୟକ, ଜୟଶ୍ରୀ ମହାନ୍ତି, ଶ୍ରୀମୟୀ ମିଶ୍ର, ଡଃ ରୋଜାଲିନ୍ ପାଟ୍‌ଶାଣୀ ମିଶ୍ର, ଡଃ ଚିଦାତ୍‌ମିକା ଖଟୁଆ, ସୁକ୍ରିତି ପଟ୍ଟନାୟକ, ପ୍ରୀତି ପଲ୍ଲବୀ ପଟ୍ଟନାୟକ, ମୁନ୍‌ମୁନ୍ ସିଂହ, ପ୍ରସନ୍ନା ପତି ଓ ଅନ୍ୟ ମହିଳା ଅତିଥିମାନେ ଉପସ୍ଥିତ ରହିବେ ଯେଉଁମାନେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହି ଅବସରରେ ଅଭିନେତା ପୱନ ଶଙ୍କର ସେମାନଙ୍କୁ ପୁରସ୍କାର ପ୍ରଦାନ କରିବେ ଯିଏକି ଫ୍ୟାଶନିଷ୍ଟା ଏଗ୍‌ଜିବିଶନ୍ସର ଏମ୍‌ଡି ଅଟନ୍ତି ।
ଫ୍ୟାଶନିଷ୍ଟା ନିକଟରେ ଭାରତର ଅନେକ ସହରରେ ବହୁସଂଖ୍ୟକ ପ୍ରଦର୍ଶନୀର ପରିଚାଳନା କରିବା ପାଇଁ ଦିଲ୍ଲୀରେ ଆୟୋଜିତ ଏଗ୍‌ଜିବିଶନ୍ସ ଏକ୍ସିଲେନ୍ସ ଆୱାର୍ଡସ୍ ୨୦୨୨ରେ ରିଜିଓନାଲ ଷ୍ଟାର୍ କାଟାଗୋରୀରେ ‘ଦ ଗୋଲ୍ଡ ଆୱାର୍ଡ ୨୦୨୨’ ଜିତିଥିଲା । ଏହି ଆୱାର୍ଡ ଏକ ପ୍ରଦର୍ଶନୀ କମ୍ପାନୀ ପାଇଥିବା ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଅନ୍ୟତମ ଅଟେ ।
ଭୁବନେଶ୍ୱରର ମହିଳାମାନଙ୍କ ପାଇଁ ଏଠାରେ କ’ଣ ରହିଛି?
ଫ୍ୟାଶନିଷ୍ଟା ପୋଷାକ, ଅଳଙ୍କାର, ଆକ୍‌ସେସରି, ବିୟୁଟି ପ୍ରଡକ୍ଟ, କସ୍‌ମେଟିକ୍ସ, ଫ୍ରାଗ୍ରାନ୍ସ, ମେନ୍‌ସୱେୟାର, ହୋମ୍ ଡେକୋର୍‌, ଗିଫ୍ଟ, ମେନ୍‌ସ ୱେୟାର ଆଦି ପ୍ରଦାନ କରୁଛି । ଯଦି ଆପଣ ଆଗାମୀ ଋତୁ ପାଇଁ ନିଜ ୱାର୍ଡରୋବ୍‌ରେ କିଛି ସ୍ୱତନ୍ତ୍ର ଉତ୍ପାଦ ସାମିଲ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଫ୍ୟାଶନିଷ୍ଟା ଏଗ୍‌ଜିବିଶନ ପରିଦର୍ଶନ କରିବା ଉଚିତ୍ ।
ମୁମ୍ବାଇ, ଦିଲ୍ଲୀ, କୋଲ୍‌କାତା, ଜୟପୁର, ହିମାଚଳ, ଲକ୍ଷ୍ନୌ, ଭୋପାଳ, ବେଙ୍ଗାଲୁରୁ, ରାୟପୁର, ସୁରଟ ଓ ଭୁବନେଶ୍ୱର ଭଳି ବିବିଧ ସହରଗୁଡିକରୁ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍ ବ୍ରାଣ୍ଡଗୁଡିକ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

 


Share It

Comments are closed.