ଆଭାଲାରା ଦ୍ୱାରା ଇ-ଇନଭଏସିଙ୍ଗ ବ୍ୟବସ୍ଥାର ଶୁଭାରମ୍ଭ


ଭୁବନେଶ୍ୱର: ଆଭାଲାରା ଆଇଏନସି, ଏକ ଅନ୍ୟତମ ଅଗ୍ରଣୀ ସଂସ୍ଥା, ଯାହାକି ଛୋଟବଡ଼ ସମସ୍ତ ପ୍ରକାରର ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କୁ ବିଧି ବ୍ୟବସ୍ଥା ଆଧାରରେ ଟିକସ ପ୍ରଦାନ ତଥା ପରିଚାଳନା କ୍ଷେତ୍ରରେ କ୍ଲାଉଡ ଆଧାରିତ ସ୍ୱୟଂଚାଳିତ ବ୍ୟବସ୍ଥା ପ୍ରଦାନ କରିଆସୁଛି । ଆଜି ସଂସ୍‌ଥା ତରଫରୁ ଆଭାଲାରା ଇଣ୍ଡିଆ ଜିଏସଟି ଇ-ଇନଭଏସିଙ୍ଗ ବ୍ୟବସ୍ଥାର ଉପଲବ୍ଧତା ନେଇ ଏକ ବିଶେଷ ଘୋଷଣା କରାଯାଇଛି । ଟିକସ ପରିଚାଳନାର ଏହା ଏକ ଅନ୍ତିମ ସମାଧାନ ବ୍ୟବସ୍ଥା, ଯାହାକି ଭାରତୀୟ ବିଧିବ୍ୟବସ୍ଥା ଅନୁଯାୟୀ ଇ-ଇନଭଏସିଙ୍ଗ କ୍ଷେତ୍ରରେ କରାଯାଇଥିବା ଅନିବାର୍ଯ୍ୟ ସଂସ୍କାର ତଥା ସଂଶୋଧନକୁ ଅନୁପାଳନ କରିବା ସହିତ କମ୍ପାନୀଗୁଡ଼ିକ ପାଇଁ ଆବଶ୍ୟକୀୟ ଇ-ଇନଭଏସିଙ୍ଗ ବ୍ୟବସ୍ଥାକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥାଏ । ଚାଲାଣଗୁଡ଼ିକର ସତ୍ୟାପନ ବା ବୈଧତା ନିର୍ଦ୍ଧାରଣ, ସଂରକ୍ଷଣ ତଥା ଇନଭଏସ୍ ଗୁଡ଼ିକର ସୁପରିଚାଳନା ଏବଂ ଏଥିସହିତ ଜିଏସଟି ରିଟର୍ଣ୍ଣ ଏବଂ ଇ-ୱେ ବିଲ ପ୍ରସ୍ତୁତିର ସ୍ୱୟଂଚାଳିତ ବ୍ୟବସ୍ଥା ପ୍ରଦାନ ମାଧ୍ୟମରେ ଭାରତୀୟ ବ୍ୟବସାୟୀକ ପ୍ରତିଷ୍ଠାନଗୁଡ଼ିକର ଦ୍ରବ୍ୟ ଏବଂ ସେବା କର(ଜିଏସଟି) ବ୍ୟବସ୍ଥାର ଅନୁପାଳନ ତଥା ପରିଚାଳନାଗତ ଅନୁଭୂତିକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଆଭାଲାରା ନିକଟରେ ଉପଲବ୍ଧ ଥିବା ବିଭିନ୍ନ କିସମର ବୈଷୟିକ ସମାଧାନ ପନ୍ଥାକୁ ଆଧାରକରି ଏହି ନୂତନ ଇ.ଇନଭଏସିଙ୍ଗ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛି ।
ଏହା ସମ୍ପର୍କରେ ଆଭାଲାରାର ମୁଖ୍ୟ ଉତ୍ପାଦ ଅଧିକାରୀ ଶ୍ରୀ ସଞ୍ଜୟ ପାର୍ଥସାରଥି କହିଛନ୍ତି ଯେ, “ଅକ୍ଟୋବରରୁ ଇ-ଇନଭଏସ ଇନଭଏସ ପରିଚାଳନାରେ ପ୍ରଚୁର ମାତ୍ରାରେ ପରିବର୍ତନ ଆଣିବାକୁ ଯାଉଛି । ଆଭାଲାରା ଇଣ୍ଡିଆ ଜିଏସଟି ଇ-ଇନଭଏସ୍‌, ଜିଏସଟି ଗଣନା, ଜିଏସଟି ରିଟର୍ଣ୍ଣ ଦାଖଲ, ଇନଭଏସ ପୁନଃ ନିର୍ମାଣ ଏବଂ ଇ-ୱେ ବିଲ ସହିତ ଏକ ଦୃଢ଼ ଜିଏସଟି ଅନୁପାଳନ ପ୍ଲାଟଫର୍ମ ପ୍ରଦାନ କରେ, ଯାହାକି ଜିଏସଟି ଅନୁପାଳନ ଜୀବନଚକ୍ରକୁ ସମର୍ଥନ କରିବା ସହିତ ବ୍ୟବସାୟକୁ କମ ମାନୁଆଲ ପ୍ରୟାସରେ ଅଧିକ କାର୍ଯ୍ୟ କରିବାରେ ଏବଂ ଅଧିକ ଦକ୍ଷତା ଦେବାରେ ସାହାଯ୍ୟ କରେ ।”
ସେହିଭଳି ଆଭାଲାରା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମଞ୍ଜୁଳା ମୁଥୁକ୍ରିଷ୍ଣନ କହିଛନ୍ତି ଯେ, “ଭାରତରେ ଏହି ଆର୍ଥିକ ଅନିଶ୍ଚିତତା ସମୟରେ, ବୈଷୟିକ ଜ୍ଞାନକୌଶଳରେ ଆଧାରିତ ତଥା ପରିପୁଷ୍ଟ ବ୍ୟବସାୟ ପ୍ରତିଷ୍ଠାନମାନେ ହସ୍ତଚାଳିତ ପରିଚାଳନାଗତ କାରବାର ଅର୍ଥାତ ପୁନଃପୌନିକ କାର୍ଯ୍ୟଧାରା, ଯଥା ଜିଏସଟି ଅନୁପାଳନୀୟ କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଅପସାରିତ କରାଇ ପ୍ରତିଷ୍ଠାନର ଅନ୍ତର୍ନିହିତ କାର୍ଯ୍ୟକୁଶଳତା ତଥା ସାମର୍ଥ୍ୟତାକୁ ଅଭିବୃଦ୍ଧି କରିବାରେ ଧ୍ୟାନ ଦେଇଥାନ୍ତି । ବର୍ତମାନର ଇ-ଇନଭଏସିଙ୍ଗ ବ୍ୟବସ୍ଥାଟି ଆଗାମୀ ଅକ୍ଟୋବର ୨୦୨୦ ଠାରୁ ବାଧ୍ୟତାମୂଳକ ହେବାକୁ ଯାଉଛି । ନୂତନ ବ୍ୟବସ୍ଥା ସହିତ ନିଜକୁ ଖାପ ଖୁଆଇବା ଏବଂ ସମାଧାନ ପ୍ରଦାନକାରୀ ଏକ ସହଭାଗୀ ଚୟନ କରିବା ଯିଏକି ଇ-ଇନଭଏସ୍ ଠାରୁ ଆରମ୍ଭ କରି ଜିଏସଟି ଅନୁପାଳନର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ନିରବଚ୍ଛିନ୍ନ ଭାବରେ ତାଙ୍କର ହାତଧରି ଦିଶାନିର୍ଦ୍ଦେଶ କରିପାରିବ, ସେଥିପାଇଁ କମ୍ପାନୀମାନଙ୍କ ନିକଟରେ କେବଳମାତ୍ର ଗୋଟିଏ ସପ୍ତାହର ସମୟ ବାକି ରହିଛି । ଧାର୍ଯ୍ୟ ସୀମାରେଖା ଠାରୁ ନିମ୍ନରେ ଥାଇ କାରବାର କରୁଥିବା କମ୍ପାନୀମାନଙ୍କୁ ମଧ୍ୟ ଭବିଷ୍ୟତରେ ଏହି ନୂତନ କ୍ରିୟାବିଧି ଅଧିନରେ ଅଣାଯିବାର ଯୋଜନା ରହିଛି ।”


Share It

Comments are closed.